ଆଇପିଏଲ୍ ୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍ ହେବେ ଋଷବ ପନ୍ତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସସର କ୍ୟାପ୍ଟେନ୍ ହେବେ ଋଷବ ପନ୍ତ। ମଙ୍ଗଳବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁର୍ଘଟଣାରେ ଶିକାର ହେବା ପରେ ଆଣ୍ଠୁ ସର୍ଜରୀ କରାଇ ୱିକେଟ କିପର ବ୍ୟାଟର ଋଷବ ପନ୍ତ ପୁଣିଥରେ ପ୍ରଫେସନାଲ୍ କ୍ରିକେଟ୍‌କୁ ଫେରିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଆଇପିଏଲ୍‌ରେ ଖେଳିବା ପାଇଁ ଋଷବ ଭାଇଜାଗ ଯାଇ ମଧ୍ୟ ଅଭ୍ୟାସ କରିଥିଲେ। ଦିଲ୍ଲୀ କ୍ୟାପିଟ୍ଲ ଅଧ୍ୟକ୍ଷ ଓ ସହଯୋଗୀ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି “ଆମ ଅଧିନାୟକ ଭାବରେ ଋଷଭଙ୍କୁ ସ୍ୱାଗତ କରି ଆମେ ଆନନ୍ଦିତ।  ଧୈର୍ଯ୍ୟ ଓ ନିର୍ଭୟ ହୋଇ ଖେଳିବା ସବୁବେଳେ ତାଙ୍କର କ୍ରିକେଟ୍ ବ୍ରାଣ୍ଡକୁ ଦର୍ଶାଇଥାଏ। ଦୁର୍ଘଟଣାରୁ ସୁସ୍ଥ  ହେବା ପରେ ବି ଏହା ତାଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ନୁହେଁ।”ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ସହଯୋଗୀ ମାଲିକ କିରଣ କୁମାର ଗାନ୍ଧୀ କହିଛନ୍ତି ଯେ ଋଷବ ପନ୍ତ ତାଙ୍କ ଜୀବନରେ ଏକ କଠିନ୍ନ ସମୟ ଦେଇ ଗତି କରିଛନ୍ତି। ତେଣୁ ତାଙ୍କୁ ଓ ତାଙ୍କ ଟିମ୍‌କୁ ଆମର ସ୍ୱାଗତ ବୋଲି କିରଣ କହିଛନ୍ତି। ସୂଚନା ଥାଉକି ଚଳିତ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ତାରା ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଖେଳିବ। ମାର୍ଚ୍ଚ ୨୩ ତାରିଖରେ ଏହି ମ୍ୟାଚ୍ ଖେଳାଯିବ ଚଣ୍ଡିଗଡ଼ରେ ଖେଳାଯିବ।

ଆଇପିଏଲ୍ ୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ୍ ହେବେ ଋଷବ ପନ୍ତ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସସର କ୍ୟାପ୍ଟେନ୍ ହେବେ ଋଷବ ପନ୍ତ। ମଙ୍ଗଳବାର ଫ୍ରାଞ୍ଚାଇଜ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁର୍ଘଟଣାରେ ଶିକାର ହେବା ପରେ ଆଣ୍ଠୁ ସର୍ଜରୀ କରାଇ ୱିକେଟ କିପର ବ୍ୟାଟର ଋଷବ ପନ୍ତ ପୁଣିଥରେ ପ୍ରଫେସନାଲ୍ କ୍ରିକେଟ୍‌କୁ ଫେରିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଆଇପିଏଲ୍‌ରେ ଖେଳିବା ପାଇଁ ଋଷବ ଭାଇଜାଗ ଯାଇ ମଧ୍ୟ ଅଭ୍ୟାସ କରିଥିଲେ। 

ଦିଲ୍ଲୀ କ୍ୟାପିଟ୍ଲ ଅଧ୍ୟକ୍ଷ ଓ ସହଯୋଗୀ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି “ଆମ ଅଧିନାୟକ ଭାବରେ ଋଷଭଙ୍କୁ ସ୍ୱାଗତ କରି ଆମେ ଆନନ୍ଦିତ।  ଧୈର୍ଯ୍ୟ ଓ ନିର୍ଭୟ ହୋଇ ଖେଳିବା ସବୁବେଳେ ତାଙ୍କର କ୍ରିକେଟ୍ ବ୍ରାଣ୍ଡକୁ ଦର୍ଶାଇଥାଏ। ଦୁର୍ଘଟଣାରୁ ସୁସ୍ଥ  ହେବା ପରେ ବି ଏହା ତାଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ନୁହେଁ।”

ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ସହଯୋଗୀ ମାଲିକ କିରଣ କୁମାର ଗାନ୍ଧୀ କହିଛନ୍ତି ଯେ ଋଷବ ପନ୍ତ ତାଙ୍କ ଜୀବନରେ ଏକ କଠିନ୍ନ ସମୟ ଦେଇ ଗତି କରିଛନ୍ତି। ତେଣୁ ତାଙ୍କୁ ଓ ତାଙ୍କ ଟିମ୍‌କୁ ଆମର ସ୍ୱାଗତ ବୋଲି କିରଣ କହିଛନ୍ତି। ସୂଚନା ଥାଉକି ଚଳିତ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ତାରା ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଖେଳିବ। ମାର୍ଚ୍ଚ ୨୩ ତାରିଖରେ ଏହି ମ୍ୟାଚ୍ ଖେଳାଯିବ ଚଣ୍ଡିଗଡ଼ରେ ଖେଳାଯିବ।