ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୩।୧: ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି ଅଷ୍ଟ୍ରେଲିଆରୁ ଆସିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ମଧ୍ୟ ବର୍ଷର ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହି ଦଳରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ରୋହିତଙ୍କୁ […] The post ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ,୨୩।୧: ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି ଅଷ୍ଟ୍ରେଲିଆରୁ ଆସିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ମଧ୍ୟ ବର୍ଷର ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହି ଦଳରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ରୋହିତଙ୍କୁ ଅଧିନାୟକ ତଥା ଓପନର୍ ଭାବରେ ଚୟନ କରିଥିବାବେଳେ ଶୁଭମନ ଗିଲ ମଧ୍ୟ ଓପନର୍ ଭାବରେ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଦିନିକିଆ ବିଶ୍ୱକପ ଫାଇନାଲରେ ଚମତ୍କାର ଶତକ ସ୍କୋର କରି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିୟନ କରିଥିବା ଟ୍ରାଭିସ ହେଡ ମଧ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏହି ଦଳରେ ୫ ନମ୍ବରରେ ଅଛନ୍ତି। ଦିନିକିଆ ବିଶ୍ୱକପ୍ରେ କୋହଲି ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ପ୍ଲେୟାର ଅଫ ସିରିଜ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ଡାରିଲ ମିଚେଲଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା।
ଏସବୁ ବ୍ୟତୀତ ଆଇସିସି ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସାମିଲ କରିଛି। ଏଥି ସହିତ ମାର୍କୋ ଜାନସେନ ମଧ୍ୟ ଦ୍ରୁତ ବୋଲର ଭାବରେ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଇସିସି ଆଡାମ ଜାମ୍ପା ଏବଂ କୁଲଦୀପ ଯାଦବଙ୍କୁ ଦିନିକିଆ ଟିମ ଅଫ ଦି ଇୟରରେ ସ୍ପିନର ଭାବେ ସାମିଲ କରିଛନ୍ତି । ଏଥି ସହିତ ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।
ଦିନିକିଆ ଟିମ ଅଫ ଦି ଇୟର
ରୋହିତ ଶର୍ମା (କ୍ୟାପଟେନ) ଭାରତ, ଶୁବମାନ ଗିଲ (ଭାରତ), ଟ୍ରାଭିସ ହେଡ (ଅଷ୍ଟ୍ରେଲିଆ), ବିରାଟ କୋହଲି (ଭାରତ), ଡାରିଲ ମିଚେଲ (ନ୍ୟୁଜିଲାଣ୍ଡ), ହେନ୍ରିଚ କ୍ଲାସେନ (ଦକ୍ଷିଣ ଆଫ୍ରିକା), ମାର୍କୋ ଜନସେନ (ଦକ୍ଷିଣ ଆଫ୍ରିକା), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ) ), ମହମ୍ମଦ ସିରାଜ (ଭାରତ), କୁଲଦୀପ ଯାଦବ, (ଭାରତ), ମହମ୍ମଦ ଶାମି (ଭାରତ)
Eight players that featured in the #CWC23 Final have made the cut for the ICC Men's ODI Team of the Year in 2023
![]()
Details
Read More