ଆଇଆଇଟି ମାଡ୍ରାସ୍‌ରେ ଜବରଦସ୍ତ ପ୍ଲେସ୍‌ମେଣ୍ଟ: ୮୦%ରୁ ଅଧିକ ନିଯୁକ୍ତି ଶେଷ, ହାରାହାରି ଦରମା ୨୨ ଲକ୍ଷ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ଛାତ୍ରଙ୍କୁ ନିଯୁକ୍ତି ଦେବାର ଜବରଦସ୍ତ ପ୍ରଦର୍ଶନ କରିଛି। ଗତ ଦୁଇ ବର୍ଷ ହେଲା IIT Madrasର ବିଟେକ୍ କିମ୍ବା ଦୁଇଟି ଡିଗ୍ରୀ ହାସଲ କରିଥିବା ୯୦ ପ୍ରତିଶତ ଛାତ୍ର କଲେଜର କନଭୋକେସନ(ସମାବର୍ତ୍ତନ) ପୂର୍ବରୁ ଚାକିରି ପାଇଯାଉଛନ୍ତି। ଚଳିତ ବର୍ଷ ବି ଏହି କଲେଜ୍ ନିଯୁକ୍ତି ଦେବାରେ ରେକର୍ଡ କରିଛି। ୨୦୨୪ ସମାବର୍ତ୍ତନ ସମାରୋହକୁ ଦୁଇ ମାସ ବାକି ଥିବା ବେଳେ କଲେଜ୍‌ର ଅଧିକାଂଶ ଛାତ୍ରଛାତ୍ରୀ ନିଯୁକ୍ତି ପାଇସାରିଲେଣି। ୨୦୨୪ ଏପ୍ରିଲ ୩୦ ସୁଦ୍ଧା ବିଟେକ୍ ଓ ଏମ୍‌ଟେକ୍‌ ହାସଲକାରୀ ୮୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବା କେଲଜ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ବର୍ଷ ୭୫ ପ୍ରତିଶତ ମାଷ୍ଟର ଡିଗ୍ରୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ଆର୍ଥିକ ବର୍ଷ ୨୦୨୩-୨୪ କ୍ୟାମ୍ପସ ପ୍ଲେସ୍‌ମେଣ୍ଟର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧,୦୯୧ ଛାତ୍ରଛାତ୍ରୀ ୨୫୬ କମ୍ପାନୀରେ ଚାକିରି ପାଇସାରିଲେଣି। ଏହା ବାଦ୍ ୩୦୦ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ମଧ୍ୟରୁ ୨୩୫ଟି ଚାକିରି ଅଫର ଛାତ୍ରଛାତ୍ରୀ ଗ୍ରହଣ କରିଛନ୍ତି। ପଢ଼ନ୍ତୁ-୪ ହଜାର କର୍ମଚାରୀ ଛଟେଇ କରିବ ଜାପାନ କମ୍ପାନୀ ତୋଷିବାଜାପାନ, ୟୁରୋପ ଏବଂ ଅନ୍ୟାନ୍ୟ ଦେଶରୁ ପାଖାପାଖି ୪୪ ଟି ଅନ୍ତର୍ଜାତୀୟ ନିଯୁକ୍ତି ଅଫର ମିଳିଥିଲା। ଆହୁରି ମଧ୍ୟ, କ୍ୟାମ୍ପସ୍ ପ୍ଲେସମେଣ୍ଟ୍ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୮୫ ଟି ଷ୍ଟାର୍ଟ ଅପ୍ ୧୮୩ ଟି ଅଫ

ଆଇଆଇଟି ମାଡ୍ରାସ୍‌ରେ ଜବରଦସ୍ତ ପ୍ଲେସ୍‌ମେଣ୍ଟ: ୮୦%ରୁ ଅଧିକ ନିଯୁକ୍ତି ଶେଷ, ହାରାହାରି ଦରମା ୨୨ ଲକ୍ଷ

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ଛାତ୍ରଙ୍କୁ ନିଯୁକ୍ତି ଦେବାର ଜବରଦସ୍ତ ପ୍ରଦର୍ଶନ କରିଛି। ଗତ ଦୁଇ ବର୍ଷ ହେଲା IIT Madrasର ବିଟେକ୍ କିମ୍ବା ଦୁଇଟି ଡିଗ୍ରୀ ହାସଲ କରିଥିବା ୯୦ ପ୍ରତିଶତ ଛାତ୍ର କଲେଜର କନଭୋକେସନ(ସମାବର୍ତ୍ତନ) ପୂର୍ବରୁ ଚାକିରି ପାଇଯାଉଛନ୍ତି। ଚଳିତ ବର୍ଷ ବି ଏହି କଲେଜ୍ ନିଯୁକ୍ତି ଦେବାରେ ରେକର୍ଡ କରିଛି। ୨୦୨୪ ସମାବର୍ତ୍ତନ ସମାରୋହକୁ ଦୁଇ ମାସ ବାକି ଥିବା ବେଳେ କଲେଜ୍‌ର ଅଧିକାଂଶ ଛାତ୍ରଛାତ୍ରୀ ନିଯୁକ୍ତି ପାଇସାରିଲେଣି। 

୨୦୨୪ ଏପ୍ରିଲ ୩୦ ସୁଦ୍ଧା ବିଟେକ୍ ଓ ଏମ୍‌ଟେକ୍‌ ହାସଲକାରୀ ୮୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ପାଇଥିବା କେଲଜ ପକ୍ଷରୁ ସୂଚନା ମିଳିଛି। ସେହିପରି ଚଳିତ ବର୍ଷ ୭୫ ପ୍ରତିଶତ ମାଷ୍ଟର ଡିଗ୍ରୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ଆର୍ଥିକ ବର୍ଷ ୨୦୨୩-୨୪ କ୍ୟାମ୍ପସ ପ୍ଲେସ୍‌ମେଣ୍ଟର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧,୦୯୧ ଛାତ୍ରଛାତ୍ରୀ ୨୫୬ କମ୍ପାନୀରେ ଚାକିରି ପାଇସାରିଲେଣି। ଏହା ବାଦ୍ ୩୦୦ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ମଧ୍ୟରୁ ୨୩୫ଟି ଚାକିରି ଅଫର ଛାତ୍ରଛାତ୍ରୀ ଗ୍ରହଣ କରିଛନ୍ତି। 

ପଢ଼ନ୍ତୁ-୪ ହଜାର କର୍ମଚାରୀ ଛଟେଇ କରିବ ଜାପାନ କମ୍ପାନୀ ତୋଷିବା

ଜାପାନ, ୟୁରୋପ ଏବଂ ଅନ୍ୟାନ୍ୟ ଦେଶରୁ ପାଖାପାଖି ୪୪ ଟି ଅନ୍ତର୍ଜାତୀୟ ନିଯୁକ୍ତି ଅଫର ମିଳିଥିଲା। ଆହୁରି ମଧ୍ୟ, କ୍ୟାମ୍ପସ୍ ପ୍ଲେସମେଣ୍ଟ୍ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୮୫ ଟି ଷ୍ଟାର୍ଟ ଅପ୍ ୧୮୩ ଟି ଅଫର୍ ଦେଇଥିଲେ। ନିଯୁକ୍ତି ପାଇଥିବା ଛାତ୍ରମାନଙ୍କ ମଧ୍ୟରୁ ୪୩ ପ୍ରତିଶତ କୋର୍ ସେକ୍ଟରରେ ନିଯୁକ୍ତି ହୋଇଛନ୍ତି। ଏହା ବାଦ ୨୦ ପ୍ରତିଶତ ସଫ୍ଟୱେୟାରରେ ଏବଂ ଆନାଲିଟିକ୍ସ, ଫାଇନାନ୍ସ, କନସେଲିଂ ଓ ଡାଟା ସାଇନ୍ସରେ ପାଖାପାଖି ୧୦ ପ୍ରତିଶତରୁ ନିଯୁକ୍ତି ମିଳିଛି। ଚଳିତ ବର୍ଷ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କର ହାରାହାରି ଦରମା ୧୯.୬ ଲକ୍ଷ ଏବଂ ୨୨ ଲକ୍ଷ ମଧ୍ୟରେ ରହିଛି।