ଆଇପିଏଲ୍‌ ୨୦୨୪ର ସବୁ ମ୍ୟାଚ୍‌ ଖେଳିବେନି ଧୋନୀ, ଏମିତି କହିଲେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍

ମୁମ୍ୱାଇ ୨୩/୦୩: ମେହେନ୍ଦ୍ର ସିଂହ ଧୋନୀ । CSKର ଓ୍ୱିକେଟ କିପର ତଥା ଷ୍ଟାର ବ୍ୟାଟର । ଏବେ ସେ ଦାୟିତ୍ୱ ମୁକ୍ତ । ଫୁଲ ଫ୍ରିଡମରେ ଖେଳୁଛନ୍ତି ମାହୀ । ଋତୁରାଜଙ୍କ ଦେଇଛନ୍ତି ଦାୟିତ୍ୱ । ସେଥିପାଇଁ ତ ତାଙ୍କୁ କୁହାଯାଏ ମହେନ୍ଦ୍ର ସରପ୍ରାଇଜ୍ ଧୋନୀ । କେତେବେଳେ ସେ କଣ ନିଷ୍ପତ୍ତି ନିଅନ୍ତି, ତାହା ତାଙ୍କୁ ଜଣା । କ୍ୟାପଟେନ୍ସି ଛାଡିବା ପଛରେ ବି ସେହି ନିଷ୍ପତ୍ତି । ଏବେ କିନ୍ତୁ ଧୋନୀଙ୍କ ଫ୍ୟାନ୍ସଙ୍କୁ ଲାଗିବାକୁ ଯାଉଛି ଝଟ୍‌କା । ଯାହା ଶୁଣିବାକୁ ମିଳିଛି ଆଇପିଏଲ୍‌ର ସବୁ ମ୍ୟାଚ୍ ଖେଳିନପାରନ୍ତି ଏମ୍‌ ଏସ୍ । ଏକଥା ସ୍ପଷ୍ଟ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍ ତଥା ଷ୍ଟାର ବ୍ୟାଟର କ୍ରିସ୍ ଗେଲ୍ । ସେ କହିଛନ୍ତି ଏହି ମହାନ କ୍ରିକେଟର ଏମଏସ ଧୋନି ଆଇପିଏଲ ୨୦୨୪ର ସମସ୍ତ ମ୍ୟାଚ ଖେଳିବେ ନାହିଁ । ଧୋନି ଟୁର୍ଣ୍ଣାମେଣ୍ଟ ମଝିରେ ବିରତି ନେବେ । ସେଥିପାଇଁ ସେ ରୁତୁରାଜ ଗାଏକୱାଡଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍ କ୍ରିସ୍ ଗେଲ୍‌ଙ୍କ କହିବା କଥା ମହାନ କ୍ରିକେଟର ଏମ୍ଏସ୍ ଧୋନି ଆଇପିଏଲ୍ ୨୦୨୪ର ସମସ୍ତ ମ୍ୟାଚ୍ ଖେଳିନପାରନ୍ତି । ୟୁନିଭର୍ସ ବସ୍ କହିଛନ୍ତି ଯେ ଧୋନି ଟୁର୍ଣ୍ଣାମେଣ୍ଟ ମଝିରେ ବିରତି ନେବେ । ସେଥିପାଇଁ ଭାବି ଚିନ୍ତି ଏମିତି ନିଷ୍ପତ୍ତି ନେଇଛନ୍ତି । କମେଣ୍ଟ୍ରି କରୁଥିବାବେଲେ କ୍ରିସ୍ ଗେଲ୍ କହିଛନ୍ତି ଯେ, ଯେତିକି ମ୍ୟାଚ୍ ଖେଳିବେ ଏମ୍‌ ଏସ୍ ଭଲ ପ୍ର

ଆଇପିଏଲ୍‌ ୨୦୨୪ର ସବୁ ମ୍ୟାଚ୍‌ ଖେଳିବେନି ଧୋନୀ, ଏମିତି କହିଲେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍

ମୁମ୍ୱାଇ ୨୩/୦୩: ମେହେନ୍ଦ୍ର ସିଂହ ଧୋନୀ । CSKର ଓ୍ୱିକେଟ କିପର ତଥା ଷ୍ଟାର ବ୍ୟାଟର । ଏବେ ସେ ଦାୟିତ୍ୱ ମୁକ୍ତ । ଫୁଲ ଫ୍ରିଡମରେ ଖେଳୁଛନ୍ତି ମାହୀ । ଋତୁରାଜଙ୍କ ଦେଇଛନ୍ତି ଦାୟିତ୍ୱ । ସେଥିପାଇଁ ତ ତାଙ୍କୁ କୁହାଯାଏ ମହେନ୍ଦ୍ର ସରପ୍ରାଇଜ୍ ଧୋନୀ । କେତେବେଳେ ସେ କଣ ନିଷ୍ପତ୍ତି ନିଅନ୍ତି, ତାହା ତାଙ୍କୁ ଜଣା । 


କ୍ୟାପଟେନ୍ସି ଛାଡିବା ପଛରେ ବି ସେହି ନିଷ୍ପତ୍ତି । ଏବେ କିନ୍ତୁ ଧୋନୀଙ୍କ ଫ୍ୟାନ୍ସଙ୍କୁ ଲାଗିବାକୁ ଯାଉଛି ଝଟ୍‌କା । ଯାହା ଶୁଣିବାକୁ ମିଳିଛି ଆଇପିଏଲ୍‌ର ସବୁ ମ୍ୟାଚ୍ ଖେଳିନପାରନ୍ତି ଏମ୍‌ ଏସ୍ । ଏକଥା ସ୍ପଷ୍ଟ କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍ ତଥା ଷ୍ଟାର ବ୍ୟାଟର କ୍ରିସ୍ ଗେଲ୍ । ସେ କହିଛନ୍ତି ଏହି ମହାନ କ୍ରିକେଟର ଏମଏସ ଧୋନି ଆଇପିଏଲ ୨୦୨୪ର ସମସ୍ତ ମ୍ୟାଚ ଖେଳିବେ ନାହିଁ । 


ଧୋନି ଟୁର୍ଣ୍ଣାମେଣ୍ଟ ମଝିରେ ବିରତି ନେବେ । ସେଥିପାଇଁ ସେ ରୁତୁରାଜ ଗାଏକୱାଡଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍ କ୍ରିସ୍ ଗେଲ୍‌ଙ୍କ କହିବା କଥା ମହାନ କ୍ରିକେଟର ଏମ୍ଏସ୍ ଧୋନି ଆଇପିଏଲ୍ ୨୦୨୪ର ସମସ୍ତ ମ୍ୟାଚ୍ ଖେଳିନପାରନ୍ତି । ୟୁନିଭର୍ସ ବସ୍ କହିଛନ୍ତି ଯେ ଧୋନି ଟୁର୍ଣ୍ଣାମେଣ୍ଟ ମଝିରେ ବିରତି ନେବେ । ସେଥିପାଇଁ ଭାବି ଚିନ୍ତି ଏମିତି ନିଷ୍ପତ୍ତି ନେଇଛନ୍ତି । 


କମେଣ୍ଟ୍ରି କରୁଥିବାବେଲେ କ୍ରିସ୍ ଗେଲ୍ କହିଛନ୍ତି ଯେ, ଯେତିକି ମ୍ୟାଚ୍ ଖେଳିବେ ଏମ୍‌ ଏସ୍ ଭଲ ପ୍ରଦର୍ଶନ କରିବେ ଏହା ନିସନ୍ଦେହ । କାରଣ ସେ ଜଣେ ଭଲ ଖେଳାଳି । ଏହା ବିଷୟରେ ଚିନ୍ତା କରିବା ଦରକାର ନାହିଁ । ସୂଚନା ଥାଉକି, ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୧୫ ଅଗଷ୍ଟ ୨୦୧୯ରେ ଅବସର ନେଇଥିଲେ । ଏହା ପରେ ସେ କ୍ରମାଗତ ଭାବରେ ଆଇପିଏଲ୍ ଖେଳି ଆସୁଛନ୍ତି । 


ପ୍ରତିବର୍ଷ ତାଙ୍କ ଅବସର ନେଇ ପ୍ରଶ୍ନ ପଚାରାଯାଏ । ସେ ବି ମଜାଳିଆ ଢଙ୍ଗରେ ଉତ୍ତର ଦିଅନ୍ତି । ତେବେ ଯାହା ଲାଗୁଛି ଏହି ସିଜନ ତାଙ୍କର ଶେଷ ସିଜିନ ହୋଇପାରେ । କାରଣ ମାହୀଙ୍କୁ ଏବେ ୪୨ ବର୍ଷ ହୋଇଗଲାଣି । ସେ ନିଜକୁ ଫିଟ୍ ରଖିଛନ୍ତି ବୋଲି ଏତେ ବୟସରେ ବି ମୈଦାନରେ ବହୁତ ଭଲ ପ୍ରଦର୍ଶନ ଦେଇପାରୁଛନ୍ତି । ଧୋନି ଆରସିବି ବିପକ୍ଷ ପ୍ରଥମ ମ୍ୟାଚରେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଥିଲେ, ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ହେବେ କି ନାହିଁ ତାକୁ ଅପେକ୍ଷା । 

You can also read...

IPLରେ ବୟସାଧିକ ଖେଳାଳିଙ୍କ ଜଲଓ୍ୱା, ଦମ୍ ଦେଖାଇବେ ୪୦ ପରର କ୍ରିକେଟର