କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ ଅତ୍ୟାଚାର କରିବା ତଥା ସେମାନଙ୍କୁ ମାରିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁନାହାନ୍ତି। ନିକଟରେ ଅନୁଗୋଳ ଆଠମଲ୍ଲିକ ଅଞ୍ଚଳରେ ଜଣେ ଯୁବକ ବିରି ଖାଇଦେବାରୁ ଏକ ଶୁଆକୁ ଫାଶୀ ଦେଇ ତାହାର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଗିରଫ ହୋଇଥିଲେ। ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। […] The post କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ appeared first on Dharitri Odia News.

କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର,୫।୪ (ବନ୍ଦନା ସେଠୀ)ସୋସିଆଲ୍‌ ମିଡିଆରେ ଚର୍ଚ୍ଚାକୁ ଆସିବା ସହିତ ଭିୟୁର୍ସ ବଢାଇବା ପାଇଁ ବ୍ଲଗରମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଏପରିକି ନିରୀହ ବନ୍ୟପ୍ରାଣୀଙ୍କୁ ଅତ୍ୟାଚାର କରିବା ତଥା ସେମାନଙ୍କୁ ମାରିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁନାହାନ୍ତି। ନିକଟରେ ଅନୁଗୋଳ ଆଠମଲ୍ଲିକ ଅଞ୍ଚଳରେ ଜଣେ ଯୁବକ ବିରି ଖାଇଦେବାରୁ ଏକ ଶୁଆକୁ ଫାଶୀ ଦେଇ ତାହାର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଗିରଫ ହୋଇଥିଲେ। ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ଲଗର ଏକ କଇଁଛକୁ ଧରି ତା’ ଉପରେ ରାସାୟନିକ ରଙ୍ଗ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ଛବି ଆଙ୍କି ତାକୁ ପୋଷ୍ଟ କରିଛନ୍ତି। ଚିତ୍ର ଆଙ୍କିବା ସମୟରେ କଇଁଛ ମୁହଁକୁ ଜବରଦସ୍ତ ଚାପି ଧରିଥିବା ସେଥିରେ ଦେଖିବାକୁ ମିଳୁଛି। ଉକ୍ତ ପୋଷ୍ଟଟି ବିଶ୍ୱଜିତ୍‌ ଜେନା ନାମରେ ଥିବା ଫେସ୍‌ବୁକ୍‌ ଆକାଉଣ୍ଟରେ ଏବଂ ମି. ବିଶ୍ୱ ବ୍ଲଗ୍‌ସ ନାମରେ ଥିବା ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ ହୋଇଛି। ଏହି ଘଟଣା ବନ୍ୟପ୍ରାଣୀ ଆଇନ୍‌କୁ ଉଲ୍ଲଂଘନ କରିବା ସହିତ ଧାର୍ମିକ ଭାବନାକୁ କୁଠାରାଘାତ କରୁଛି। ହିନ୍ଦୁଧର୍ମରେ କଇଁଛକୁ ବିଷ୍ଣୁଙ୍କ ଅବତାର ଭାବେ ବର୍ଣ୍ଣନା କରାଯାଇଛି। କଇଁଛକୁ ଏଭଳି ଧରି ଚିତ୍ର ଆଙ୍କିବା ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନୁହେଁ, ବରଂ ସୋସିଆଲ ମିଡିଆରେ ଟଙ୍କା ଅର୍ଜନ କରିବାର ଏକ ମାଧ୍ୟମ। ତେଣୁ କଇଁଛ ଉପରେ ଚିତ୍ର ଆଙ୍କିଥିବା ବ୍ୟକ୍ତି, ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଏବଂ ଏଥିରେ ସାମିଲ୍‌ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।
ସବୁ ଭାରତୀୟ କଇଁଛ ବନ୍ୟାପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ। ଭିଡିଓରେ ଦେଖାଯାଇଥିବା କଇଁଛ ଇଣ୍ଡିଆନ୍‌ ଫ୍ଲାପ୍‌ସେଲ୍‌ ଟର୍ଟଲ (ପଙ୍କୁଆ କଇଁଛ), ଯାହାକି ସିଡ୍ୟୁଲ୍‌-୧ ତାଲିକାଭୁକ୍ତ। ତେଣୁ ଏମାନଙ୍କୁ ଧରିବା ଅର୍ଥ ଶିକାର କରିବା। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ କିମ୍ବା ୧ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ମାତ୍ର ଏସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ବିଶ୍ୱଜିତ୍‌ ଏହି ସିଡ୍ୟୁଲ୍‌-୧ କଇଁଛକୁ ଧରି, ତାକୁ ରାସାୟନିକ ରଙ୍ଗ ଦେଇ ସମ୍ପୂର୍ଣ୍ଣ ପ୍ରଣାଳୀକୁ ଭିଡିଓ ଶୁଟିଂ କରି ପୋଷ୍ଟ କରିବା ଦେଖିବାକୁ ମିଳିଛି। ଅପରପକ୍ଷେ ବାରମ୍ବାର ବନ୍ୟପ୍ରାଣୀଙ୍କୁ ଏଭଳି ଅତ୍ୟାଚାର କରାଯାଉଥିବାବେଳେ ବନ ବିଭାଗ ପକ୍ଷରୁ ସେଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନେକ ସମୟରେ ଅଭିଯୋଗ ହେଲେ କେବଳ ଅପରାଧୀଙ୍କୁ ଗିରଫ କରି ଚୁପ୍‌ ବସିଯାଉଛି। ଫଳରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଛି।

The post କଇଁଛ ପିଠିରେ ରାସାୟନିକ ରଙ୍ଗରେ ଶ୍ରୀଜଗନ୍ନାଥ appeared first on Dharitri Odia News.