କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ,୨୨ା୫: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍ ସ୍କ୍ବାଡ୍ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି […] The post କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୫: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି।
ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍ ସ୍କ୍ବାଡ୍ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ପିସିଆର୍ରୁ ଆମକୁ ଏକ କଲ୍ ଆସିଥିଲା ଯେ, ନର୍ଥ ବ୍ଲକ୍ରେ ବୋମାମାଡ଼ ପାଇଁ ଧମକ ଆସିଛି। ଆଜି ଅପରାହ୍ନ ୩.୩୦ ସମୟରେ ଏହି କଲ୍ ଆସିଥିଲା। ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ନର୍ଥ ବ୍ଲକ ହେଉଛି ସେହି କ୍ଷେତ୍ର, ଯେଉଁଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି।
ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ତେବେ ଖୋଜାଖୋଜି ପରେ କିଛି ମିଳିନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’ ୧ରେ ଦିଲ୍ଲୀ-ଏନ୍ସିଆରର ୧୫୦ରୁ ଅଧିକ ବିଦ୍ୟାଳୟକୁ ମେଲ୍ ମାଧ୍ୟମରେ ବୋମାମାଡ଼ ଧମକ ଆସିଥିଲା। ଏହା ପରେ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟାଳୟଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ, ଡାକ୍ତରଖାନାଗୁଡ଼ିକୁ ମଧ୍ୟ ମେଲ୍ ଜରିଆରେ ସମାନ ଧମକ ଆସିଥିଲା।
The post କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ appeared first on Dharitri Odia News.