ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍ଆଇସିର ବୁଝାମଣା
ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି) ଏବଂ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ ବୀମା ଉତ୍ପାଦ ଯୋଗାଇବା ଲକ୍ଷ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି। ସେହିଭଳି ଉଭୟ ସଂସ୍ଥା ମଧ୍ୟରେ ହୋଇଥିବା ଏହି ବୁଝାମଣା ଜରିଆରେ ୧କୋଟିରୁ ଅଧିକ ଗ୍ରାହକଙ୍କୁ ବୀମା ଉତ୍ପାଦ ଯୋଗାଇବା ପାଇଁ ବ୍ୟାଙ୍କ ଆବଶ୍ୟକ […] The post ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍ଆଇସିର ବୁଝାମଣା appeared first on Dharitri Odia News.
ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି) ଏବଂ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ ବୀମା ଉତ୍ପାଦ ଯୋଗାଇବା ଲକ୍ଷ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି।
ସେହିଭଳି ଉଭୟ ସଂସ୍ଥା ମଧ୍ୟରେ ହୋଇଥିବା ଏହି ବୁଝାମଣା ଜରିଆରେ ୧କୋଟିରୁ ଅଧିକ ଗ୍ରାହକଙ୍କୁ ବୀମା ଉତ୍ପାଦ ଯୋଗାଇବା ପାଇଁ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସୁବିଧା କରିବ ବୋଲି କୁହାଯାଇଛି। ଏପରିକି ଡିଜିଟାଲ ଅନ୍-ବୋର୍ଡିଂର ଯାତ୍ରା ଆରମ୍ଭ ହୋଇସାରିଛି ଏବଂ ବିକାଶ ପର୍ଯ୍ୟାୟରେ ଅଛି ଏବଂ ଥରେ ସମାପ୍ତ ହୋଇଛି। ସେହିପରି ଆଶାୟୀ ଗ୍ରାହକମାନେ ବ୍ୟାଙ୍କର ଅନ୍ଲାଇନ ପ୍ଲାଟ୍ଫର୍ମ ମାଧ୍ୟମରେ ଏଲ୍ଆଇସିର ବୀମା କିଣିବାକୁ ସକ୍ଷମ ହେବେ। ଏପରିକି ଏକ ଟେକ୍-ସେଭି ବ୍ୟାଙ୍କ ଯେଉଁଠାରେ ୯୫%ରୁ ଅଧିକ କାରବାର ଅନ୍ଲାଇନ ଜରିଆରେ ହେଉଛି। ଅପରପକ୍ଷରେ ଏହି ମିଳିତ ଶକ୍ତି ଆଗାମୀ ଦିନରେ ନୂଆ କିଛି କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ଏଲ୍ଆଇସିର ୩୬୦୦ରୁ ଅଧିକ ଶାଖା ଏବଂ ସାଟେଲାଇଟ୍ ଅଫିସ୍ ସହ ସାରା ଦେଶରେ ଆଇଡିଏଫ୍ସିର ୧୦୦୦ରୁ ଅଧିକ ଶାଖା ରହିଛି।
ଏଲ୍ଆଇସି ଦେଶର ପ୍ରମୁଖ ବୀମାକାରୀ ହୋଇ ଥିବାବେଳେ ସମାଜର ସମସ୍ତ ବର୍ଗ ପାଇଁ ନିଗମ ଯୋଜନା କରିଛି। ଏପରିକି ବାର୍ଷିକ, ୟୁଏଲ୍ଆଇପି,ସଞ୍ଚୟ ଏବଂ ଟର୍ମ ଇନ୍ସୁରାନ୍ସ ଭଳି ବିଭିନ୍ନ ପ୍ରକାର ଉତ୍ପାଦ ଉପଲବ୍ଧ।
ଏ ସମ୍ପର୍କରେ ଏଲ୍ଆଇସିର ଏମ୍ଡି ଆର୍.ଦୋରାଇସ୍ବାମୀ କହିଛନ୍ତି, ଏହି ୨ସଂସ୍ଥା ଏକାଠି ହେବା ଫଳରେ ଏକ ବୃହତ୍ ଶକ୍ତି ହୋଇ ମିଳିତ ଭାବେ ଉଭୟ ସଂସ୍ଥା କାର୍ଯ୍ୟ କରିବେ। ଏପରିକି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କର ଡିଜିଟାଲ ସଞ୍ଚୟ ଗ୍ରାହକଙ୍କୁ ଏଲ୍ଆଇସିରର ଆକର୍ଷଣୀୟ ଉତ୍ପାଦ ପ୍ରଦାନ କରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
The post ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍ଆଇସିର ବୁଝାମଣା appeared first on Dharitri Odia News.