ଆଇପିଏଲ୍ ଅଲ୍ଟାଇମ୍ ଗ୍ରେଟେଷ୍ଟ ଟିମ୍: ଧୋନୀ ଅଧିନାୟକ
ନୂଆଦିଲ୍ଲୀ,୧୮ା୨: ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସଫଳତା ପୂର୍ତ୍ତି ପାଳନ ଅବସରରେ ରବିବାର ଏହାର ଅଲ୍ଟାଇମ ଗ୍ରେଟେଷ୍ଟ ଟିମ୍ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ଏଥିପାଇଁ ପୂର୍ବତନ କ୍ରିକେଟର ଓ୍ବାସିମ ଆକ୍ରମ, ମାଥ୍ୟୁ ହେଡେନ, ଟମ୍ ମୁଡି ଓ ଡେଲ୍ ଷ୍ଟେଇନଙ୍କୁ ନେଇ ଏକ ସିଲେକ୍ସନ ପ୍ୟାନେଲ ଗଠନ କରାଯାଇଥିଲା। ଚୟନ ପ୍ରକ୍ରିୟାରେ ପ୍ରାୟ ୭୦ ଜର୍ନାଲିଷ୍ଟ ଭାଗ ନେଇଥିଲେ। ଅଷ୍ଟ୍ରେଲିଆର ବିସ୍ଫୋରକ […] The post ଆଇପିଏଲ୍ ଅଲ୍ଟାଇମ୍ ଗ୍ରେଟେଷ୍ଟ ଟିମ୍: ଧୋନୀ ଅଧିନାୟକ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୨: ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସଫଳତା ପୂର୍ତ୍ତି ପାଳନ ଅବସରରେ ରବିବାର ଏହାର ଅଲ୍ଟାଇମ ଗ୍ରେଟେଷ୍ଟ ଟିମ୍ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ଏଥିପାଇଁ ପୂର୍ବତନ କ୍ରିକେଟର ଓ୍ବାସିମ ଆକ୍ରମ, ମାଥ୍ୟୁ ହେଡେନ, ଟମ୍ ମୁଡି ଓ ଡେଲ୍ ଷ୍ଟେଇନଙ୍କୁ ନେଇ ଏକ ସିଲେକ୍ସନ ପ୍ୟାନେଲ ଗଠନ କରାଯାଇଥିଲା।
ଚୟନ ପ୍ରକ୍ରିୟାରେ ପ୍ରାୟ ୭୦ ଜର୍ନାଲିଷ୍ଟ ଭାଗ ନେଇଥିଲେ। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ୍ ଓ୍ବାର୍ନର ଏବଂ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଦଳର ଓପନର ଭାବେ ମନୋନୀତ କରାଯାଇଛି। ‘ୟୁନିଭର୍ସ ବସ୍’ ବୋଲି କୁହାଯାଉଥିବା କ୍ରିସ୍ ଗେଲ୍ଙ୍କୁ ବ୍ୟାଟିଂ ଅର୍ଡରରେ ତୃତୀୟ ସ୍ଥାନ ମିଳିଛି। ମିଡଲ ଅର୍ଡରରେ ସୁରେଶ ରାଇନା, ଏବି ଡି’ଭିଲର୍ସ, ସୂର୍ଯ୍ୟକୁମାର ଯାଦବ ଓ ଧୋନୀଙ୍କୁ ସ୍ଥାନ ମିଳିଛି। ୧୫ଜଣିଆ ଦଳରେ ୩ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ କିରନ ପୋଲାର୍ଡଙ୍କୁ ନିଆଯାଇଛି। ସ୍ପିନ ଆଟାକ୍ରେ ରଶିଦ ଖାଁ, ସୁନୀଲ ନାରିନ ଓ ୟୁଜବେନ୍ଦ୍ର ଚହଲଙ୍କୁ ରଖାଯାଇଥିବା ବେଳେ ଲସିଥ ମାଲିଙ୍ଗା ଓ ଯଶପ୍ରୀତ୍ ବୁମ୍ରାଙ୍କୁ ଫାଷ୍ଟ ବୋଲର ଭାବେ ଦଳରେ ସ୍ଥାନ ମିଳିଛି। ଆଇପିଏଲ ୧୬ ବର୍ଷ ପୂରଣ କରିବାକୁ ଯାଉଛି।
ଅଲ୍ ଟାଇମ୍ ଗ୍ରେଟ୍ ଆଇପିଏଲ୍ ଦଳ: ଏମ୍ଏସ୍ ଧୋନୀ (ଅଧିନାୟକ), ବିରାଟ କୋହଲି, ଖ୍ରିସ୍ ଗେଲ୍, ଡେଭିଡ ଓ୍ବାର୍ନର, ସୁରେଶ ରାଇନା, ଏବି ଡି’ଭିଲର୍ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ସୁନୀଲ ନାରିନ୍, ୟୁଜବେନ୍ଦ୍ର ଚହଲ, ଲସିଥ ମାଲିଙ୍ଗା ଓ ଯଶପ୍ରୀତ ବୁମ୍ରା।
The post ଆଇପିଏଲ୍ ଅଲ୍ଟାଇମ୍ ଗ୍ରେଟେଷ୍ଟ ଟିମ୍: ଧୋନୀ ଅଧିନାୟକ appeared first on Dharitri Odia News.