ଆଇପିଏସ ଆଶିଷ ସିଂହ କେଉଁଠି ?

ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବରିଷ୍ଠ ଆଇପିଏସ ଅଫିସର ତଥା ପୂର୍ବତନ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ।

ଆଇପିଏସ ଆଶିଷ ସିଂହ କେଉଁଠି ?

ବରିଷ୍ଠ ଆଇପିଏସ ଅଫିସର ତଥା ପୂର୍ବତନ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କର ପତ୍ତା ମିଳୁନି। ଖୋଦ୍ ରାଜ୍ୟ ଗୃହ ବିଭାଗ ମଧ୍ୟ ଆଶିଷଙ୍କ ଖୋଜ ଖବର ପାଉନି। ସେ ଏବେ ଛୁଟିରେ ଅଛନ୍ତି ନା ଡ୍ୟୁଟି କରୁଛନ୍ତି ସେନେଇ ଗୃହ ବିଭାଗ ପାଖରେ କୌଣସି ଖବର ନାହିଁ। ଜୁନ୍ 27 ତାରିଖରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ ପୁଲିସ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠି ଅନୁସାରେ, ଆଶିଷ ଗତ ମେ ମାସରେ ସ୍ବାସ୍ଥ୍ୟଗତ କାରଣରୁ ମାସେ ପାଇଁ ଛୁଟି ନେଇଥିଲେ। ମେ 4 ତାରିଖରୁ ମାସକ ପାଇଁ ଆଶିଷ ଛୁଟି ନେଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ ।