ହମାସ୍ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ
ଜେରୁଜେଲମ୍,୪ା୧୦: ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ରେ ହମାସ୍ ସରକାର ମୁଖ୍ୟ ରାଓ୍ବହି ମୁଶ୍ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣରେ ତାଙ୍କ ସହ ଆଶ୍ରୟ ନେଇଥିବା ହମାସ୍ ଜେନେରାଲ ସିକ୍ୟୁରିଟି ମେକାନିଜମ୍ କମାଣ୍ଡର ସାମି ଓଉଦେହ ଏବଂ ପଲିଟିକାଲ ବ୍ୟୁରୋ ସୁରକ୍ଷା ସଦସ୍ୟ ସମେହ ଅଲ୍-ସିରାଜ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ସେନା ଗୁରୁବାର ଏନେଇ ସୂଚନା ଦେଇଛି। ଡିଫେନ୍ସ ଫୋର୍ସ (ଆଇଡିଏଫ୍) ପକ୍ଷରୁ ମିଳିଥିବା ସୂଚନାନୁସାରେ […] The post ହମାସ୍ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ appeared first on Dharitri Odia News.
ଜେରୁଜେଲମ୍,୪ା୧୦: ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ରେ ହମାସ୍ ସରକାର ମୁଖ୍ୟ ରାଓ୍ବହି ମୁଶ୍ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି କରାଯାଇଥିବା ଏହି ଆକ୍ରମଣରେ ତାଙ୍କ ସହ ଆଶ୍ରୟ ନେଇଥିବା ହମାସ୍ ଜେନେରାଲ ସିକ୍ୟୁରିଟି ମେକାନିଜମ୍ କମାଣ୍ଡର ସାମି ଓଉଦେହ ଏବଂ ପଲିଟିକାଲ ବ୍ୟୁରୋ ସୁରକ୍ଷା ସଦସ୍ୟ ସମେହ ଅଲ୍-ସିରାଜ ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ସେନା ଗୁରୁବାର ଏନେଇ ସୂଚନା ଦେଇଛି।
ଡିଫେନ୍ସ ଫୋର୍ସ (ଆଇଡିଏଫ୍) ପକ୍ଷରୁ ମିଳିଥିବା ସୂଚନାନୁସାରେ ରାଓ୍ବହି ଗାଜା ଷ୍ଟ୍ରିପ୍ରେ ହମାସ୍ ସରକାର ଚଳାଉଥିଲେ। ସେ ସଙ୍ଗଠନର ଅନ୍ୟତମ ବରିଷ୍ଠ ଅପରେଟିଭ୍ ଥିବାବେଳେ ହମାସ୍ ଫାଇଟର୍ସଙ୍କ ମୁତୟନ ସମ୍ପର୍କିତ ନିଷ୍ପତ୍ତି ନେବାରେ ତାଙ୍କର ପ୍ରତ୍ୟକ୍ଷ ପ୍ରଭାବ ରହିଥିଲା। ତାଙ୍କୁ ହମାସ୍ର ଶୀର୍ଷ ନେତା ୟାହୟା ସିନ୍ଓ୍ବାରଙ୍କ ‘ଡାହାଣ ହାତ’ କୁହାଯାଉଥିଲା। ୨୦୧୫ରେ ଆମେରିକା ରାଓ୍ବହିଙ୍କୁ ‘ବୈଶ୍ୱିକ ଆତଙ୍କବାଦୀ’ ମାନ୍ୟତା ଦେଇଥିଲା। ବୈଦେଶିକ ସମ୍ପର୍କ ସମ୍ବନ୍ଧୀୟ ୟୁରୋପୀୟ ପରିଷଦ (ଆଇସିଏଫ୍ଆର୍) ତାଙ୍କୁ ହମାସ୍ର ଆର୍ଥିକ ବ୍ୟାପାର ବୁଝୁଥିବା ଗାଜା ପଲିଟ୍ବ୍ୟୁରୋ ସଦସ୍ୟ ଆଖ୍ୟା ଦେଇଥିଲା। ସେହିପରି ସିରାଜ ଜଣେ ପଲିଟ୍ବ୍ୟୁରୋ ସଦସ୍ୟ ହୋଇଥିବାବେଳେ ଓ ଉଦେହ ହମାସ୍ର ଆଭ୍ୟନ୍ତରୀଣ ସୁରକ୍ଷା ନେତା ଥିଲେ। ହମାସ୍କୁ ସମୂଳେ ନାଶ କରିବା ପାଇଁ ଇସ୍ରାଏଲ୍ ଚଳାଇଥିବା ଅଭିଯାନ ଏହି ସଙ୍ଗଠନକୁ ବହୁମାତ୍ରାରେ ଦୁର୍ବଳ କରିଦେଇଛି। ଏହାର ବହୁ ନେତା ଓ ଅନେକ ହଜାର ଫାଇଟର ନିହତ ହେଲେଣି।
ଅକ୍ଟୋବରରେ ହମାସ୍ର ଶତାଧିକ ରକେଟମାଡ଼ରେ ୧,୨୦୫ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍ କବଳରେ ରହିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍ର ଗାଜା ଆକ୍ରମଣରେ ୪୧,୭୮୮ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅନେକ ଲକ୍ଷ ଲୋକ ବିସ୍ଥାପିତ ହୋଇ ଇଜିପ୍ଟ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକରେ ଆଶ୍ରୟ ନେଇଛନ୍ତି।
ହେଜ୍ବୋଲ୍ଲା ମୁଖ୍ୟ ହସନ୍ ନସ୍ରୁଲ୍ଲାଙ୍କ ପରେ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଏୟାରଷ୍ଟ୍ରାଇକ୍ରେ ହତ୍ୟା କରିବା ପାଇଁ ଇସ୍ରାଏଲ୍ ଯୋଜନା କରୁଥିବାବେଳେ ପ୍ରତିଶୋଧ ନିଅଁାରେ ଜଳୁଥିବା ତେହରାନ ମଧ୍ୟ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମାରିଦେବା ପାଇଁ ଉଦ୍ୟମ ଚଳାଇଛି। ଇରାନ ପକ୍ଷରୁ ଗୁରୁବାର ଏକ୍ସ’ରେ ଏକ ‘ଏକ୍ଜିକ୍ୟୁଶନ୍ ଲିଷ୍ଟ’ ଜାରି କରାଯାଇଛି। ଏଥିରେ ‘ଇସ୍ରାଏଲୀ ଆତଙ୍କବାଦୀଙ୍କ’ ନାମ ରହିଛି। ତାଲିକାରେ ନେତାନ୍ୟାହୁ ଓ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍ ଗାଲାଣ୍ଟଙ୍କ ସମେତ ଇସ୍ରାଏଲୀ ସ୍ଥଳସେନା, ନୌସେନା ଓ ବାୟୁସେନା କମାଣ୍ଡରମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ତାଲିକାକୁ ବିଶ୍ୱାସ କରାଗଲେ ଇରାନର ହିଟ୍ଲିଷ୍ଟରେ ନେତାନ୍ୟାହୁ ରହିଥିବା ବୁଝାପଡ଼ୁଛି।
The post ହମାସ୍ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ appeared first on Dharitri Odia News.