ପର୍ବପର୍ବାଣୀ ପାଳନ ଦ୍ଵନ୍ଦ୍ଵ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ, ବସିବ ପଞ୍ଜିକା ସମନ୍ଵୟ ବୈଠକ

ପୁରୀ: ପର୍ବପର୍ବାଣୀ ପାଳନ ଦ୍ଵନ୍ଦ୍ଵ ନେଇ ଲୋକଙ୍କ ଅସନ୍ତୋଷ  ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ବସିବ ପଞ୍ଜିକା ସମନ୍ଵୟ ବୈଠକ। ରାଜ୍ୟର ସମସ୍ତ ପଞ୍ଜିକାର ମାନଙ୍କୁ ନିଜର ପାଣ୍ଡୁଲିପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।ଅକ୍ଟୋବର ୨୦ ତାରିଖ ସୁଦ୍ଧା ପାଣ୍ଡୁଲିପି ଦାଖଲ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ୨ ପଞ୍ଜିକା ସଂସ୍ଥାକୁ ଛାଡିଦେଲେ କେହି ଦାଖଲ କଲେ ନାହିଁ। ଆଜି ପୁଣି ରିମାଇଣ୍ଡର ପଠାଇଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତେ ଦାଖଲ କରିବା ପରେ ମେଳକ ହୋଇ କରାଯିବ ସମନ୍ୱୟ ବୈଠକ।ତେବେ ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯାଇଅଛି । ସମସ୍ତ ପାଣ୍ଡୁଲିପିର ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ କରାଯିବ । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଉଥିବା ବେଳେ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ଵିମତ ରହୁଛି । ଉଲ୍ଲେଖନୀୟ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳିକୁ ନେଇ ଭିନ୍ନ ଭିନ୍ନ ତଥ୍ୟ  ରହିଥିଲା। ଯାହାକୁ ନେଇ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଉପୁଜିଥିଲା। ଆଉ ଲୋକେ ଦୁଇ ଦିନ ଧରି ପର୍ବ ପାଳନ କରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଦୃଷ

ପର୍ବପର୍ବାଣୀ ପାଳନ ଦ୍ଵନ୍ଦ୍ଵ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ, ବସିବ ପଞ୍ଜିକା ସମନ୍ଵୟ ବୈଠକ

ପୁରୀ: ପର୍ବପର୍ବାଣୀ ପାଳନ ଦ୍ଵନ୍ଦ୍ଵ ନେଇ ଲୋକଙ୍କ ଅସନ୍ତୋଷ  ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ବସିବ ପଞ୍ଜିକା ସମନ୍ଵୟ ବୈଠକ। ରାଜ୍ୟର ସମସ୍ତ ପଞ୍ଜିକାର ମାନଙ୍କୁ ନିଜର ପାଣ୍ଡୁଲିପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।ଅକ୍ଟୋବର ୨୦ ତାରିଖ ସୁଦ୍ଧା ପାଣ୍ଡୁଲିପି ଦାଖଲ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ୨ ପଞ୍ଜିକା ସଂସ୍ଥାକୁ ଛାଡିଦେଲେ କେହି ଦାଖଲ କଲେ ନାହିଁ। ଆଜି ପୁଣି ରିମାଇଣ୍ଡର ପଠାଇଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତେ ଦାଖଲ କରିବା ପରେ ମେଳକ ହୋଇ କରାଯିବ ସମନ୍ୱୟ ବୈଠକ।

ତେବେ ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବ ପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯାଇଅଛି । ସମସ୍ତ ପାଣ୍ଡୁଲିପିର ସମୀକ୍ଷା ପରେ ଆବଶ୍ୟକୀୟ ସଂଶୋଧନ କରାଯିବ । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଉଥିବା ବେଳେ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ଵିମତ ରହୁଛି । 

ଉଲ୍ଲେଖନୀୟ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳିକୁ ନେଇ ଭିନ୍ନ ଭିନ୍ନ ତଥ୍ୟ  ରହିଥିଲା। ଯାହାକୁ ନେଇ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଉପୁଜିଥିଲା। ଆଉ ଲୋକେ ଦୁଇ ଦିନ ଧରି ପର୍ବ ପାଳନ କରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷର ପଞ୍ଜିକା ସମନ୍ଵୟ ବୈଠକ ଡକାଇଛି।