ଆମେରିକାରୁ ଡିପୋର୍ଟ ଭାରତୀୟଙ୍କ ଜାହାଜ କାହିଁକି ଓହ୍ଲାଉଛି ଅମୃତସରରେ? ଜଣାପଡିଲା କାରଣ

ଚଣ୍ଡିଗଡ଼ ୧୫।୨: ଅମୃତସର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆମେରିକାରୁ ଡିପୋର୍ଟ ହେଉଥିବା ଭାରତୀୟଙ୍କ ଜାହାଜ ଅବତରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ବିଜେପି ଜାତୀୟ ମୁଖପାତ୍ର  ଆର.ପି.ସିଂହଙ୍କ ଟ୍ୱିଟ୍ ସାମ୍ନାକୁ ଆସିଛି। ଏଥିରେ ସେ ଜାହାଜକୁ ଅମୃତସରରେ ଅବତରଣ କରାଇବାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ‘ଆମେରିକାରୁ ଭାରତ ପ୍ରବେଶ କରୁଥିବା ଉଡାଣ ନିମନ୍ତେ ଅମୃତସର ନିକଟତମ ବିମାନ ବନ୍ଦର। ଏଣୁ ଅବୈଧ ପ୍ରବାସୀଙ୍କୁ ନେଇ ଆସୁଥିବା ଆମେରିକୀୟ ବିମାନ ସେଠାରେ ଅବତରଣ କରୁଛି’। ତେବେ ଘଟଣାକୁ ରାଜନୀତିକରଣ ନ କରିବାକୁ ଆ.ପି. ସିଂହ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ‘ନିଜର ଜ୍ଞାନ ଅଭାବ କାରଣରୁ ପ୍ରସଙ୍ଗକୁ ରାଜନୀତିକରଣ କରିବା ଓ ଷଡ଼ଯନ୍ତ୍ର ଥିଓରୀକୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ’। अमेरिका से भारत में प्रवेश करने वाली उड़ानों के लिए अमृतसर निकटतम अंतरराष्ट्रीय हवाई अड्डा है। इसीलिए अवैध अप्रवासियों को ले जा रहा अमेरिकी विमान वहां उतर रहा है। @BhagwantMann जी, अपने ज्ञान की कमी के कारण मुद्दे का राजनीतिकरण करना और षड्यंत्र की थ्योरी को बढ़ावा देना बंद करें।— RP Singh National Spokesperson BJP (@rpsinghkhalsa) February 15, 2

ଆମେରିକାରୁ ଡିପୋର୍ଟ ଭାରତୀୟଙ୍କ ଜାହାଜ କାହିଁକି ଓହ୍ଲାଉଛି ଅମୃତସରରେ? ଜଣାପଡିଲା କାରଣ

ଚଣ୍ଡିଗଡ଼ ୧୫।୨: ଅମୃତସର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆମେରିକାରୁ ଡିପୋର୍ଟ ହେଉଥିବା ଭାରତୀୟଙ୍କ ଜାହାଜ ଅବତରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ବିଜେପି ଜାତୀୟ ମୁଖପାତ୍ର  ଆର.ପି.ସିଂହଙ୍କ ଟ୍ୱିଟ୍ ସାମ୍ନାକୁ ଆସିଛି। ଏଥିରେ ସେ ଜାହାଜକୁ ଅମୃତସରରେ ଅବତରଣ କରାଇବାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ସେ ଟ୍ୱିଟରେ ଲେଖିଛନ୍ତି ଯେ ‘ଆମେରିକାରୁ ଭାରତ ପ୍ରବେଶ କରୁଥିବା ଉଡାଣ ନିମନ୍ତେ ଅମୃତସର ନିକଟତମ ବିମାନ ବନ୍ଦର। ଏଣୁ ଅବୈଧ ପ୍ରବାସୀଙ୍କୁ ନେଇ ଆସୁଥିବା ଆମେରିକୀୟ ବିମାନ ସେଠାରେ ଅବତରଣ କରୁଛି’। ତେବେ ଘଟଣାକୁ ରାଜନୀତିକରଣ ନ କରିବାକୁ ଆ.ପି. ସିଂହ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ‘ନିଜର ଜ୍ଞାନ ଅଭାବ କାରଣରୁ ପ୍ରସଙ୍ଗକୁ ରାଜନୀତିକରଣ କରିବା ଓ ଷଡ଼ଯନ୍ତ୍ର ଥିଓରୀକୁ ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ’। 


ଉଲ୍ଲେଖଯୋଗ୍ୟ ଯେ ଭାରତୀୟଙ୍କୁ ନେଇ ଆସୁଥିବା ଜାହାଜକୁ ଅମୃତସରରେ ଅବତରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ମାନ କଡ଼ା ଆପତ୍ତି କରିଛନ୍ତି। ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ କେବଳ ଅମୃତସରରେ ହିଁ ଜାହାଜକୁ କାହିଁକି ଅବତରଣ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ଜାହାଜ ଅମୃତସରରେ ଅବତରଣ କରିଥିବା ବେଳେ ଏବେ ଦ୍ୱିତୀୟ ଜାହାଜକୁ ମଧ୍ୟ ଏଠାରେ ଅବତରଣ କରାଇବାକୁ ଯୋଜନା କରାଯାଉଛି। 


ମାନ୍ କେନ୍ଦ୍ର ସରକାର ପଞ୍ଜାବୀଙ୍କ ସହିତ ଧୋକା କରୁଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ପଞ୍ଜାବୀଙ୍କୁ ବଦନାମ କରିବା ପାଇଁ ଡିପୋର୍ଟ ହେଉଥିବା ଭାରତୀୟଙ୍କ ଜାହାଜକୁ ଅମୃତସରରେ ଅବତରଣ କରାଯାଉଛି। ସେ କହିଛନ୍ତି ଡିପୋର୍ଟେସନ ଏକ ଜାତୀୟ ସମସ୍ୟା। ଏଣୁ ଅବୈଧ ପ୍ରବାସୀଙ୍କ ଜାହାଜକୁ ଅନ୍ୟ କୌଣସି ଠାରେ ମଧ୍ୟ ଅବତରଣ କରାଯାଇ ପାରେ, ହେଲେ ପଞ୍ଜାବରେ କାହିଁକି ଅବତରଣ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ।