ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ

ଥିରୁଭାନନ୍ତପୁରମ,୧୯।୧୨: କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ହସ୍ପିଟାଲରେ ଚିକିତ୍ସା ହେଉ ନ ଥିବା ରୋଗୀଙ୍କ ସଂଖ୍ୟା୧,୬୩୪ କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ, ଜଣେ ବ୍ୟକ୍ତିଙ୍କର କେରଳରେ କରୋନା କାରଣରୁ ମୃତ୍ୟୁ ହୋଇଛି। ଏହା ସହିତ, ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ତିନି ବର୍ଷରେ ୭୨ ହଜାର ୫୩କୁ ବୃଦ୍ଧି ପାଇଲା […] The post ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ appeared first on Dharitri Odia News.

ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ

ଥିରୁଭାନନ୍ତପୁରମ,୧୯।୧୨: କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ହସ୍ପିଟାଲରେ ଚିକିତ୍ସା ହେଉ ନ ଥିବା ରୋଗୀଙ୍କ ସଂଖ୍ୟା୧,୬୩୪ କୁ ବୃଦ୍ଧି ପାଇଛି।
ଏହା ବ୍ୟତୀତ, ଜଣେ ବ୍ୟକ୍ତିଙ୍କର କେରଳରେ କରୋନା କାରଣରୁ ମୃତ୍ୟୁ ହୋଇଛି। ଏହା ସହିତ, ରାଜ୍ୟର ମୃତ୍ୟୁ ସଂଖ୍ୟା ଗତ ତିନି ବର୍ଷରେ ୭୨ ହଜାର ୫୩କୁ ବୃଦ୍ଧି ପାଇଲା । ଏହି ସମୟରେ, ମଧ୍ୟ ସରକାର ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାର ରାଜ୍ୟରେ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଓ ନୂଆ ଭାରିଏଣ୍ଟ ଜେଏନ-୧ର ପ୍ରଥମ ସଂକ୍ରମଣକୁ ଦେଖି ସତର୍କ ରହିବାକୁ କହିଛନ୍ତି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ସୁଧାଂଶ ପନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଲଗାତାର ସହଯୋଗାତ୍ମକ କାର୍ଯ୍ୟ ଯୋଗୁ ଆମେ କୋଭିଡ ସଂକ୍ରମଣକୁ କମ କରିବାରେ ସକ୍ଷମ ହୋଇଛୁ।
ସେ କହିଥିଲେ, କୋଭିଡ-୧୯ ଭାଇରସର ପ୍ରକୋପ ଜାରି ରହିଛି। ତେଣୁ, ଜନସ୍ବାସ୍ଥ୍ୟ ଚ୍ୟାଲେଞ୍ଜ ସହିତ ମୁକାବିଲା କରିବା ପାଇଁ ସତର୍କ ରହିବା ଜରୁରୀ।

The post ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ appeared first on Dharitri Odia News.