ସୁପ୍ରିମକୋର୍ଟଙ୍କ ବଡ ରାୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ
ନୂଆଦିଲ୍ଲୀ,୧୪।୩: ଠିକା କର୍ମଚାରୀଙ୍କୁ ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ଯଦି କୌଣସି ପଦବୀରେ ୧୨ମାସ ଅର୍ଥାତ୍ ବର୍ଷେ ଯାଏଁ ସ୍ଥାୟୀ କାମ କରୁଛନ୍ତି ତେବେ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ପଡିବ। ଜଷ୍ଟିସ ପି.ଏସ୍ ନରସିଂମା ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ସ୍ଥାୟୀ ମନୋଭାବ ରଖି ଗୋଟିଏ ସ୍ଥାନରେ ବର୍ଷଯାକ କାମ କରୁଥିବା ଶ୍ରମିକଙ୍କୁ […] The post ସୁପ୍ରିମକୋର୍ଟଙ୍କ ବଡ ରାୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ଠିକା କର୍ମଚାରୀଙ୍କୁ ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ଯଦି କୌଣସି ପଦବୀରେ ୧୨ମାସ ଅର୍ଥାତ୍ ବର୍ଷେ ଯାଏଁ ସ୍ଥାୟୀ କାମ କରୁଛନ୍ତି ତେବେ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ପଡିବ। ଜଷ୍ଟିସ ପି.ଏସ୍ ନରସିଂମା ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ସ୍ଥାୟୀ ମନୋଭାବ ରଖି ଗୋଟିଏ ସ୍ଥାନରେ ବର୍ଷଯାକ କାମ କରୁଥିବା ଶ୍ରମିକଙ୍କୁ ଅନୁବନ୍ଧ ଶ୍ରମ ଅଧିନିୟମ ୧୯୭୦ ଅନୁଯାୟୀ ଠିକା କର୍ମଚାରୀ କୁହାଯିବନାହିଁ। ତାଙ୍କୁ ସ୍ଥାୟୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ଉଚିତ୍।
ଲାଇଭ ଲ ରିପୋର୍ଟ ଅନୁଯାୟୀ, ଦୁଇଜଣିଆ ଖଣ୍ଡପୀଠ ହାଇକୋର୍ଟ ଓ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲର ରାୟକୁ ସଂରକ୍ଷିତ ରଖିଛନ୍ତି। ଯେଉଁଥିରେ ରେଲଓ୍ବେ ଲାଇନ୍ କଡରେ କାମ କରୁଥିବା ସଫେଇ କର୍ମଚାରୀଙ୍କ ବିଷୟରେ କୁହାଯାଇଛି। କୋର୍ଟ ସେମାନଙ୍କୁ ଠିକା କର୍ମଚାରୀରୁ ହଟାଇ ସ୍ଥାୟୀ ଭାବେ ନିଯୁକ୍ତ ତଥା ଦରମା-ଭତ୍ତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ସୁପ୍ରିମକୋର୍ଟଙ୍କ ବଡ ରାୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ appeared first on Dharitri Odia News.