ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ପସିଲା ଇଡି

ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଆପ୍‌ ବିରୋଧ କରିବା ସହ ପ୍ରଶ୍ନ ଉଠାଇଛି। କେନ୍ଦ୍ର ସରକାରଙ୍କ ଇସାରାରେ ଇଡି କାମ କରୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଆପ୍‌ କହିଛି।

ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ପସିଲା ଇଡି

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପରେ ଇଡି ଜାଲରେ ଫଶିଲେ ଆଉ ଜଣେ ଆମ୍‌ ଆଦମୀ ପାର୍ଟି ବିଧାୟକ। ଅଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଆପ୍‌ ବିଧାୟକ ଗୁଲାବ ସିଂହଙ୍କ ଘରେ ଚଢ଼ାଉ କରିଛି। ଏନେଇ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି।

ରିପୋର୍ଟ ମୁତାବକ, ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରିବା ପରେ ଇଡି ବିଧାୟକଙ୍କ ଘରେ ରେଡ୍‌ କରିବା ଆରମ୍ଭ କରିଛି। ତେବେ କେଉଁ ଅଭିଯୋଗ ଆଧାରରେ ତାଙ୍କ ଘରେ ଇଡି ରେଡ୍‌ କରିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ। ସେପଟେ ଏହାକୁ ନେଇ ଆମ୍‌ ଆଦମୀ ପାର୍ଟି ବିରୋଧ କରିଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଦଳ ପ୍ରଶ୍ନ ଉଠାଇଛି। କେନ୍ଦ୍ର ସରକାରଙ୍କ ଇସାରାରେ ଇଡି କାମ କରୁଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଆପ୍‌ କହିଛି।

ଯେପରି କୌଣସି ବି ନେତା କେନ୍ଦ୍ର ସରକାରଙ୍କ ପ୍ରତି ସ୍ୱର ନଉଠାଇ ପାରିବେ ସେଥିପାଇଁ ଜାଣିଶୁଣି ଇଡିକୁ ବ୍ୟବହାର କରାଯାଉଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି।

ଜୋର ଜବରଦସ୍ତ ବଟି ଆଦାୟ କରିବା ମାମଲାରେ ଆପ୍‌ ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ୨୦୧୬ରେ ଦିଲ୍ଲୀ ପୁଲିସ କରିଥିଲା। ଦୁଇ ଜଣ ପ୍ରମୋଟର ଡିଲରଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତାଙ୍କ ବିରୋଧରେ ଦୃଢ଼ ପ୍ରମାଣ ଅଛି ବୋଲି ଦିଲ୍ଲୀ ପୁଲିସ ଦାବି ମଧ୍ୟ କରିଥିଲା।