ସିଏଏ ଆଇନ ବଳରେ ଏହି ୩ ରାଜ୍ୟରେ ନାଗରିକତା ପ୍ରଦାନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସିଏଏ ଆଇନ ବଳରେ ୩ ରାଜ୍ୟ ପଶ୍ଚିମବଙ୍ଗ, ହରିଆଣା ଓ ଉତ୍ତରାଖଣ୍ଡରେ ନାଗରିକତା ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କଲେ କେନ୍ଦ୍ର ସରକାର। ବୁଧବାର ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସଶକ୍ତି କମିଟି ଦ୍ୱାରା ପଶ୍ଚିମବଙ୍ଗ, ହରିଆଣା ଓ ଉତ୍ତରାଖଣ୍ଡରେ ସିଏଏ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି। ଏହା ପୂର୍ବରୁ ମେ ୧୫ ତାରିଖରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲା ଦିଲ୍ଲୀରେ ପ୍ରଥମ ପର୍ଯ୍ୟାୟ ନାଗରିକତା ବାଣ୍ଟିଥିଲେ। କେନ୍ଦ୍ର ସରକାର ଆଣିଥିବା ସିଏଏ ଆଇନ୍ ୨୦୧୯ରେ ସଂସଦରେ ପାରିତ ହୋଇଥିଲା। ଏହାର ୪ ବର୍ଷ ପରେ ମାର୍ଚ୍ଚ ୧୧ ତାରିଖରେ ଏହି ଆଇନ୍ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ୧୪ ଜଣଙ୍କୁ ହାତାହାତି ସେମାନଙ୍କର ପ୍ରମାଣପତ୍ର ଦିଆଯାଇଥିଲା। ଆବେଦନଗୁଡ଼ିକ ଅନ୍ଲାଇନ୍ ମଧ୍ୟରେ ଯାଞ୍ଚ ପରଖ କରିବା ପରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲାଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟାଯାଇଥିଲା। ସିଏଏ ନାଗରିକ ଆଇନ ୧୯୫୫କୁ ସଂଶୋଧନ କରିଥାଏ। ଯେଉଁ ସଂଖ୍ୟା ଲଘୁମାନେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଧର୍ମ ଆଧାରରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ପ୍ରତାଡ଼ିତ ହୋଇ ଆସିଛନ୍ତି, ସେମାନଙ୍କୁ ଭାରତୀୟ ନାଗରିକତା ଦେବାର ପଥ ପରିଷ୍କାର କରିଥାଏ
ନୂଆଦିଲ୍ଲୀ: ସିଏଏ ଆଇନ ବଳରେ ୩ ରାଜ୍ୟ ପଶ୍ଚିମବଙ୍ଗ, ହରିଆଣା ଓ ଉତ୍ତରାଖଣ୍ଡରେ ନାଗରିକତା ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କଲେ କେନ୍ଦ୍ର ସରକାର। ବୁଧବାର ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସଶକ୍ତି କମିଟି ଦ୍ୱାରା ପଶ୍ଚିମବଙ୍ଗ, ହରିଆଣା ଓ ଉତ୍ତରାଖଣ୍ଡରେ ସିଏଏ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି। ଏହା ପୂର୍ବରୁ ମେ ୧୫ ତାରିଖରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲା ଦିଲ୍ଲୀରେ ପ୍ରଥମ ପର୍ଯ୍ୟାୟ ନାଗରିକତା ବାଣ୍ଟିଥିଲେ।
କେନ୍ଦ୍ର ସରକାର ଆଣିଥିବା ସିଏଏ ଆଇନ୍ ୨୦୧୯ରେ ସଂସଦରେ ପାରିତ ହୋଇଥିଲା। ଏହାର ୪ ବର୍ଷ ପରେ ମାର୍ଚ୍ଚ ୧୧ ତାରିଖରେ ଏହି ଆଇନ୍ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ୧୪ ଜଣଙ୍କୁ ହାତାହାତି ସେମାନଙ୍କର ପ୍ରମାଣପତ୍ର ଦିଆଯାଇଥିଲା। ଆବେଦନଗୁଡ଼ିକ ଅନ୍ଲାଇନ୍ ମଧ୍ୟରେ ଯାଞ୍ଚ ପରଖ କରିବା ପରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲାଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟାଯାଇଥିଲା।
ସିଏଏ ନାଗରିକ ଆଇନ ୧୯୫୫କୁ ସଂଶୋଧନ କରିଥାଏ। ଯେଉଁ ସଂଖ୍ୟା ଲଘୁମାନେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଧର୍ମ ଆଧାରରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ପ୍ରତାଡ଼ିତ ହୋଇ ଆସିଛନ୍ତି, ସେମାନଙ୍କୁ ଭାରତୀୟ ନାଗରିକତା ଦେବାର ପଥ ପରିଷ୍କାର କରିଥାଏ।। ସଂଖ୍ୟାଲଘୁଙ୍କ ମଧ୍ୟରେ ହିନ୍ଦୁ, ଶିଖ, ଜୈନ, ପାର୍ସି, ବୌଧ ଧର୍ମାବଲମ୍ବି ଏବଂ ଖ୍ରଷ୍ଟିଆନ୍ ଭାରତରେ ନାଗରିକତ ଗ୍ରହଣ କରିପାରିବେ।
ମୋଦୀ ସରକାରଙ୍କ ସିଏଏ ଆଇନ୍କୁ ନେଇ ଅନେକ ବିବାଦ ଉପୁଜିଥିଲା। ବିରୋଧୀମାନେ ଏହାକୁ ସମାଲୋଚନା କରିଥିଲେ। ଗତମାସରେ କଂଗ୍ରେସ ନେତା ପି.ଚିଦାମ୍ବରମ କହିଥିଲେ ଯେ ଇଣ୍ଡି ମେଣ୍ଟ ସରକାର ଗଠନ କଲେ ସିଏଏ ଆଇନ୍ ପ୍ରତ୍ୟାହାର କରି ନିଆଯିବ।