ଉତ୍ତରପ୍ରଦେଶ ‘ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪’ ଅସାମ୍ବିଧାନିକ: ଆହ୍ଲାବାଦ ହାଇକୋର୍ଟ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ‘ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪’ କୁ 'ଅସାମ୍ବିଧାନିକ' ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ମଦ୍ରାସା ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରେ ସମାୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିବେକ ଚୌଧୁରୀ ଏବଂ ଜଷ୍ଟିସ୍ ସୁଭାଷ ବିଦାର୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଇନର ସାମ୍ବିଧାନିକ ବୈଧତା ତଥା ଶିଶୁମାନଙ୍କର ଅଧିକାର ଏବଂ ମାଗଣା ଶିକ୍ଷା (ସଂଶୋଧନ) ଅଧିନିୟମ, 2012ର କେତେକ ନିୟମକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ନିର୍ଦ୍ଦେଶ ଦେଇଛନ୍ତି।ବାସ୍ତବରେ, ୟୁପି ମଦ୍ରାସା ବୋର୍ଡ ଆକ୍ଟ ୨୦୦୪ ଶିକ୍ଷା ବ୍ୟବସ୍ଥାର ବିକାଶ ଏବଂ ପରିଚାଳନା ପାଇଁ ବ୍ୟବହୃତ ହୁଏ। ଏହି ଅଧିନିୟମ ଅନୁଯାୟୀ, ମଦ୍ରାସା ଛାତ୍ରମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ସଜାଡିବା ଦିଗରେ ଅନେକ ବ୍ୟବସ୍ଥା ଅଛି।ରାଜ୍ୟ ସରକାର ଇସଲାମିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରିବା ଏବଂ ଅକ୍ଟୋବର ୨୦୨୩ରେ ବିଦେଶରୁ ମଦ୍ରାସା ପାଣ୍ଠିର ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗଠନ କରିବାକୁ ନିଷ୍ପତ୍ତି ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତଦନ୍ତ ରିପୋର୍ଟରେ ୮୦୦୦ରୁ ଅଧିକ ମଦ୍ରାସା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଏସଆଇଟି ରିପୋର୍ଟ ଅନୁଯାୟୀ ସୀମାନ୍ତବର୍ତ୍ତୀ ପ୍ରାୟ ୮୦ଟି ମଦ୍ରାସା ପ୍ରାୟ ୧୦୦ କୋଟି ଟଙ୍କା ବ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ‘ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪’ କୁ 'ଅସାମ୍ବିଧାନିକ' ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ମଦ୍ରାସା ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରେ ସମାୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିବେକ ଚୌଧୁରୀ ଏବଂ ଜଷ୍ଟିସ୍ ସୁଭାଷ ବିଦାର୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଇନର ସାମ୍ବିଧାନିକ ବୈଧତା ତଥା ଶିଶୁମାନଙ୍କର ଅଧିକାର ଏବଂ ମାଗଣା ଶିକ୍ଷା (ସଂଶୋଧନ) ଅଧିନିୟମ, 2012ର କେତେକ ନିୟମକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ନିର୍ଦ୍ଦେଶ ଦେଇଛନ୍ତି।
ବାସ୍ତବରେ, ୟୁପି ମଦ୍ରାସା ବୋର୍ଡ ଆକ୍ଟ ୨୦୦୪ ଶିକ୍ଷା ବ୍ୟବସ୍ଥାର ବିକାଶ ଏବଂ ପରିଚାଳନା ପାଇଁ ବ୍ୟବହୃତ ହୁଏ। ଏହି ଅଧିନିୟମ ଅନୁଯାୟୀ, ମଦ୍ରାସା ଛାତ୍ରମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ସଜାଡିବା ଦିଗରେ ଅନେକ ବ୍ୟବସ୍ଥା ଅଛି।
ରାଜ୍ୟ ସରକାର ଇସଲାମିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସର୍ଭେ କରିବା ଏବଂ ଅକ୍ଟୋବର ୨୦୨୩ରେ ବିଦେଶରୁ ମଦ୍ରାସା ପାଣ୍ଠିର ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗଠନ କରିବାକୁ ନିଷ୍ପତ୍ତି ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତଦନ୍ତ ରିପୋର୍ଟରେ ୮୦୦୦ରୁ ଅଧିକ ମଦ୍ରାସା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି। ଏସଆଇଟି ରିପୋର୍ଟ ଅନୁଯାୟୀ ସୀମାନ୍ତବର୍ତ୍ତୀ ପ୍ରାୟ ୮୦ଟି ମଦ୍ରାସା ପ୍ରାୟ ୧୦୦ କୋଟି ଟଙ୍କା ବିଦେଶୀ ପାଣ୍ଠି ପାଇଥିଲେ।
ଗତ ବର୍ଷ ଡିସେମ୍ବରରେ, ଜଣିକିଆ ଖଣ୍ଡପୀଠ ମନମୁଖୀ ନିଷ୍ପତ୍ତି ଏବଂ ଏହିପରି ଶିକ୍ଷାନୁଷ୍ଠାନଗୁଡିକର ପ୍ରଶାସନରେ ସ୍ୱଚ୍ଛତାର ଆବଶ୍ୟକତା ନେଇ ଚିନ୍ତା ପ୍ରକଟ କରିଥିଲେ।