ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା
କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରଶଂସକଙ୍କୁ ସବୁ ଜଣା। ତେବେ ଏହି ସବୁ ବିବାଦକୁ ଭୁଲି ଦୁଇଜଣ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ସମୟରେ ହାଲକା ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା, ଯାହା ଇଣ୍ଟରନେଟ୍ ରେ ତୀବ୍ର […] The post ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା appeared first on Dharitri Odia News.
କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ପ୍ରଶଂସକଙ୍କୁ ସବୁ ଜଣା। ତେବେ ଏହି ସବୁ ବିବାଦକୁ ଭୁଲି ଦୁଇଜଣ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ସମୟରେ ହାଲକା ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା, ଯାହା ଇଣ୍ଟରନେଟ୍ ରେ ତୀବ୍ର ଭାଇରାଲ ହୋଇଥିଲା।
ଏବେ ପୁଣିଥରେ ୨୦୧୧ ବିଶ୍ୱକପ୍ ବିଜେତା ଦଳର ଉଭୟ ସଦସ୍ୟ ମ୍ୟାଚ୍ ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଏକ ଲମ୍ବା ସମୟ ପର୍ୟ୍ୟନ୍ତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଶନିବାର ଗମ୍ଭୀର ବୋଲରଙ୍କ ସହ କଥା ହେବା ପାଇଁ ପଡ଼ିଆକୁ ଆସିଥିଲେ, କିନ୍ତୁ ନିଜ ଦଳର ଖେଳାଳିଙ୍କୁ ସାକ୍ଷାତ ପୂର୍ବରୁ, ସେ କୋହଲିଙ୍କୁ ସହ ଏକ ଉଷ୍ମ ଆଲିଙ୍ଗନ କରିଥିଲେ ଏବଂ ଦୁହେଁ ଲମ୍ବା ସମୟ ପର୍ୟ୍ୟନ୍ତ ଆଲୋଚନା କରିଥିଲେ।
Jhappi laga liya. Masala khatam
![]()
Things we love to see on a cricket field
pic.twitter.com/XDvpGyLcQ2
— KolkataKnightRiders (@KKRiders) April 20, 2024
ତେବେ ଏହି ଉତ୍ସାହଜନକ ମୁହୂର୍ତ୍ତ ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟି କରିଛି। ଠିକ୍ ଗୋଟିଏ ବର୍ଷ ପୂର୍ବରୁ, ଏକନା ଷ୍ଟାଡିୟମରେ ଆରସିବି ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ ସମୟରେ ଦୁହିଁଙ୍କ ମଧ୍ୟରେ ଏକ ଖରାପ ପରିସ୍ଥିତି ସୃଷ୍ଟି ହୋଇ କ୍ରିକେଟ୍ ଜଗତକୁ ଚକିତ କରିଦେଇଥିଲା।
ମାର୍ଚ୍ଚ ୨୯ ରେ, ଯେତେବେଳେ ଆରସିବି ଘରୋଇ ଦର୍ଶକଙ୍କ ଆଗରେ କେକେଆର୍ ବିପକ୍ଷରେ ଖେଳୁଥିଲା, ସେତେବେଳେ କୋହଲି ବେଙ୍ଗାଲୁରୁ ମିଡିଲ୍ ଅର୍ଡରର ସମର୍ଥନ ଅଭାବରୁ ୫୯ ବଲରେ ଅପରାଜିତ ୮୩ ରନ୍ ସ୍କୋର କରିଥିଲେ।
The post ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା appeared first on Dharitri Odia News.
