ଆଇପିଏଲ୍ ଫାଇନାଲ୍‌ ଇତିହାସରେ ସବୁଠାରୁ କମ ରନ୍ କଲା ହାଇଦ୍ରାବାଦ: ୧୧୩ ରନ୍‌ରେ ଅଲ୍‌ ଆଉଟ୍

ଚେନ୍ନାଇ: ଆଇପିଏଲ୍ ଫାଇନାଲ୍ ଇତିହାସରେ ସବୁଠାରୁ କମ୍ ରନ୍ କଲା ହାଇଦ୍ରାବାଦ। ଏତେ କମ ରନ୍ ପୂର୍ବରୁ କେବେ ହୋଇନଥିଲା। ଫାଇନାଲ୍ ଟ୍ରଫି ପାଇଁ କୋଲକାତା ବିପକ୍ଷରେ ଲଢ଼େଉ କରୁଥିବା ହାଇଦ୍ରାବାଦ ମାତ୍ର ୧୧୩ ରନ୍ କରିଛି। ଯାହା ଫାଇନାଲ୍ ଇତିହାସରେ ସବୁଠାରୁ କମ୍ ରନ। ଏହା ପୂର୍ବରୁ ୨୦୧୩ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ୧୨୫ ରନର ଲୋ ସ୍କୋର କରିଥିଲା।ରବିବାର ଚେପକ୍ ଷ୍ଟାଡିୟମ୍‌ରେ ସନ୍‌ରାଇଜର ହାଇଦ୍ରାବାଦ ଓ କୋଲକାତା ନାଇଟ୍‌ରାଇଡର୍ସ ବିରୋଧରେ ମୁକାବିଲା ଜାରି ରହିଛି। ଆଜି ସନ୍‌ରାଇଜର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଦଳ ଆଜି ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ୨୦ ଓଭର ବି ଖେଳିପାରି ନାହିଁ ହାଇଦ୍ରାବଦ। ୧୮.୩ ଓଭରରେ ଅଲ୍‌ ଆଉଟ୍ ହୋଇ ଦଳ ମାତ୍ର ୧୧୩ ରନ୍ କରି ପାରିଛି। ସେପଟେ କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।cricbuzzହାଇଦ୍ରାବାଦର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ଦଳ ପାଇଁ ବୁମେରାଂ ହୋଇଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ଦଳ। ଓପନର ଟ୍ରାଭିସ୍ ହେଡ୍(୦) ଓ ଅଭିଷେକ୍ ଶର୍ମା(୫) ଆଜି ବି ଫେଲ୍ ମାରିଥିଲେ। କୋଲକାତା ନାଇଟ୍‌ରାଇଡର୍ସର ବୋଲରମାନେ ଆଜି ଏମିତି ୱିକେଟ୍ ନେଉଥିଲା ଯେ ଆଜିର ମ୍ୟାଚ୍ ଫାଇନାଲ୍ ବୋଲି ଜଣାପଡ଼ୁ ନଥିଲା। ହାଇଦ୍ରାବାଦର ଦୁଇ ଓପନର ଆଉଟ୍ ହେବା ପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା। ତୃତୀୟ ୱିକେଟ୍ ଭାବେ ରାହୁଲ ତ୍ର

ଆଇପିଏଲ୍ ଫାଇନାଲ୍‌ ଇତିହାସରେ ସବୁଠାରୁ କମ ରନ୍ କଲା ହାଇଦ୍ରାବାଦ: ୧୧୩ ରନ୍‌ରେ ଅଲ୍‌ ଆଉଟ୍

ଚେନ୍ନାଇ: ଆଇପିଏଲ୍ ଫାଇନାଲ୍ ଇତିହାସରେ ସବୁଠାରୁ କମ୍ ରନ୍ କଲା ହାଇଦ୍ରାବାଦ। ଏତେ କମ ରନ୍ ପୂର୍ବରୁ କେବେ ହୋଇନଥିଲା। ଫାଇନାଲ୍ ଟ୍ରଫି ପାଇଁ କୋଲକାତା ବିପକ୍ଷରେ ଲଢ଼େଉ କରୁଥିବା ହାଇଦ୍ରାବାଦ ମାତ୍ର ୧୧୩ ରନ୍ କରିଛି। ଯାହା ଫାଇନାଲ୍ ଇତିହାସରେ ସବୁଠାରୁ କମ୍ ରନ। ଏହା ପୂର୍ବରୁ ୨୦୧୩ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ୧୨୫ ରନର ଲୋ ସ୍କୋର କରିଥିଲା।

ରବିବାର ଚେପକ୍ ଷ୍ଟାଡିୟମ୍‌ରେ ସନ୍‌ରାଇଜର ହାଇଦ୍ରାବାଦ ଓ କୋଲକାତା ନାଇଟ୍‌ରାଇଡର୍ସ ବିରୋଧରେ ମୁକାବିଲା ଜାରି ରହିଛି। ଆଜି ସନ୍‌ରାଇଜର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଦଳ ଆଜି ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ୨୦ ଓଭର ବି ଖେଳିପାରି ନାହିଁ ହାଇଦ୍ରାବଦ। ୧୮.୩ ଓଭରରେ ଅଲ୍‌ ଆଉଟ୍ ହୋଇ ଦଳ ମାତ୍ର ୧୧୩ ରନ୍ କରି ପାରିଛି। ସେପଟେ କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।

cricbuzz

ହାଇଦ୍ରାବାଦର ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ଦଳ ପାଇଁ ବୁମେରାଂ ହୋଇଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ଦଳ। ଓପନର ଟ୍ରାଭିସ୍ ହେଡ୍(୦) ଓ ଅଭିଷେକ୍ ଶର୍ମା(୫) ଆଜି ବି ଫେଲ୍ ମାରିଥିଲେ। କୋଲକାତା ନାଇଟ୍‌ରାଇଡର୍ସର ବୋଲରମାନେ ଆଜି ଏମିତି ୱିକେଟ୍ ନେଉଥିଲା ଯେ ଆଜିର ମ୍ୟାଚ୍ ଫାଇନାଲ୍ ବୋଲି ଜଣାପଡ଼ୁ ନଥିଲା। ହାଇଦ୍ରାବାଦର ଦୁଇ ଓପନର ଆଉଟ୍ ହେବା ପରେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ିଥିଲା। ତୃତୀୟ ୱିକେଟ୍ ଭାବେ ରାହୁଲ ତ୍ରିପାଠୀ(୧୩ ବଲ ୯ ରନ୍),ନୀତୀଶ ରେଡ୍ଡୀ(୧୦ ବଲ ୧୩) ଆଉଟ ହୋଇଥିଲେ। ତେବେ ଆଡେନ ମାର୍‌କ୍ରମ ଦଳୀୟ ସ୍କୋର୍‌କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ ବି ସେ ମଧ୍ୟ ମାତ୍ର ୨୦ ରନ୍ କରି ପାଭିଲିଅନ ଫେରିଥିଲେ। 

୧୦ ଓଭର ଖେଳ ବେଳକୁ  ମାତ୍ର ୬୩ ରନ୍‌ରେ ହାଇଦ୍ରାବାଦର ୫ ୱିକେଟ୍ ଯାଇ ସାରିଥିଲା। ସେହିପରି ଶାହବାଜ ଅହମଦ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଅବଦୁଲ ଶମାଦ ମାତ୍ର ୪ ରନ୍ କରି ଆଉଟ୍ ହେବା ପରେ ୧୨.୪ ଓଭର ବେଳକୁ ୭ଟି ୱିକେଟ୍‌ର ପତ୍ତନ ଘଟିଥିଲା। ସେତେବେଳେ ଦଳ ମାତ୍ର ୭୭ ରନ୍ କରିଥିଲା।

ୱିକେଟ ପତ୍ତନ

cricbuzz

ଅନ୍ୟପଟେ ଦଳର ସ୍କୋର୍‌କୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବା ପାଇଁ ୱିକେଟ୍ କିପର ବ୍ୟାଟର୍ ହେନ୍‌ରିକ କ୍ଲାସେନ୍‌ ରକ୍ଷଣଶୀଳ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ସହଯୋଗ କରୁଥିଲେ ଅଧିନାୟକ ପାଟ୍ କମିନ୍ସ। ୧୪ ଓଭରର ଦଳ ୭ ୱିକେଟ୍ ହରାଇ ୬,୪୩ ହାରରେ ୯୦ ରନ୍‌ ସଂଗ୍ରହ କରିଥିଲା। ଦଳ ପାଇଁ ସଂଘର୍ଷ କରି ଶେଷରେ ୧୫ ଓଭର ପ୍ରଥମ ବଲ୍‌ରେ ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ କ୍ଲାସେନ୍। ସେ ୧୭ ବଲ୍‌ରେ ମାତ୍ର ୧୬ ରନ୍ କରିଥିଲେ। ଏହାପରେ ଜୟଦେବ ଉନାଦକଟ୍‌ ବ୍ୟାଟିଂ ଆସିଥିଲେ। କମିନ୍ସ ଓ ଉନାଦକଟ୍ ଦୁହେଁ ବ୍ୟାଟିଂ ଜାରି ରଖିଥିବା ବେଳେ ଦଳ ୧୬ ଓଭର ଖେଳି ୯୮ ରନ୍‌ରେ ୮ ୱିକେଟ୍ ହରାଇଥିଲା। ଏହାପରେ ଟାଇମ୍‌ ଆଉଟ୍ ଘୋଷଣା କରିଥିଲେ ଆମ୍ପାୟ।ର।

ଟାଇମ୍ ଆଉଟ୍ ପରେ ରକ୍ଷଣଶୀଳ ଭାବେ ବ୍ୟାଟିଂ ଜାରି ରଖିଥିଲେ କ୍ୟାପ୍ଟେନ୍ କମିନ୍ସ ଓ ଉନାଦକଟ୍। ହେଲେ ଦୁଇ ଜଣ ଶେଷ ପର୍ଯ୍ୟନ୍ତ ରହି ୨୦ ଓଭର ବି ମ୍ୟାଚ୍ ଖେଳିପାରି ନଥିଲେ। ୧୮.୩ ଓଭରରେ ଦଳ ମାତ୍ର ୧୧୩ ରନ୍‌ କରି ଅଲ୍‌ ଆଉଟ୍ ହୋଇଯାଇଛି। କମିନ୍ସ ସର୍ବାଧିକ ୨୪ ରନ୍ କରିଥିବା ବେଳେ ଉନାଦକଡ୍ ମାତ୍ର ୪ ରନ୍ କରିଥିଲେ।

cricbuzz

ୱିକେଟ୍ ଟେକର କୋଲକାତା ବୋଲର

ସେପଟେ ହାଇଦ୍ରାବାଦ ପକ୍ଷରୁ ପ୍ରାୟ ସମସ୍ତ ବୋଲର ଭଲ ବୋଲିଂ କରିଥିଲେ। ମିଚେଲ୍ ଷ୍ଟାର୍କ ଅଭିଷେକ ଶର୍ମାଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ୱିକେଟ୍ ଦେଇଥିବା ବେଳେ ଜଣଙ୍କ ପରେ ଜଣେ ବୋଲର ୱିକେଟ୍ ନେବାରେ ସଫଳ ହୋଇଥିଲେ। ହାଇଦ୍ରାବାଦ ପକ୍ଷରୁ ଅନ୍ଦ୍ରେ ରସେଲ୍ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ  ଷ୍ଟାର୍କ, ହର୍ଷିତ ରାଣା ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ବୈଭବ ଅରୋର,ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

cricbuzz

ଫାଇନାଲରେ ଲୋ ସ୍କୋର

ଆଇପିଏଲ୍‌ ୨୦୨୪ରେ ଏସ୍‌ଆର୍‌ଏଚ୍‌ ବନାମ କେକେଆର୍‌ ( ହାଇଦ୍ରାବାଦ ୧୧୩‌ ଅଲ୍‌ ଆଉଟ୍‌ )

ଆଇପିଏଲ୍‌ ୨୦୧୩ରେ ସିଏସକେ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ସିଏସକେ ୧୨୫- ୯ ଓ୍ବିକେଟ )

ଆଇପିଏଲ୍‌ ୨୦୧୭ରେ ରାଇଜିଂ ପୁନେ ସୁପର ଜାଏଣ୍ଟ୍ସବନାମ ମୁମ୍ବାଇ ଇଣ୍ଡିଆନ୍ସ (ରାଇଜିଂ ପୁନେ ସୁପର ଜାଏଣ୍ଟ୍ସ୧୨୮-୬ ଓ୍ବିକେଟ )

ଆଇପିଏଲ୍‌ ୨୦୨୨ରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ (ରାଜସ୍ଥାନ ରୟାଲ୍ସ୧୩୦-୯ ଓ୍ବିକେଟ) 


ଆଇପିଏଲ୍ ୱିନର ଲିଷ୍ଟ

ସୂଚନା ଥାଉକି ଆଇପିଏଲ୍‌ରେ ୨୦୨୪କୁ ଛାଡ଼ିଦେଲେ ୨୦୦୮ ଠାରୁ ଏପର୍ଯ୍ୟନ୍ତ ୧୬ଟି ମୁକାବିଲା ହୋଇଛି। ଏଥିରେ ସନ୍‌ରାଇଜର ହାଇଦ୍ରାବାଦ ମାତ୍ର ଗୋଟିଏ ଟ୍ରଫି ଜିତିଥିବା(୨୦୧୬) ବେଳେ କୋଲକାତା ଦୁଇଟି(୨୦୧୪ ଓ ୨୦୧୨) ଟ୍ରଫି ହାତେଇଛି। ଯଦି ଏଥର ଟ୍ରଫି ଜିତିଲା ତେବେ କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ୱିନର ହେବ। ଆଇପିଏଲ୍‌ର ୧୬ଟି ମୁକାବିଲା ମଧ୍ୟରୁ ମୁମ୍ବାଇ ଓ ଚେନ୍ନାଇ ସର୍ବାଧିକ ୫ ଥର ଲେଖାଏ ୱିନର ହୋଇଛନ୍ତି। ସେହିପରି ରାଜସ୍ଥାନ(୨୦୦୮ପ୍ରଥମ ଟ୍ରଫି),ଡେକାନ ଚାର୍‌ଜର୍ସ(୨୦୦୯) ଓ ଗୁଜରାଟ(୨୦୨୨) ଟାଇନଟନ୍‌ ଗୋଟିଏ ଲେଖାଏ ଟ୍ରଫି ହାତେଇଛନ୍ତି।