ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର…

ନୂଆଦିଲ୍ଲୀ,୨୧।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଖୁବ ଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁ ଦାୟିତ୍ୱ ମିଳିପାରେ। ଏନେଇ କେବଳ ଆଲୋଚନା ଚାଲିଥିବାଥିବାବେଳେ କେବଳ ସ୍ବୀକୃତି ଦେବା ବାକି ରହିଛି। ସୂଚନାନୁସାରେ ନଡ୍ଡାଙ୍କୁ ରାଜ୍ୟ ସଭାରେ ଗୃହର ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ଭାଜପା ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ତାଙ୍କ କାର୍ଯ୍ୟକାଳ […] The post ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର… appeared first on Dharitri Odia News.

ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର…

ନୂଆଦିଲ୍ଲୀ,୨୧।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଖୁବ ଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁ ଦାୟିତ୍ୱ ମିଳିପାରେ। ଏନେଇ କେବଳ ଆଲୋଚନା ଚାଲିଥିବାଥିବାବେଳେ କେବଳ ସ୍ବୀକୃତି ଦେବା ବାକି ରହିଛି।

ସୂଚନାନୁସାରେ ନଡ୍ଡାଙ୍କୁ ରାଜ୍ୟ ସଭାରେ ଗୃହର ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ଭାଜପା ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି। ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ତାଙ୍କ କାର୍ଯ୍ୟକାଳ ଜାନୁଆରୀରେ ଶେଷ ହେବାକୁ ଥିଲା କିନ୍ତୁ ଲୋକ ସଭା ନିର୍ବାଚନ ହେତୁ ତାଙ୍କ କାର୍ଯ୍ୟକାଳ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସଭାରେ ଗୃହର ନେତା ପୀୟୁଷ ଗୋୟଲ ଥିଲେ କିନ୍ତୁ ସେ ଉତ୍ତର ମୁମ୍ବାଇ ଲୋକ ସଭା ଆସନରୁ ଏମପି ହେବା ପରେ ସେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏଭଳି ପରିସ୍ଥିତିରେ, ବରିଷ୍ଠ ଏବଂ ଅଭିଜ୍ଞତାକୁ ବିଚାର କରି ନଡ୍ଡାଙ୍କୁ ଏହି ପଦ ଦିଆଯାଇପାରେ। ସୂଚନାଯୋଗ୍ୟ ଯେ ରାଜ୍ୟ ସଭାରେ ଗୃହର ନେତା ହେଉଛନ୍ତି ସଂସଦୀୟ ଦଳର ନେତା ଅଟନ୍ତି। ଆଉ ତାଙ୍କର ବିଶେଷ ଗୁରୁତ୍ୱ ରହିଛି।

ରାଜ୍ୟ ସଭାରେ ଗୃହର ନେତାଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଗୃହର କାର୍ଯ୍ୟକାରିତା ପାଇଁ ସେ ଦାୟୀ। ଗୃହର ନେତା ତଥା ବିରୋଧୀଦଳର ନେତା ଯେକୌଣସି ସମୟରେ ଯେକୌଣସି ପ୍ରସଙ୍ଗରେ କହିବାକୁ ଠିଆ ହୋଇପାରିବେ। କାରଣ ଏହା ସେମାନଙ୍କ ଅଧୀକାର। ଯଦିଓ ଏହା ଏକ ସାମ୍ବିଧାନିକ ପଦବୀ ନୁହେଁ, ରାଜ୍ୟ ସଭାର ନିୟମ ଅନୁଯାୟୀ ଏହି ପଦବୀର ନିଜସ୍ବ ବ୍ୟବସ୍ଥା ରହିଛି।

ଭାଜପାର ବରିଷ୍ଠ ନେତା ପୀୟୁଷ ଗୋୟଲଙ୍କ ପୂର୍ବରୁ ଥାୱରଚାନ୍ଦ ଗେହେଲଟ, ଅରୁଣ ଜେଟଲୀ, ଜସୱନ୍ତ ସିଂ, ସିକନ୍ଦର ବଖତ ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ପରି ନେତା ରାଜ୍ୟ ସଭାରେ ଗୃହର ନେତା ଥିଲେ। ସେମାନେ ନିଜ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁତ ବଡ଼ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ସଭାରେ ଗୃହର ନେତା ଦାୟିତ୍ୱ ତୁଲାଇଥିବା ଅନ୍ୟ ବରିଷ୍ଠ ନେତାମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ, ଆଇ.କେ ଗୁଜରାଲ, ଏଚଡି ଦେବ ଗୌଡା, ଭିପି ସିଂ, ପ୍ରଣବ ମୁଖାର୍ଜୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ।

The post ନୂଆ ସରକାରରେ ଜେପି ନଡ୍ଡାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ, ହୋଇପାରନ୍ତି ରାଜ୍ୟ ସଭାର… appeared first on Dharitri Odia News.