ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୯।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍କା ଲାଗିଛି। ନ୍ୟୁଜିଲାଣ୍ଡର ତାରକା କ୍ରିକେଟର ଡେଭନ୍ କନୱେ ଆଇପିଏଲର ୧୭ତମ ସିଜନରେ ଖେଳିବା ନିଶ୍ଚିତ ନୁହେଁ। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ କନୱେଙ୍କୁ ବାଦ ଦିଆଯାଇଛି। ଟି-୨୦ ସିରିଜ ସମୟରେ କନୱେ ଆହତ ହୋଇଥିଲେ ଏବଂ ତାଙ୍କ ଆଘାତ ଗୁରୁତର ଥିବା ରିପୋର୍ଟରୁ ଜଣାପଡିଛି। କନୱେ ପଡ଼ିଆକୁ ଫେରିବା ପାଇଁ କେତେ ସମୟ ଲାଗିବ ତାହା […] The post ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୯।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍କା ଲାଗିଛି। ନ୍ୟୁଜିଲାଣ୍ଡର ତାରକା କ୍ରିକେଟର ଡେଭନ୍ କନୱେ ଆଇପିଏଲର ୧୭ତମ ସିଜନରେ ଖେଳିବା ନିଶ୍ଚିତ ନୁହେଁ। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ କନୱେଙ୍କୁ ବାଦ ଦିଆଯାଇଛି। ଟି-୨୦ ସିରିଜ ସମୟରେ କନୱେ ଆହତ ହୋଇଥିଲେ ଏବଂ ତାଙ୍କ ଆଘାତ ଗୁରୁତର ଥିବା ରିପୋର୍ଟରୁ ଜଣାପଡିଛି। କନୱେ ପଡ଼ିଆକୁ ଫେରିବା ପାଇଁ କେତେ ସମୟ ଲାଗିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
କନୱେଙ୍କ ଆଘାତ ହେତୁ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ୟା ବଢିବା ନିଶ୍ଚିତ। କନୱେଙ୍କ ଫିଟ୍ନେସ୍ ସମ୍ବନ୍ଧୀୟ ରିପୋର୍ଟ ବାହାରକୁ ଆସିବା ପରେ ହିଁ ଜଣା ପଡିବ ଯେ ତାଙ୍କୁ ଚଳିତ ବର୍ଷ ଆଇପିଏଲରେ ଖେଳାଯିବ କି ନାହିଁ। ଗତ ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ କରିବାରେ କନୱେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗତ ସିଜିନ୍ରେ କନୱେ ୫୦୦ରୁ ଅଧିକ ରନ ସ୍କୋର କରିଥିଲେ ଏବଂ ସେଥିପାଇଁ ସିଏସ୍କେରେକର୍ଡ ୫ମ ଟାଇଟଲ ଜିତିବାରେ ସଫଳ ହୋଇଥିଲା।
The post ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବଡ଼ ଝଟ୍କା appeared first on Dharitri Odia News.