ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କୁ ପଛରେ ପକାଇ ଗିଲ୍‌ ଏହି ପୁରସ୍କାର ଜିତିଛନ୍ତି। ଗତମାସରେ ଗିଲ୍‌ ୮ ଦିନିକିଆ ମ୍ୟାଚ୍‌ରେ ୧୦୧.୫୦ ଆଭରେଜ୍‌ ଓ ୯୪.୧୯ ଷ୍ଟ୍ରାଇକ୍‌ରେଟ୍‌ରେ ୪୦୬ ରନ୍‌ କରିଥିଲେ। ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା […] The post ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ appeared first on Dharitri Odia News.

ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କୁ ପଛରେ ପକାଇ ଗିଲ୍‌ ଏହି ପୁରସ୍କାର ଜିତିଛନ୍ତି। ଗତମାସରେ ଗିଲ୍‌ ୮ ଦିନିକିଆ ମ୍ୟାଚ୍‌ରେ ୧୦୧.୫୦ ଆଭରେଜ୍‌ ଓ ୯୪.୧୯ ଷ୍ଟ୍ରାଇକ୍‌ରେଟ୍‌ରେ ୪୦୬ ରନ୍‌ କରିଥିଲେ। ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ବି ସାମିଲ ରହିଛି। ସେ ନାଗପୁରରେ ୮୭, କଟକରେ ୬୦ ଓ ଅହମ୍ମଦାବାଦରେ ୧୧୨ ରନ୍‌ କରିଥିଲେ। ଏହାପରେ ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧୦୧ ରନ୍‌ର ଇନିଂସ ଖେଳିଥିଲେ। ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୪୬ ରନ୍‌ କରିଥିଲେ।

The post ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ appeared first on Dharitri Odia News.