‘ଅପରେଶନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ସନ
ଶ୍ରୀନଗର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ସେନା କର୍ମଚାରୀଙ୍କୁ କହିଛନ୍ତି, ‘ଅପରେଶନ ସିନ୍ଦୂର’ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ। ଜଣେ ନାଗରିକ ହିସାବରେ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି। ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି। ମୁଁ ଦେଶବାସୀଙ୍କ […] The post ‘ଅପରେଶନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ସନ appeared first on Dharitri Odia News.
ଶ୍ରୀନଗର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ସେନା କର୍ମଚାରୀଙ୍କୁ କହିଛନ୍ତି, ‘ଅପରେଶନ ସିନ୍ଦୂର’ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ। ଜଣେ ନାଗରିକ ହିସାବରେ ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି। ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି। ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି। ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ। ଅପରେଶନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ। ଭାରତ ପୂରା ବିଶ୍ବକୁ ଏହି ବାର୍ତ୍ତା ଦେଇଛ କି ଆତଙ୍କବାଦକୁ କେବେ ବରଦାସ୍ତ କରାଯିବନି। ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ। ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ। ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି?।
ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ବି ସ୍ପଷ୍ଟ କରିଛନ୍ତି। ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ। ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିପାରିଲୁନି। ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ। ଆଉ ଆପଣମାନେ ଏହାର କଡ଼ା ଜବାବ ଦେଲେ। କିନ୍ତୁ ଆମେ କର୍ମ ଦେଖି ସେମାନଙ୍କ ବିନାଶ କରିଛୁ। ପାକିସ୍ତାନ IMF ପାଖରୁ ଋଣ ଆଣୁଛି, ଆମେ ଅନ୍ୟ ଦେଶକୁ ଫଣ୍ଡ ଦେଉଛୁ ବୋଲି ରାଜନାଥ କହିଛନ୍ତି।
The post ‘ଅପରେଶନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ସନ appeared first on Dharitri Odia News.