ଆଇଜର୍‌ର ଚତୁର୍ଥ ସମାବର୍ତ୍ତନ ଉତ୍ସବ

ଗୋପାଳପୁର,୦୭/୦୮ ଲଉଡି ଗାଁ ଠାରେ ଥିବା ଆଇଜର୍(ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) ପରିସରରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଯୋଗ ଦେଇ ଆଇଜର ବିଜ୍ଞାନ ଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ବୋଲି ଅଭିହିତ କରିବା ସହ ଏହାର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ବେଶ ଖୁସି ଅନୁଭବ କରୁଥିବା କହିଥିଲେ,ବିଜ୍ଞାନ ଶିକ୍ଷାର ଗୁରୁତ୍ବ ବିଷୟରେ […] The post ଆଇଜର୍‌ର ଚତୁର୍ଥ ସମାବର୍ତ୍ତନ ଉତ୍ସବ appeared first on Odisha.News.

ଆଇଜର୍‌ର ଚତୁର୍ଥ ସମାବର୍ତ୍ତନ ଉତ୍ସବ

ଗୋପାଳପୁର,୦୭/୦୮
ଲଉଡି ଗାଁ ଠାରେ ଥିବା ଆଇଜର୍(ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ) ପରିସରରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପୂର୍ବତନ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଯୋଗ ଦେଇ ଆଇଜର ବିଜ୍ଞାନ ଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ବୋଲି ଅଭିହିତ କରିବା ସହ ଏହାର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ବେଶ ଖୁସି ଅନୁଭବ କରୁଥିବା କହିଥିଲେ,ବିଜ୍ଞାନ ଶିକ୍ଷାର ଗୁରୁତ୍ବ ବିଷୟରେ କହିବା ସହ କମ ଦିନ ମଧ୍ୟରେ ଆଇଜର୍ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଶୀର୍ଷରେ ପହଞ୍ଚିପାରିଥିବା ବେଳେ ପ୍ରଫେସର ଗାଙ୍ଗୁଲିଙ୍କ ନେତୃତ୍ୱରେ ଅନ୍ୟ ଅଧ୍ୟାପକମାନେ ମିଶି ଏଠାକାର ଶିକ୍ଷା ଓ ଶୈକ୍ଷିକ ସ୍ଥିତିକୁ ଦୃଢ଼ କରି ପାରିଥିବା ଏବଂ ଏହି ଶିକ୍ଷାନୁଷ୍ଠାନର ପରିବେଶ ବିଜ୍ଞାନ ଶିକ୍ଷା ପାଇଁ ବେଶ ଉପ‌ଯୋଗୀ ବୋଲି ସେ କହିଥିଲେ। ଆଇଜର୍ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବ ରେ ସ୍ବାଗତ ଭାଷଣ ଦେଇ ଶିକ୍ଷାନୁଷ୍ଠାନର ସଫଳତାକୁ ପ୍ରକାଶ କରିଥିଲେ । ଆଇଜର ଛାତ୍ରଛାତ୍ରୀଙ୍କ ଠାରେ ପ୍ରଚୁର ଦକ୍ଷତା ରହିଛି। ଏହାକୁ ଉପଯୋଗ କରି ସେମାନେ ଆଗାମୀ ଦିନରେ ବିଜ୍ଞାନ ଭିଭିକ ଷ୍ଟାର୍ଟ-ଅପ୍ ସ୍ଥାପନ କରିବେ। ଯାହା ନିଯୁକ୍ତି ସୁଯୋଗ ସୃଷ୍ଟିର ଉତ୍କୃଷ୍ଟ କ୍ଷେତ୍ର ହେବ ବୋଲି କହିଥିଲେ । ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ୧୧୭ ଛାତ୍ରଛାତ୍ରୀଙ୍କୁ ବିଏସ୍-ଏସ୍ଏସ୍ ଡିଗ୍ରୀ, ୨ ଜଣଙ୍କୁ ଏମ୍ସ୍ଏସ୍ ଡିଗ୍ରୀ ଏବଂ ୫ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏଥିସହିତ ଶ୍ରେଷ୍ଠ ମେଧାବୀ ହର୍ଷ ମିଶ୍ରଙ୍କୁ ପ୍ରେସିଡେଣ୍ଟ ଗୋଲ୍ଡ ମେଡାଲ୍ ଓ ଦୁର୍ଗେଶ ମହାନ୍ତି ସ୍ମାରକୀ ଗୋଲ୍ଡ ମେଡାଲ, ସାଇ କାର୍ତ୍ତିକଙ୍କୁ ଡାଇରେକ୍ଟର୍‌ ଗୋଲ୍ଡ, ମେଡାଲ୍ ସହ ୪ ଜଣଙ୍କୁ ସିଲଭର୍ ମେଡାଲ୍ ଏବଂ ଦୀକ୍ଷା ମିତ୍ତଲଙ୍କୁ ପ୍ରତିଷ୍ଠାତା ନିର୍ଦ୍ଦେଶକଙ୍କ ସ୍ମୃତିରେ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏକାଡେମିକ୍ ଡିନ୍ ପ୍ରଫେସର୍ ଜୟଦୀପ୍ ମୁଖୋପାଧ୍ୟାୟ, ରେଜିଷ୍ଟ୍ରାର୍ ପ୍ରଦୀପ କୁମାର ରାୟ, ପ୍ରଫେସର୍ ବିଶ୍ଵାସ ଚୌହାନ ପ୍ରମୁଖ ମଞ୍ଚାସୀନ ଥିଲେ ।

The post ଆଇଜର୍‌ର ଚତୁର୍ଥ ସମାବର୍ତ୍ତନ ଉତ୍ସବ appeared first on Odisha.News.