ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା
ନୂଆଦିଲ୍ଲୀ,୨୨ା୭: ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏହି ଅବସରରେ ସେ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ସେ ନିଜର ମତ ଜଣାଇଛନ୍ତି। ଗମ୍ଭୀର କହିଛନ୍ତି ” ମୁଁ ଭାବୁଛି […] The post ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ସୋମବାର ଅନୁଷ୍ଠିତ ଖବରତଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏହି ଅବସରରେ ସେ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ସେ ନିଜର ମତ ଜଣାଇଛନ୍ତି।
ଗମ୍ଭୀର କହିଛନ୍ତି ” ମୁଁ ଭାବୁଛି ସେମାନେ ଟି20 ବିଶ୍ୱକପ ହେଉ କିମ୍ବା ଦିନୀଆ ବିଶ୍ୱକପ ହେଉ, ସେମାନେ ବଡ଼ ମ୍ୟାଚରେ କ’ଣ କରିପାରିବେ ତାହା ଦର୍ଶାଇଛନ୍ତି। ତେବେ ସେ ଦୁଇଜଣଙ୍କର ଅନେକ କ୍ରିକେଟ୍ ବାକି ଅଛି। ଆଗକୁ ଚାମ୍ପିଅନ୍ସ ଟ୍ରଫି ଆସୁଛି, ଅଷ୍ଟ୍ରେଲିଆରେ ଏକ ବଡ଼ ଟେଷ୍ଟ ସିରିଜ୍ ଆସୁଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ସେମାନେ ଉତ୍ସାହିତ ହେବେ ଏବଂ ଯଦି ସେମାନେ ନିଜ ଫିଟନେସ ବଜାୟ ରଖିପାରିବେ, ତେବେ ସେମାନେ 2027 ବିଶ୍ୱକପ ଖେଳିପାରିବେ ବୋଲି ଗମ୍ଭୀର କହିଛନ୍ତି।
“ତେବେ ଏହା ଅତ୍ୟନ୍ତ ବ୍ୟକ୍ତିଗତ ନିଷ୍ପତ୍ତି। ସେମାନଙ୍କ ମଧ୍ୟରେ କେତେ କ୍ରିକେଟ୍ ବାକି ଅଛି ମୁଁ କହି ପାରିବି ନାହିଁ। ବିରାଟ ଏବଂ ରୋହିତ ଦୁହେଁ ବିଶ୍ୱ ସ୍ତରୀୟ ଖେଳାଳି ଅଟନ୍ତି। ସେମାନଙ୍କ ଭିତରେ ଅନେକ କ୍ରିକେଟ୍ ବାକି ଅଛି।”
The post ଆଉ କେତେ ଦିନ ଖେଳିବେ ବିରାଟ-ରୋହିତ ? ଗମ୍ଭୀର ଦେଲେ ସୂଚନା appeared first on Dharitri Odia News.