ଆଇପିଏଲ୍ର ଆର୍ସିବି-ଚେନ୍ନାଇ ମ୍ୟାଚ୍ରେ ପ୍ରବଳ ବର୍ଷା ହୋଇପାରେ
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶନିବାର ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ପ୍ଲେଅଫ୍ରେ ପହଞ୍ଚିବାକୁ ହେଲେ ଏହା ଉଭୟଙ୍କ ପାଇଁ ନକ୍ଆଉଟ୍ ମ୍ୟାଚ୍ ସଦୃଶ ରହିବ। କିନ୍ତୁ ବେଙ୍ଗାଲୁରୁର ଖରାପ ପାଣିପାଗ ଆର୍ସିବିର କୋଟିକୋଟି ପ୍ରଶଂସକଙ୍କୁ ନିରାଶ କରିପାରେ। ମ୍ୟାଚ୍ ଦିନ ସହରରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଏଠାରେ ୭୩ରୁ ୭୫ ପ୍ରତିଶତ ବର୍ଷା […]

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଶନିବାର ଗୁରୁତ୍ବପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ପ୍ଲେଅଫ୍ରେ ପହଞ୍ଚିବାକୁ ହେଲେ ଏହା ଉଭୟଙ୍କ ପାଇଁ ନକ୍ଆଉଟ୍ ମ୍ୟାଚ୍ ସଦୃଶ ରହିବ। କିନ୍ତୁ ବେଙ୍ଗାଲୁରୁର ଖରାପ ପାଣିପାଗ ଆର୍ସିବିର କୋଟିକୋଟି ପ୍ରଶଂସକଙ୍କୁ ନିରାଶ କରିପାରେ। ମ୍ୟାଚ୍ ଦିନ ସହରରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଏଠାରେ ୭୩ରୁ ୭୫ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହ ପ୍ରବଳ ଘଡ଼ଘଡି ମାରିବା ଆଶଙ୍କା ମଧ୍ୟ କରାଯାଉଛି। ଯାହାଦ୍ବାରା ମ୍ୟାଚ୍ ବହୁମାତ୍ରାରେ ପ୍ରଭାବିତ ହୋଇପାରେ। ଯଦି ବର୍ଷା ଲାଗିରହେ ଓ ବିଳମ୍ବରେ ଛାଡ଼ିଯାଏ, ତାହେଲେ କମ୍ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବ। ଏପରି ହେଲେ ଘରୋଇ ଦଳକୁ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିବା ଆହୁରି କଷ୍ଟକର ହୋଇପଡ଼ିବ। ମ୍ୟାଚ୍ ଆଦୌ ହୋଇ ନପାରିଲେ, ଆର୍ସିବିକୁ ପ୍ରତିଯୋଗିତାରୁ ବାହାରି ଯିବାକୁ ପଡ଼ିବ।