ସବୁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ୬ ବର୍ଷରୁ କମ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବନି ଶିଶୁ
ନୂଆଦିଲ୍ଲୀ ୨୫।୨: କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଅନୁସାରେ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଜାରୀ କରିଛନ୍ତି। ଏହି ନିର୍ଦ୍ଦେଶ ପ୍ରଥମ ଶ୍ରେଣୀରେ ନାମ ଲେଖାକୁ ନେଇ ଜାରୀ ହୋଇଛି। ରାଜ୍ୟ ସରକାରମାନଙ୍କ ସମେତ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଜାରୀ କରାଯାଇଛି। ଜାରୀ ନିର୍ଦ୍ଦେଶରେ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ଏନଇପି ଅନୁସାରେ ନ୍ୟୁନତମ ବୟସ ସୀମା ଆପଣାଇବାକୁ କୁହାଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଲେଖାଯାଇଥିବା ପତ୍ରରେ ଶିକ୍ଷା ମନ୍ତ୍ରାଳୟଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ୨୦୨୦ରେ ଏନଇପି ଲଞ୍ଚ ହେବା ପରେ ଅନେକବାର ଜାରି କରିଥିବା ନିଜ ନିର୍ଦ୍ଦେଶକୁ ଦୋହରାଇଛନ୍ତି। ଏଥିରେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଶିଶୁର ବୟସ ଅନୁନ୍ୟ ୬ ବର୍ଷ ହୋଇଥିବା ଜରୁରୀ ବୋଲି କୁହାଯାଇଛି। ଏଇଭଳି ଏକ ନୋଟିସ୍ ଗତବର୍ଷ ମଧ୍ୟ ଜାରି ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ୧୫ ଫେବୃଆରୀ ୨୦୨୩ରେ ଜାରୀ ପତ୍ରରେ କୁହାଯାଇଛି ଯେ ନୂଆ ଆକାଡେମିକ ସେସନ ୨୦୨୪-୨୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଶା କରାଯାଉଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ସର୍ବ ନିମ୍ନ ବୟସ୍ ୬+ କରିବେ। ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ଲୋକସଭାରେ ସୂଚିତ କରିଥିଲା ଯେ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ
ନୂଆଦିଲ୍ଲୀ ୨୫।୨: କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଅନୁସାରେ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଜାରୀ କରିଛନ୍ତି। ଏହି ନିର୍ଦ୍ଦେଶ ପ୍ରଥମ ଶ୍ରେଣୀରେ ନାମ ଲେଖାକୁ ନେଇ ଜାରୀ ହୋଇଛି। ରାଜ୍ୟ ସରକାରମାନଙ୍କ ସମେତ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଜାରୀ କରାଯାଇଛି। ଜାରୀ ନିର୍ଦ୍ଦେଶରେ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ଏନଇପି ଅନୁସାରେ ନ୍ୟୁନତମ ବୟସ ସୀମା ଆପଣାଇବାକୁ କୁହାଯାଇଛି।
ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଲେଖାଯାଇଥିବା ପତ୍ରରେ ଶିକ୍ଷା ମନ୍ତ୍ରାଳୟଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ୨୦୨୦ରେ ଏନଇପି ଲଞ୍ଚ ହେବା ପରେ ଅନେକବାର ଜାରି କରିଥିବା ନିଜ ନିର୍ଦ୍ଦେଶକୁ ଦୋହରାଇଛନ୍ତି। ଏଥିରେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଶିଶୁର ବୟସ ଅନୁନ୍ୟ ୬ ବର୍ଷ ହୋଇଥିବା ଜରୁରୀ ବୋଲି କୁହାଯାଇଛି। ଏଇଭଳି ଏକ ନୋଟିସ୍ ଗତବର୍ଷ ମଧ୍ୟ ଜାରି ହୋଇଥିଲା।

କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ୧୫ ଫେବୃଆରୀ ୨୦୨୩ରେ ଜାରୀ ପତ୍ରରେ କୁହାଯାଇଛି ଯେ ନୂଆ ଆକାଡେମିକ ସେସନ ୨୦୨୪-୨୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆଶା କରାଯାଉଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ସର୍ବ ନିମ୍ନ ବୟସ୍ ୬+ କରିବେ। ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ଲୋକସଭାରେ ସୂଚିତ କରିଥିଲା ଯେ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଶିଶୁଙ୍କ ନିମନ୍ତେ ଏକକ ପ୍ରବେଶ ଅନୁମତି ରହିଛି, ଯେଉଁଥିରେ ୬ ବର୍ଷ ପୂରଣ ହେଉ ନାହିଁ।
ପୂର୍ବରୁ କେନ୍ଦ୍ର କହିଥିଲା ଯେ ଏନଇପି ଶର୍ତ୍ତ ସହିତ ନ୍ୟୁନତମ ଆୟୁ ସମାନ୍ତର ହେଉ ନଥିବାରୁ ବିଭିନ୍ନ ରାଜ୍ୟରେ ନିଟ୍ ନାମ ଲେଖା ଅନୁପାତ ପ୍ରଭାବିତ ହେଉଛି। ଏନଇପି ୨୦୨୦ର ୫+୩+୩+୪ ସ୍କୁଲ ପ୍ରଣାଳୀ ଅନୁସାରେ ପ୍ରଥମ ୫ ବର୍ଷରେ ୩ରୁ ୬ ବର୍ଷର ଆୟୁବର୍ଗ ଅନୁରୂପ ପ୍ରି ସ୍କୁଲର ୩ ବର୍ଷ ଓ ୬ରୁ ୮ ବର୍ଷ ଆୟୁବର୍ଗ ଅନୁରୂପ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟ ଦୁଇ ବର୍ଷ ସାମିଲ। ତେବେ କେନ୍ଦ୍ର ସରକାର ଜାରି ନିର୍ଦ୍ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମ ଶ୍ରେଣୀରେ ଆଡମିସନ ନିମନ୍ତେ ସର୍ବ ନିମ୍ନ ବୟସ ୬ ବର୍ଷ ଆପଣେଇବାକୁ କୁହାଯାଇଛି।
The post ସବୁ ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ୬ ବର୍ଷରୁ କମ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବନି ଶିଶୁ appeared first on Prameya News7.