ଆଉ ଆନ୍ଧ୍ର ପ୍ରଦେଶର ରାଜଧାନୀ ରହିବନି ହାଇଦ୍ରାବାଦ, ଏବେ କେବଳ ତେଲେଙ୍ଗାନାର
ନୂଆଦିଲ୍ଲୀ: ଦେଶର ସବୁଠୁ ବ୍ୟସ୍ତ ବହୁଳ ମହାନଗର ମଧ୍ୟରେ ଆସେ ହାଇଦ୍ରାବାଦର ନାଁ। ରୋଚକ କଥା ହେଉଛି ଏହା ଉଭୟ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ରାଜଧାନୀ। କିନ୍ତୁ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଅଧିନିୟମ ୨୦୧୪ ଅନୁଯାୟୀ, ଜୁନ୍ ୨ ଅର୍ଥାତ୍ ରବିବାରଠାରୁ ଏହା କେବଳ ତେଲେଙ୍ଗାନାର ରାଜଧାନୀ ଜଣାଯିବ।ସୂଚନାଥାଉକି, ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆକ୍ଟ ଅନୁଯାୟୀ, ‘୨୦୧୪ ଜୁନ୍ ୨ ଠାରୁ ୧୦ ବର୍ଷ ଯାଏଁ ହାଇଦ୍ରାବାଦ ଉଭୟ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ସାଧାରଣ ରାଜଧାନୀ ହୋଇରହିବ । ଆଉ ଏହି ଅବଧି ସମାପ୍ତ ହେବା ପରେ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ହେବ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ଏକ ନୂଆ ରାଜଧାନୀ ହେବ।’’ ଉଲ୍ଲେଖଯୋଗ୍ୟ, ୨୦୧୪ ଫେବ୍ରୁଆରୀରେ ସଂସଦରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ବିଲ୍ ପାସ୍ ହେବା ପରେ ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଦାବି ପୂରଣ ହୋଇଥିଲା। ଯାହା ଦୀର୍ଘ ଏକ ଦଶନ୍ଧି ଧରି ହୋଇଆସୁଥିଲା। ଆଉ ଶେଷରେ ୨୦୧୪ ଜୁନ୍ ୨ରେ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ହୋଇଥିଲା। ତେବେ ବିଭାଜନର ଦଶ ବର୍ଷ ପରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ସମ୍ପତ୍ତି ବିଭାଜନ ଭଳି ଅନେକ ପ୍ରସଙ୍ଗର ସାମଧାନ ହୋଇପାରିନାହିଁ। ନିକଟରେ ତେଲେଙ୍ଗାନା ସରକାର କ୍ୟାବିନେଟ ବୈଠକରେ ବିଭାଜନ ସହ ଜଡ଼ିତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ନେଇ ଦାବି ମଧ୍ୟ ଜଣାଇଥିଲେ। ମାତ୍ର ଲୋକସଭା ନିର୍ବାଚନ କାରଣର
ନୂଆଦିଲ୍ଲୀ: ଦେଶର ସବୁଠୁ ବ୍ୟସ୍ତ ବହୁଳ ମହାନଗର ମଧ୍ୟରେ ଆସେ ହାଇଦ୍ରାବାଦର ନାଁ। ରୋଚକ କଥା ହେଉଛି ଏହା ଉଭୟ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ରାଜଧାନୀ। କିନ୍ତୁ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଅଧିନିୟମ ୨୦୧୪ ଅନୁଯାୟୀ, ଜୁନ୍ ୨ ଅର୍ଥାତ୍ ରବିବାରଠାରୁ ଏହା କେବଳ ତେଲେଙ୍ଗାନାର ରାଜଧାନୀ ଜଣାଯିବ।
ସୂଚନାଥାଉକି, ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆକ୍ଟ ଅନୁଯାୟୀ, ‘୨୦୧୪ ଜୁନ୍ ୨ ଠାରୁ ୧୦ ବର୍ଷ ଯାଏଁ ହାଇଦ୍ରାବାଦ ଉଭୟ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ସାଧାରଣ ରାଜଧାନୀ ହୋଇରହିବ । ଆଉ ଏହି ଅବଧି ସମାପ୍ତ ହେବା ପରେ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ହେବ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ଏକ ନୂଆ ରାଜଧାନୀ ହେବ।’’
ଉଲ୍ଲେଖଯୋଗ୍ୟ, ୨୦୧୪ ଫେବ୍ରୁଆରୀରେ ସଂସଦରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ବିଲ୍ ପାସ୍ ହେବା ପରେ ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଦାବି ପୂରଣ ହୋଇଥିଲା। ଯାହା ଦୀର୍ଘ ଏକ ଦଶନ୍ଧି ଧରି ହୋଇଆସୁଥିଲା। ଆଉ ଶେଷରେ ୨୦୧୪ ଜୁନ୍ ୨ରେ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ହୋଇଥିଲା।
ତେବେ ବିଭାଜନର ଦଶ ବର୍ଷ ପରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ସମ୍ପତ୍ତି ବିଭାଜନ ଭଳି ଅନେକ ପ୍ରସଙ୍ଗର ସାମଧାନ ହୋଇପାରିନାହିଁ। ନିକଟରେ ତେଲେଙ୍ଗାନା ସରକାର କ୍ୟାବିନେଟ ବୈଠକରେ ବିଭାଜନ ସହ ଜଡ଼ିତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ନେଇ ଦାବି ମଧ୍ୟ ଜଣାଇଥିଲେ। ମାତ୍ର ଲୋକସଭା ନିର୍ବାଚନ କାରଣରୁ, ଯେପରି ଆଦର୍ଶ ଆଚରଣ ବିଧର ଉଲ୍ଲଘଂନ ନେହବ ସେଥିପାଇଁ ଅନୁମତି ଦେଇନଥିଲେ ନିର୍ବାଚନ ଆୟୋଗ।