ଆଇଟିଆଇ ଅତିଥି ପ୍ରଶିକ୍ଷକଙ୍କ ଅନଶନ ଅବ୍ୟାହତ : ୨ ଅସୁସ୍ଥ,ଏସ୍‌ସିବିରେ ଭର୍ତ୍ତି

କଟକ: ସ୍ଥାୟୀ ନିଯୁକ୍ତି ଏବଂ ଚାକିରି କ୍ଷେତ୍ରରେ ସୁରକ୍ଷା ଦାବିରେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ(ଆଇଟିଆଇ)ରେ ଅତିଥି ପ୍ରଶିକ୍ଷକମାନେ ଅନଶନ କରୁଛନ୍ତି। ବୈଷୟିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଏହି ଆନ୍ଦୋଳନର ଦ୍ବିତୀୟ ଦିନରେ ୨ ଜଣ ପ୍ରଶିକ୍ଷକ ଅସୁସ୍ଥ ହୋଇପଡ଼ିଛନ୍ତି। ସତ୍ୟପ୍ରଜ୍ଞ ଶତପଥୀ ଏବଂ ରାମକୃଷ୍ଣ ମହାରଣା ନାମ ପ୍ରଶିକ୍ଷକ ଦ୍ବୟ ଅନଶନରେ ବସିଥିବାବେଳେ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସେମାନଙ୍କ ଚେତା ଫେରି ନଥିଲା। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବି ମେଡିକାଲରେ […]

ଆଇଟିଆଇ ଅତିଥି ପ୍ରଶିକ୍ଷକଙ୍କ ଅନଶନ ଅବ୍ୟାହତ : ୨ ଅସୁସ୍ଥ,ଏସ୍‌ସିବିରେ ଭର୍ତ୍ତି

କଟକ: ସ୍ଥାୟୀ ନିଯୁକ୍ତି ଏବଂ ଚାକିରି କ୍ଷେତ୍ରରେ ସୁରକ୍ଷା ଦାବିରେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ(ଆଇଟିଆଇ)ରେ ଅତିଥି ପ୍ରଶିକ୍ଷକମାନେ ଅନଶନ କରୁଛନ୍ତି। ବୈଷୟିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଏହି ଆନ୍ଦୋଳନର ଦ୍ବିତୀୟ ଦିନରେ ୨ ଜଣ ପ୍ରଶିକ୍ଷକ ଅସୁସ୍ଥ ହୋଇପଡ଼ିଛନ୍ତି। ସତ୍ୟପ୍ରଜ୍ଞ ଶତପଥୀ ଏବଂ ରାମକୃଷ୍ଣ ମହାରଣା ନାମ ପ୍ରଶିକ୍ଷକ ଦ୍ବୟ ଅନଶନରେ ବସିଥିବାବେଳେ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସେମାନଙ୍କ ଚେତା ଫେରି ନଥିଲା। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ପ୍ରାୟ ଗତକାଲି ଠାରୁ ଏହି ଅନଶନ ଚାଲିଥିବାବେଳେ କୌଣସି ବିଭାଗୀୟ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଆସିନାହାନ୍ତି। ଯେ ପର୍ଯ୍ୟନ୍ତ ପ୍ରଶିକ୍ଷକଙ୍କ ଦାବିଗୁଡ଼ିକ ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଥାଉ କି ଦୀର୍ଘଦିନ ଧରି ସରକାରୀ ଆଇଟିଆଇରେ ସେମାନେ ସ୍ବଳ୍ପ ଦରମାରେ କାମ କରୁଥିଲେ ମଧ୍ୟ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରାଯାଉନାହିଁ। ଏପରିକି ବିଭିନ୍ନ ସମୟ​‌େ​‌ର ସେମାନଙ୍କୁ ଛଟେଇ କରାଯାଉଛି।

ବାରମ୍ବାର ବୈଷୟିକ ଶିକ୍ଷା ନିର୍ଦେଶକଙ୍କୁ ଏ ବିଷୟରେ ଅବଗତ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଶେଷରେ ନ୍ୟାୟ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇରେ କାର୍ଯ୍ୟ କରୁଥିବା ପ୍ରାୟ ୬୦୦ରୁ ଅଧିକ ଅତିଥି ପ୍ରଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।