ଆଇପିଏଲ୍ ୨୦୨୪ ଶେଷରେ ଅବସର ନେବେ ଧୋନୀ: ରିପୋର୍ଟ
ଚେନ୍ନାଇ,୨୨ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି। ଧୋନି ଆନୁଷ୍ଠାନିକ ଭାବେ ଅଗଷ୍ଟ ୧୫, ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ କିନ୍ତୁ ଆଇପିଏଲରେ ତାଙ୍କର ଯୋଗଦାନ ଅକ୍ଷୁର୍ଣ୍ଣ ରହିଥିଲା। ଚଳିତ ସିଜିନ ଧୋନୀଙ୍କ ପାଇଁ ଶେଷ ହୋଇପାରେ ବୋଲି ଆକଳନ କରାଯାଉଛି। ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲ୍ ୨୦୨୪ ପ୍ରଥମ […] The post ଆଇପିଏଲ୍ ୨୦୨୪ ଶେଷରେ ଅବସର ନେବେ ଧୋନୀ: ରିପୋର୍ଟ appeared first on Dharitri Odia News.
ଚେନ୍ନାଇ,୨୨ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି। ଧୋନି ଆନୁଷ୍ଠାନିକ ଭାବେ ଅଗଷ୍ଟ ୧୫, ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ କିନ୍ତୁ ଆଇପିଏଲରେ ତାଙ୍କର ଯୋଗଦାନ ଅକ୍ଷୁର୍ଣ୍ଣ ରହିଥିଲା। ଚଳିତ ସିଜିନ ଧୋନୀଙ୍କ ପାଇଁ ଶେଷ ହୋଇପାରେ ବୋଲି ଆକଳନ କରାଯାଉଛି।
ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଆଇପିଏଲ୍ ୨୦୨୪ ପ୍ରଥମ ମ୍ୟାଚ୍ ପୂର୍ବରୁ ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକ୍ଵାଡଙ୍କୁ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେବା ପରେ ଏହି ଆଶଙ୍କା କରାଯାଉଛି।
ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟରେ ଅନୁଯାୟୀ, “ଧୋନୀ ସିଜିନ୍ ଶେଷରେ ଅବସର ନେବେ ବୋଲି ଅନୁମାନ କରାଯାଉଛି। ସିଏସକେ ଏବଂ ଧୋନୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନ ରହିଛି ଏବଂ ବିଶ୍ୱକପ ବିଜେତା ଅଧିନାୟକ ଫ୍ରାଞ୍ଚାଇଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଏହା ଖେଳାଳି ଭାବରେ ନ ହୋଇପାରେ।
୨୦୨୨ ସଂସ୍କରଣରେ ମଧ୍ୟ ସିଏସକେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲା କିନ୍ତୁ ରବିନ୍ଦ୍ର ଜାଡେଜା ଆଠଟି ମ୍ୟାଚ୍ ପରେ ଧୋନୀଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ହସ୍ତାନ୍ତର କରି ଦେଇଥିଲେ। ସିଏସକେ ସିଇଓ କାସୀ ବିଶ୍ୱନାଥନ ପିଟିଆଇକୁ କହିଛନ୍ତି ଯେ, ସେତେବେଳେ ଏହା ସଫଳ ହୋଇନଥିଲା, ବର୍ତ୍ତମାନ ଟିମ୍ ରୁତୁରାଜ ଗାଇକ୍ୱାଡଙ୍କୁ ନିଯୁକ୍ତ କରି ଆଉ ଏକ ପଦକ୍ଷେପ ନେଇଛି।
The post ଆଇପିଏଲ୍ ୨୦୨୪ ଶେଷରେ ଅବସର ନେବେ ଧୋନୀ: ରିପୋର୍ଟ appeared first on Dharitri Odia News.