ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ
ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ଅଗଷ୍ଟ ୪କୁ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସାଧାରଣ ଲୋକଙ୍କୁ କିଭଳି ନିଜର ହାଡ଼ ଓ ଗଣ୍ଠିକୁ ସୁସ୍ଥ ଓ ନୀରୋଗ ରଖିହେବ ସେ ସମ୍ପର୍କରେ ମଧ୍ୟ […] The post ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ appeared first on Dharitri Odia News.
ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ଅଗଷ୍ଟ ୪କୁ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସାଧାରଣ ଲୋକଙ୍କୁ କିଭଳି ନିଜର ହାଡ଼ ଓ ଗଣ୍ଠିକୁ ସୁସ୍ଥ ଓ ନୀରୋଗ ରଖିହେବ ସେ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ବିଭିନ୍ନ ପ୍ରକାରର ଜନସେଚତନା ମୂଳକ କାର୍ଯ୍ୟକ୍ରମ ସାଙ୍ଗକୁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସୌରଭ ନାରାୟଣ ନନ୍ଦ, ଡା. ଅଶୋକ ଗୋଚ୍ଛାୟତ, ପ୍ରବନ୍ଧ ନିର୍ଦ୍ଦେଶକ ଡା. ପି. ସି. ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ହସ୍ପିଟାଲଠାରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ୫୦୦ରୁ ଊର୍ଦ୍ଧ ଲୋକଙ୍କ ମାଗଣାରେ ବିଏମଡି, ନ୍ୟୁରୋପାଥି ପରୀକ୍ଷା ଆଦି କରାଯାଇଥିଲା। ଏହା ବ୍ୟତୀତ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ମାଗଣାରେ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇଜିକେସି ହସ୍ପିଟାଲର ଅଧ୍ୟକ୍ଷ ଡା. ସୁବୋଧ ଦାଶ, ନିର୍ଦ୍ଦେଶକ ଡା ବୃନ୍ଦାବନ ନାହାକ ଓ ଡା. ମନୋରଞ୍ଜନ ମହାପାତ୍ର, ଡିଏମ୍ଏସ୍ ପ୍ରଶାସନ ଓ ଅର୍ଥ ବିଭାଗର ଏଜିଏମ୍ ସୁବ୍ରତ ଦାଶ, ଅପରେଶନ୍ ଏଜିଏମ୍ କୈଳାସ ଚନ୍ଦ୍ର ଦଳେଇ, ମାର୍କେଟିଂ ମୁଖ୍ୟ ଅତୁଲ୍ୟ ରଥଙ୍କ ସମେତ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
The post ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ appeared first on Dharitri Odia News.