ଆଇପିଏଲ୍-୨୦୨୪ ମହାସମର; ଉଦଘାଟନୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ଚିପକ୍, ବଦଳିଲା ଏହି ନିୟମ

ମୁମ୍ବାଇ, ୨୨/୦୩: ଫଟାଫାଟ୍ କ୍ରିକେଟ୍ ମହାସମର । ଶୁକ୍ରବାରଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହେବ ଆଇପିଏଲ୍‌ର ୧୭ତମ  ସଂସ୍କରଣ । ଏଥିପାଇଁ ପ୍ରସ୍ତୁତ ହୋଇଛି ଚିଦାମ୍ବରମ୍ ଷ୍ଟାଡିୟମ ଚେନ୍ନାଇ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏନେଇ ଚେନ୍ନାଇରେ ଦୁଇ ଦଳର ଖେଳାଳି ମାନେ ପହଞ୍ଚି ସାରିଛନ୍ତି । ପ୍ରଥମ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ସିଏସକେରେ ମହେନ୍ଦ୍ର ସିଂହ ଓ ଆରସିବିରେ ବିରାଟ କୋହଲିଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ଆଇପିଏଲର ୧୭ତମ ସଂସ୍କରଣରେ କିଛି ନିୟମରେ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁଯାୟୀ, ଜଣେ ବୋଲର ଗୋଟିଏ ଓଭରରେ ୨ଟି ବାଉନ୍ସର ପକାଇ ପାରିବେ । ଆଇପିଏଲରେ ଆଉ ବ୍ୟାଟରଙ୍କ ରାଜୁତି ରହିବ ନାହିଁ । ବୋଲର ମାନେ ପ୍ରତି ଓଭରରେ ଚ୍ୟାଲେଞ୍ଜ ଦେଇ ପାରିବେ । ଘାତକ ପେସ୍‌ ବୋଲରମାନେ ବାରମ୍ବାର ବାଉନ୍ସର ମାରି  ବ୍ୟାଟରଙ୍କ ମନରେ ଆତଙ୍କ ଖେଳାଇ ପାରିବେ ।  ଗତ ବର୍ଷ ଲାଗୁ କରାଯାଇଥିବା ଇମ୍ପାକ୍ଟ ପ୍ଲେୟାର ନିୟମ ଏଥର ମଧ୍ୟ ବଳବତ୍ତର ରହିବ । ଫଳ ସ୍ୱରୂପ ଟସ୍‌ ପୂର୍ବରୁ ଉଭୟ ଦଳର ଅଧିନାୟକ ୧୨ଜଣିଆ ଖେଳାଳି ତାଲିକା ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ୧୧ଜଣ ମୁଖ୍ୟ ଖେଳାଳିଙ୍କ ପରେ ଆଉ ଜଣେ ଖେଳାଳିଙ୍କୁ ସେ ଇମ୍ପ

ଆଇପିଏଲ୍-୨୦୨୪ ମହାସମର; ଉଦଘାଟନୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ଚିପକ୍, ବଦଳିଲା ଏହି ନିୟମ

ମୁମ୍ବାଇ୨୨/୦୩: ଫଟାଫାଟ୍ କ୍ରିକେଟ୍ ମହାସମର । ଶୁକ୍ରବାରଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହେବ ଆଇପିଏଲ୍‌ର ୧୭ତମ  ସଂସ୍କରଣ । ଏଥିପାଇଁ ପ୍ରସ୍ତୁତ ହୋଇଛି ଚିଦାମ୍ବରମ୍ ଷ୍ଟାଡିୟମ ଚେନ୍ନାଇ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏନେଇ ଚେନ୍ନାଇରେ ଦୁଇ ଦଳର ଖେଳାଳି ମାନେ ପହଞ୍ଚି ସାରିଛନ୍ତି । ପ୍ରଥମ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ସିଏସକେରେ ମହେନ୍ଦ୍ର ସିଂହ ଓ ଆରସିବିରେ ବିରାଟ କୋହଲିଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । 

ଆଇପିଏଲର ୧୭ତମ ସଂସ୍କରଣରେ କିଛି ନିୟମରେ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁଯାୟୀ, ଜଣେ ବୋଲର ଗୋଟିଏ ଓଭରରେ ୨ଟି ବାଉନ୍ସର ପକାଇ ପାରିବେ । ଆଇପିଏଲରେ ଆଉ ବ୍ୟାଟରଙ୍କ ରାଜୁତି ରହିବ ନାହିଁ । ବୋଲର ମାନେ ପ୍ରତି ଓଭରରେ ଚ୍ୟାଲେଞ୍ଜ ଦେଇ ପାରିବେ । ଘାତକ ପେସ୍‌ ବୋଲରମାନେ ବାରମ୍ବାର ବାଉନ୍ସର ମାରି  ବ୍ୟାଟରଙ୍କ ମନରେ ଆତଙ୍କ ଖେଳାଇ ପାରିବେ ।  ଗତ ବର୍ଷ ଲାଗୁ କରାଯାଇଥିବା ଇମ୍ପାକ୍ଟ ପ୍ଲେୟାର ନିୟମ ଏଥର ମଧ୍ୟ ବଳବତ୍ତର ରହିବ । ଫଳ ସ୍ୱରୂପ ଟସ୍‌ ପୂର୍ବରୁ ଉଭୟ ଦଳର ଅଧିନାୟକ ୧୨ଜଣିଆ ଖେଳାଳି ତାଲିକା ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ୧୧ଜଣ ମୁଖ୍ୟ ଖେଳାଳିଙ୍କ ପରେ ଆଉ ଜଣେ ଖେଳାଳିଙ୍କୁ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ବଦଳ କରିପାରିବେ ।

IPL 2024 : GTରେ ସାମିଙ୍କ ବଦଳରେ ଖେଳିବେ ସନ୍ଦୀପ, MIରେ ମଧୁଶଙ୍କାର ସ୍ଥାନରେ ୧୭ ବର୍ଷୀୟ ଦ୍ରୁତ ବୋଲର...

ସେହିପରି ଅମ୍ପାୟାରଙ୍କ ସୁବିଧା ପାଇଁ ଏଥର ସ୍ମାର୍ଟ ରିପ୍ଲେ ସିଷ୍ଟମ ଲାଗୁ କରାଯାଇଛି । ତୃତୀୟ ଅମ୍ପାୟାରଙ୍କ କାର୍ଯ୍ୟକୁ ସହଜ କରିବା ତଥା କମ୍‌ ସମୟରେ ମଧ୍ୟରେ ନିଷ୍ପତ୍ତି ଶୁଣାଇବା ପାଇଁ ଗ୍ରାଉଣ୍ଡରେ ୮ଟି ହାଇ ସ୍ପିଡ୍‌  କ୍ୟାମେରା ଲଗାଯିବ । ଏହି କ୍ୟାମେରାରୁ ତୃତୀୟ  ଅମ୍ପାୟାର ସିଧା ସଳଖ ଭିଡ଼ିଓ ରିପ୍ଲେ ଦେଖି ପାରିବେ । 

ଅନ୍ୟପଟେ ଆଇପିଏଲ୍ ଉଦଘାଟନୀ ଉତ୍ସବରେ ରେହେମାନଙ୍କ ସଙ୍ଗୀତରେ ଝୁମିବ ଚିପକ୍ ଷ୍ଟାଡିୟମ । ବିଲିଉଡ୍‌ର କଳାକାରଙ୍କ ଡ୍ୟାନ୍ସରେ ଝୁମିବେ ଦର୍ଶକ । ଏମାନଙ୍କ ମଧ୍ୟରେ  ରହିଛନ୍ତି ଅଭିନେତା ଅକ୍ଷର କୁମାରଟାଇଗର ସ୍ରଫସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଓ କଣ୍ଠଶିଳ୍ପୀ ସୋନୁ ନିଗମ୍ । ଆହୁରି ଅନେକ   କଳାକାର ମଧ୍ୟ ନୃତ୍ୟ ପରିବେଷଣ କରିବେ ।   

ମ୍ୟାଚ୍‌ ସଂଖ୍ୟା ଅପରିବର୍ତ୍ତିତ, ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ମୋଟ୍‌ ୭୪ଟି  ମ୍ୟାଚ୍‌ ଖେଳାଯିବ । ୭୦ଟି ଲିଗ୍‌ ମ୍ୟାଚ୍‌ ବ୍ୟତୀତ ୨ଟି  କ୍ୱାଲିଫାୟରଗୋଟିଏ ଏଲିମିନେଟର ଓ ଶେଷରେ  ଫାଇନାଲ୍‌ ଖେଳାଯିବ । ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ  ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ରାତି ୮ଟିରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ । ବାକି ସମସ୍ତ  ରାତି ମ୍ୟାଚ୍‌ ଗୁଡ଼ିକ ୭.୩୦ରେ ଆରମ୍ଭ ହେବ । ଦିନ ମ୍ୟାଚ୍‌ ଗୁଡ଼ିକ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ ।   ସ୍ପୋର୍ଟ୍ସ ୧୮ ଜିଓ ସିନେମାହଟ୍‌ ଷ୍ଟାର୍‌ରେ ସମସ୍ତ  ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ । 

IPL ଅଧିନାୟକଙ୍କ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳର ଅଧିନାୟକ ପାଉଛନ୍ତି କେତେ ଦରମା

ପୁରୁଣା ଦଳନୂଆ ନେତୃତ୍ୱ ଚେନ୍ନାଇ ସୁପରକିଙ୍ଗ୍‌ସରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସଙ୍କୁ  ଛାଡ଼ିଦେଲେ ଅନ୍ୟ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ  ଦେଖିବାକୁ ମିଳିବ । ଗତ ୨ଟି ସିଜନରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏଥର   ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବାକୁ ଯାଉଛନ୍ତି । ଫଳରେ ଶୁଭମନ ଗିଲ୍‌ ନୂଆ କରି ଟାଇଟନ୍ସ ଦଳର ନେତୃତ୍ୱ  ନେବେ । କେ ଏଲ୍‌ ରାହୁଲ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଦଳର ନେତୃତ୍ୱ ନେବେ । ରିଷଭ ପନ୍ତ ଓ ଶ୍ରେୟାସ ଆୟର ଅଧିନାୟକ  ଭାବେ ନିଜ ନିଜ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।  ଉଭୟ ଆହତ ସମସ୍ୟା ଯୋଗୁଁ ଗତ ସିଜନ ଖେଳି  ନଥିଲେ । ସନରାଇଜର୍ସ ପ୍ରତି ବର୍ଷ ଭଳି ନୂଆ ସିଜନ  ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି । ଏଥର ପ୍ୟାଟ୍‌  କମିନ୍ସ ଦଳର ନେତୃତ୍ୱ ନେଉଛନ୍ତି । ଷ୍ଟାର୍କକମିନ୍ସ ମୁଖ୍ୟ ଆକର୍ଷଣ ଅଷ୍ଟ୍ରେଲିଆର ଦୁଇ ପ୍ରସିଦ୍ଧ ପେସ୍‌ ବୋଲର ମିଚେଲ  ଷ୍ଟାର୍କ ଓ କମିନ୍ସଙ୍କୁ ଉପରେ ଦର୍ଶକଙ୍କ ନଜର  ରହିବ । ଉଭୟ ଆଇପିଏଲ୍‌ ଇତିହାସର ସବୁଠୁ  ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।