ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ଉଠାଉଛନ୍ତି ସେବି ଅଧ୍ୟକ୍ଷା: କଂଗ୍ରେସ

ନୂଆଦିଲ୍ଲୀ,୩ା୯: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ବିବାଦରେ ରହିଥିବା ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଇସିଆଇସିଆଇ ବ୍ୟାଙ୍କରୁ ନିୟମିତ ବେତନ ଉଠାଉଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ପୁଞ୍ଜିବଜାର ନିୟନ୍ତ୍ରକର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିବା ସତ୍ତ୍ୱେ ସେ ଘରୋଇ ବ୍ୟାଙ୍କରୁ ନିୟମିତ ଆୟ ଉଠାଉଛନ୍ତି ବୋଲି ବିରୋଧୀ ଦଳ କହିଥିବାବେଳେ ବ୍ୟାଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଆଇସିଆଇସିଆଇ ବ୍ୟାଙ୍କରୁ ଅବସର ନେବା ପରେ ମାଧବୀ ସେଠାରୁ […] The post ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ଉଠାଉଛନ୍ତି ସେବି ଅଧ୍ୟକ୍ଷା: କଂଗ୍ରେସ appeared first on Dharitri Odia News.

ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ଉଠାଉଛନ୍ତି ସେବି ଅଧ୍ୟକ୍ଷା: କଂଗ୍ରେସ

ନୂଆଦିଲ୍ଲୀ,୩ା୯: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ବିବାଦରେ ରହିଥିବା ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଇସିଆଇସିଆଇ ବ୍ୟାଙ୍କରୁ ନିୟମିତ ବେତନ ଉଠାଉଥିବା କଂଗ୍ରେସ ସୋମବାର ଅଭିଯୋଗ କରିଛି। ପୁଞ୍ଜିବଜାର ନିୟନ୍ତ୍ରକର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିବା ସତ୍ତ୍ୱେ ସେ ଘରୋଇ ବ୍ୟାଙ୍କରୁ ନିୟମିତ ଆୟ ଉଠାଉଛନ୍ତି ବୋଲି ବିରୋଧୀ ଦଳ କହିଥିବାବେଳେ ବ୍ୟାଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଆଇସିଆଇସିଆଇ ବ୍ୟାଙ୍କରୁ ଅବସର ନେବା ପରେ ମାଧବୀ ସେଠାରୁ ବେତନ ଉଠାଇଥିବା ଅଭିଯୋଗ ଠିକ୍‌ ନୁହେଁ। ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କ ନିଯୁକ୍ତି ସମୟର ପାଉଣାକୁ ପର୍ଯ୍ୟାୟକ୍ରମେ ଦିଆଯାଇଥିବା ଆଇସିଆଇସିଆଇ ଗ୍ରୁପ୍‌ ସ୍ପଷ୍ଟୀକରଣ ଦେଇଛି। ସେଥିରେ ଇଏସ୍‌ଓପି ଏବଂ ଅବସରକାଳୀନ ଲାଭ ରହିଛି।
ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ କହିଛି, ବର୍ତ୍ତମାନ ସେବିର ଅଧ୍ୟକ୍ଷ ଥିବା ମାଧବୀ ୨୦୧୭ରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ସେ ସେବିରୁ ଦରମା ଉଠାଇବା ସହ ଆଇସିଆଇସିଆଇ ବ୍ୟାଙ୍କରେ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବଳରେ ସେବେଠାରୁ ଆୟ ଗ୍ରହଣ କରିଆସୁଛନ୍ତି। ଜଣେ ଗୋଟିଏ କମ୍ପାନୀରେ କାମ କଲାବେଳେ କେବଳ ସେହିଠାରୁ ବେତନ ନେଇପାରିବେ। ତେବେ ସେବି ଅଧ୍ୟକ୍ଷା ଏହାର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିବା ସତ୍ତ୍ୱେ ନିୟମିତ ଭାବେ ଆଇସିଆଇସିଆଇ ବ୍ୟାଙ୍କରୁ ଆୟ ଗ୍ରହଣ କରିଆସୁଥିଲେ। ଏହା ସେବି ଧାରା ୫୪ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି। ମାଧବୀ ୨୦୧୭ରୁ ଇତିମଧ୍ୟରେ ୧୬.୮ କୋଟି ଟଙ୍କା ଆୟ ସଂଗ୍ରହ କରିଛନ୍ତି, ଯାହା କି ସେବିରୁ ସଂଗ୍ରହ କରିଥିବା ବେତନ ତୁଳନାରେ ୫ ଗୁଣରୁ ଅଧିକ। ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ବଜାର ଜାଲିଆତି ପାଇଁ ବ୍ୟବହାର କରୁଥିବା ଦରିଆପାରି କମ୍ପାନୀରେ ମାଧବୀ ଓ ତାଙ୍କ ସ୍ବାମୀ ପୁଞ୍ଜିନିବେଶ କରିଥିବା ହିଣ୍ଡେନ୍‌ବର୍ଗ ରିପୋର୍ଟରେ ପ୍ରକାଶ ପାଇବା ପରେ ସେ ବିବାଦ ଘେରକୁ ଆସିଥିଲେ।

The post ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ଉଠାଉଛନ୍ତି ସେବି ଅଧ୍ୟକ୍ଷା: କଂଗ୍ରେସ appeared first on Dharitri Odia News.