ଆଉ ନାହାଁନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ, ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଛି । ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ହୃଦଘାତ ରେ ପରଲୋକ ଘଟିଛି । ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ […] The post ଆଉ ନାହାଁନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ, ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ପରଲୋକ appeared first on KNews Odisha.

ଆଉ ନାହାଁନ୍ତି  ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ, ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ପରଲୋକ
Zakir Hussain

ନୂଆଦିଲ୍ଲୀ: ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଛି । ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ହୃଦଘାତ ରେ ପରଲୋକ ଘଟିଛି ।

୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ତାଙ୍କୁ ବିବେଚନା କରାଯାଏ ।
ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତ ସରକାର 1988 ରେ ପଦ୍ମଶ୍ରୀ, 2002 ରେ ପଦ୍ମଭୂଷଣ ଏବଂ 2023 ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ସେ 3 ଥର ମଧ୍ୟ ଗ୍ରାମୀ ଆୱାର୍ଡ ପାଇଛନ୍ତି । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।

 

 

 

 

 

The post ଆଉ ନାହାଁନ୍ତି ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ ଜାକିର ହୁସେନ, ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ପରଲୋକ appeared first on KNews Odisha.