ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଗାମୀ ସିଜନ ପାଇଁ ୫୫ ବର୍ଷୀୟ ରାଠୋର ହେଉଛନ୍ତି ଏହି ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ହାଇ ପ୍ରୋଫାଇଲ ନିଯୁକ୍ତି। ପୂର୍ବରୁ ସେମାନେ ରାହୁଲ ଡ୍ରାଭିଡଙ୍କୁ ସେମାନଙ୍କ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇ ସାରିଛନ୍ତି। ଡ୍ରାଭିଡଙ୍କ ଅଧୀନରେ ରାଠୋର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହି ଦୁଇଜଣଙ୍କ ତତ୍ତ୍ୱାବଧାନରେ […] The post ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ… appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଗାମୀ ସିଜନ ପାଇଁ ୫୫ ବର୍ଷୀୟ ରାଠୋର ହେଉଛନ୍ତି ଏହି ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ହାଇ ପ୍ରୋଫାଇଲ ନିଯୁକ୍ତି। ପୂର୍ବରୁ ସେମାନେ ରାହୁଲ ଡ୍ରାଭିଡଙ୍କୁ ସେମାନଙ୍କ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇ ସାରିଛନ୍ତି। ଡ୍ରାଭିଡଙ୍କ ଅଧୀନରେ ରାଠୋର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହି ଦୁଇଜଣଙ୍କ ତତ୍ତ୍ୱାବଧାନରେ ରୋହିତ ଶର୍ମାଙ୍କ ଦଳ ଚଳିତବର୍ଷ ଟି୨୦ ବିଶ୍ୱକପ୍‌ ଜିତିପାରିଛି। ରାଠୋର ହେଉଛନ୍ତି ଜଣେ ପୋଖତ କ୍ରିକେଟ ପ୍ରଫେଶନାଲ। ରାହୁଲ ଡ୍ରାଭିଡ ମୁଖ୍ୟ କୋଚ୍‌ ଭାବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ଅଳ୍ପ କିଛି ଦିନ ପରେ ରାଠୋର ରୟାଲ୍ସ କୋଚିଂ ସେଟଅପ୍‌ରେ ଯୋଗଦେଇଛନ୍ତି। ରାଠୋର ତାଙ୍କ କ୍ୟାରିୟରରେ ୩୩ଟି ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ସେ ୬ଟି ଟେଷ୍ଟ ମ୍ୟାଚ ଖେଳିବା ସହ ୭ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଭାରତର ବ୍ୟାଟିଂ କୋଚ୍‌ ରହିଛନ୍ତି। ରିଷଭ ପନ୍ତ, ଶୁବମନ ଗିଲ୍‌ ଓ କେ.ଏଲ୍‌ ରାହୁଲଙ୍କ ଭଳି ଖେଳାଳିଙ୍କୁ ବିକଶିତ କରିବାରେ ତାଙ୍କର ବଡ଼ ଭୂମିକା ରହିଛି।

The post ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ… appeared first on Dharitri Odia News.