ଆଇଏଏସ୍ ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର : ଆଇଏଏସ୍ ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୬ ବ୍ୟାଚର ଆଇଏସ ଅଫିସର ହେଉଛନ୍ତି ମନୋଜ କୁମାର ସାହୁ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ଗତ ଜାନୁଆରୀ ୨ ତାରିଖରେ ବଦଳି କରାଯାଇ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ମନୋଜଙ୍କୁ ଏ ଦାୟିତ୍ବ ଦିଆଯାଇଛି। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ […]

ଆଇଏଏସ୍ ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
cm

ଭୁବନେଶ୍ବର : ଆଇଏଏସ୍ ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୬ ବ୍ୟାଚର ଆଇଏସ ଅଫିସର ହେଉଛନ୍ତି ମନୋଜ କୁମାର ସାହୁ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ଗତ ଜାନୁଆରୀ ୨ ତାରିଖରେ ବଦଳି କରାଯାଇ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ମନୋଜଙ୍କୁ ଏ ଦାୟିତ୍ବ ଦିଆଯାଇଛି।

34aaa034 21c6 485e bfe5 361cfc64bf67

୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍‌ ଅଧିକାରୀ । ମନୋଜ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା ।