ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି, ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି। ଏଯାଏ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ... The post ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି, ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ appeared first on .

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି, ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି। ଏଯାଏ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିମାନର ୨୪୦ ଜଣଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିଲେ ମୋଟ ୨୪୨ ଜଣ । ସେମାନଙ୍କ ମଧ୍ୟରୁ ୨୩୦ ଯାତ୍ରୀ ଥିବାବେଳେ ୧୨ ଜଣ କ୍ରୁମେମ୍ବର ଥିଲେ। ମୃତଦେହ ଗୁଡ଼ିକର ହେବ ଡିଏନଏ ଟେଷ୍ଟ। ଏନେଇ ବିମାନରେ ଥିବା ଯାତ୍ରୀଙ୍କ ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ଟେଷ୍ଟ ଆରମ୍ଭ ହୋଇଛି। ମୃତକଙ୍କ ସମ୍ପର୍କୀୟଙ୍କ ସାମ୍ପୁଲ ନେବା ଆରମ୍ଭ କରିଛି ପ୍ରଶାସନ। ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ ଓ ଏସଡିଆରଏଫ ସାମିଲ ହୋଇଛି। ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ଆର ନାଇଡୁ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେପଟେ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ସାମ୍ପୁଲ ଟେଷ୍ଟ କରିବାକୁ ମୁମ୍ବାଇ ଓ ଦିଲ୍ଲୀରୁ ସ୍ଵତନ୍ତ୍ର ଫ୍ଲାଇଟ ଚଳାଯାଇଛି। ଆଜି ଅହମ୍ମଦାବାଦ ଆସି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେପଟେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛି ଟାଟା ଗୃପ। ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଟାଟା। ଭାଙ୍ଗିଥିବା ମେଡିକାଲ କଲେଜର କମ୍ପାନୀ ମରାମତି କରିବ ବୋଲି ଜଣାପଡିଛି।

The post ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି, ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ appeared first on .