ଆଇଁଷ ବାରରେ ଜମିଲା ପହିଲି ରଜ, ରାଜଧାନୀବାସୀ ଖାଇଗଲେ ସାଢେ ୪ କୋଟିର ଆମିଷ
ଭୁବନେଶ୍ବର : ଆଜି ଓଡ଼ିଶାର ଗଣପର୍ବ ରଜ। ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ରଜ ତିନିଦିନ ମଧ୍ୟରୁ ଆଜିଥିଲା ପ୍ରଥମ ଦିନ ଅର୍ଥାତ ପହଲି ରଜ। ପହିଲି ରଜ ସାଙ୍ଗକୁ ଆଜିଥିଲା ଶୁକ୍ରବାର। ଆଇଁଷ ବାର କାରଣରୁ ପହିଲି ରଜ ଜମିଯାଇଥିଲା। ଶୁକ୍ରବାର ସାଙ୍ଗକୁ ପହିଲି ରଜ ପାଇଁ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଆମିଷ […]

ଭୁବନେଶ୍ବର : ଆଜି ଓଡ଼ିଶାର ଗଣପର୍ବ ରଜ। ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ରଜ ତିନିଦିନ ମଧ୍ୟରୁ ଆଜିଥିଲା ପ୍ରଥମ ଦିନ ଅର୍ଥାତ ପହଲି ରଜ। ପହିଲି ରଜ ସାଙ୍ଗକୁ ଆଜିଥିଲା ଶୁକ୍ରବାର। ଆଇଁଷ ବାର କାରଣରୁ ପହିଲି ରଜ ଜମିଯାଇଥିଲା।
ଶୁକ୍ରବାର ସାଙ୍ଗକୁ ପହିଲି ରଜ ପାଇଁ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଆମିଷ ମାର୍କେଟରେ ପ୍ରବଳ ଭିଡ ଜମିଥିଲା। ଭୁବନେଶ୍ୱର ୟୁନିଟ୍-୪, ୟୁନିଟ୍-୮, ନୟାପଲ୍ଲୀ, ଡୁମ୍ଡୁମା ସମେତ ବିଭିନ୍ନ ମାର୍କେଟରେ ସକାଳୁ ଅପରାହ୍ନ ଯାଏ ଲୋକଙ୍କ ଗହଳି ଜମିବା ସହ ଭଲ ବେପାର ମଧ୍ୟ ହୋଇଛି। ପହିଲି ରଜରେ ରାଜଧାନୀବାସୀ ସାଢେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆମିଷ ଖାଇଛନ୍ତି।
ଅଲ୍ ଓଡ଼ିଶା ନନ୍-ଭେଜ୍ ଫେଡେରେସନର ରାଜ୍ୟ ସଭାପତି ଶେଖ୍ ମୁଣ୍ଟାକିମ୍ ବୁକ୍ସ ଦେଇଥିଲା ସୂଚନା ଅନୁସାରେ ଆଜି ପହିଲି ରଜରେ ରାଜଧାନୀବାସୀ ୪ କୋଟି ୫୫ ଲକ୍ଷ ଟଙ୍କାର ଆମିଷ ଖାଇଛନ୍ତି। ରାଜଧାନୀର ବିଭିନ୍ନ ଆମିଷ ମାର୍କେଟରେ ଆଜି ୨କୋଟି ୪୪ ଲକ୍ଷ ଟଙ୍କାର ମଟନ୍, ଏକ କୋଟି ୫ ଲକ୍ଷ ଟଙ୍କାର ଚିକେନ୍ ଓ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାଛ ବିକ୍ରୀ ହୋଇଛି।
ଆମିଷ ବଜାରରେ ସାଧାରଣତଃ ବୁଧବାର ଓ ରବିବାର ଭଲ ବେପାର ହେଉଥିବା ବେଳେ ଆଜି ପହିଲି ରଜ ଥିବାରୁ ଲୋକେ ଆମିଷ କିଣିବା ପାଇଁ ଭିଡ଼ ଜମାଇଥିଲେ। ଦର ମଧ୍ୟ ସାମାନ୍ୟ ଉଚ୍ଚା ଥିବା ସତ୍ତ୍ବେ ଲୋକମାନେ ଆମିଷ ବଜାରରେ ଭିଡ ଜମାଇଥିଲେ। ଏଥି ସହିତ ରବିବାର ଶେଷ ରଜ ପଡୁଥିବାରୁ ସେଦିନ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ମଧ୍ୟ ବ୍ୟବସାୟୀ ଆଶା ରଖିଛନ୍ତି।