ଆଇପିଏସ ପଣ୍ଡିତ ରାଜେଶଙ୍କ ବଢିଲା ଅଡୁଆ, ଚାର୍ଜଫ୍ରେମ ଦାଖଲ

ଭୁବନେଶ୍ୱର,୨୯।୮(ସତ୍ୟଜିତ୍‌ ରାଉତ): ଜଣେ ବିବାହିତ ମହିଳା ଇନ୍‌ସ୍ପେକ୍ଟରଙ୍କୁ ପ୍ରେମ ନିବେଦନ କରିବାକୁ ରାତିରେ ସରକାରୀ ବାସଭବନରେ ପଶିବା ସହ ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଏସଂକ୍ରାନ୍ତରେ ରାଜେଶଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ପଠାଯାଇ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ପକ୍ଷ ରଖିବାକୁ ୩୦ ଦିନ ସମୟ ଦିଆଯାଇଛି। ଏଥିସହ ତଦନ୍ତ କମିଟି ପାଖରେ ଅଭିଯୋଗ […] The post ଆଇପିଏସ ପଣ୍ଡିତ ରାଜେଶଙ୍କ ବଢିଲା ଅଡୁଆ, ଚାର୍ଜଫ୍ରେମ ଦାଖଲ appeared first on Dharitri Odia News.

ଆଇପିଏସ ପଣ୍ଡିତ ରାଜେଶଙ୍କ ବଢିଲା ଅଡୁଆ, ଚାର୍ଜଫ୍ରେମ ଦାଖଲ

ଭୁବନେଶ୍ୱର,୨୯।୮(ସତ୍ୟଜିତ୍‌ ରାଉତ): ଜଣେ ବିବାହିତ ମହିଳା ଇନ୍‌ସ୍ପେକ୍ଟରଙ୍କୁ ପ୍ରେମ ନିବେଦନ କରିବାକୁ ରାତିରେ ସରକାରୀ ବାସଭବନରେ ପଶିବା ସହ ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଏସଂକ୍ରାନ୍ତରେ ରାଜେଶଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ପଠାଯାଇ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ପକ୍ଷ ରଖିବାକୁ ୩୦ ଦିନ ସମୟ ଦିଆଯାଇଛି। ଏଥିସହ ତଦନ୍ତ କମିଟି ପାଖରେ ଅଭିଯୋଗ ସଂକ୍ରାନ୍ତରେ ତଥ୍ୟ ପ୍ରକମାଣ ସହ ବ୍ୟକ୍ତିଗତ ହାଜର ହୋଇ ନିଜର ପକ୍ଷ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ରାଜେଶ ଜବାବ ନ ଦିଅନ୍ତି କିମ୍ବା ବ୍ୟକ୍ତିଗତ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବାକୁ ଅସମର୍ଥ ହୁଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନୁପସ୍ଥିତ ଦର୍ଶାଇ ତଦନ୍ତ କମିଟି ଏକପାଖିଆ ନିଷ୍ପତ୍ତି ନେଇପାରିବ ବୋଲି ଜାରି ନିର୍ଦ୍ଦେଶାନାନାରେ କୁହାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୨୭ତାରିଖ ଶନିବାର ରାତିରେ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ଆଇପିଏସ୍‌ ଅଧିକାରୀ ପଣ୍ଡିତ ଯାଇ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀ ଆସିବାର କାରଣ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପଣ୍ଡିତ ଉତ୍‌କ୍ଷିପ୍ତ ହୋଇ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାଡ଼ ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଘଟଣାସ୍ଥଳରୁ ପଣ୍ଡିତ ଚାଲିଯାଇଥିଲେ। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ସୂଦ୍ଧା ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜଲାଇ ୩୦ରେ ଏଘଟଣାରେ ରାଜେଶଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିଲେ।

The post ଆଇପିଏସ ପଣ୍ଡିତ ରାଜେଶଙ୍କ ବଢିଲା ଅଡୁଆ, ଚାର୍ଜଫ୍ରେମ ଦାଖଲ appeared first on Dharitri Odia News.