ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍ଦାର
ମାଲକାନଗିରି,୧୮।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗୁରୁବାର ଆଇଡି ବିସ୍ପୋରଣ ଘଟି ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ତରେମ ଥାନା ଅଧୀନ ଜଙ୍ଗଲରେ ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ଜାରି ରଖିଥିବା ବେଳେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ କରୁଥିଲେ। ସେତିକିବେଳେ ମାଓବାଦୀମାନେ ପୋଲିସ ଏବଂ ଯବାନକୁ ଟାର୍ଗେଟ କରି ଲାଣ୍ଡମାଇନ୍ ଖଞ୍ଚିଥିଲେ। ହେଲେ […] The post ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍ଦାର appeared first on Dharitri Odia News.
ମାଲକାନଗିରି,୧୮।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗୁରୁବାର ଆଇଡି ବିସ୍ପୋରଣ ଘଟି ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ତରେମ ଥାନା ଅଧୀନ ଜଙ୍ଗଲରେ ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ଜାରି ରଖିଥିବା ବେଳେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ କରୁଥିଲେ। ସେତିକିବେଳେ ମାଓବାଦୀମାନେ ପୋଲିସ ଏବଂ ଯବାନକୁ ଟାର୍ଗେଟ କରି ଲାଣ୍ଡମାଇନ୍ ଖଞ୍ଚିଥିଲେ। ହେଲେ ଯବାନଙ୍କ କୋମ୍ବିଂ ଅପରେଶନ ବେଳେ ଆଇଡି ବିସ୍ଫୋରଣ ଘଟିଥିଲା। ଫଳରେ ୬ଜଣ ଯବାନ ଆହତ ହୋଇଥିଲୋ ସେମାନଙ୍କ ମଧ୍ୟରୁ ୨ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ବିଜାପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି। ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଏସ୍ଟିଏଫ୍, କୋବ୍ରା, ସିଆର୍ପିଏଫ୍ ବାହୀନି ପ୍ରମୁଖ ସର୍ଚ୍ଚ ଅପରେଶନ ଜାରି ରହିଥିବା ବିଜାପୁର ପୋଲିସ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି।
The post ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍ଦାର appeared first on Dharitri Odia News.