ଆଉ ଫିଲ୍ମ କରିବେନି ସାଉଥ ସୁପରଷ୍ଟାର ପ୍ରଭାସ! ଅଭିନୟରୁ ନେଲେ ବ୍ରେକ୍‌

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ୨୦୨୩ରେ ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ଥିଲା ‘ସାଲାର ପାର୍ଟ-୧’। ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ଆହୁରି ସୁପରହିଟ୍‌ ଫିଲ୍ମ ପ୍ରଭାସ ଭେଟି ଦିଅନ୍ତୁ ବୋଲି ଦର୍ଶକ ଚାହିଁ ରହିଛନ୍ତି। ହେଲେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ ଅଭିନୟରୁ ବିରତି ନେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। […] The post ଆଉ ଫିଲ୍ମ କରିବେନି ସାଉଥ ସୁପରଷ୍ଟାର ପ୍ରଭାସ! ଅଭିନୟରୁ ନେଲେ ବ୍ରେକ୍‌ appeared first on Dharitri Odia News.

ଆଉ ଫିଲ୍ମ କରିବେନି ସାଉଥ ସୁପରଷ୍ଟାର ପ୍ରଭାସ! ଅଭିନୟରୁ ନେଲେ ବ୍ରେକ୍‌

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ୨୦୨୩ରେ ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ଥିଲା ‘ସାଲାର ପାର୍ଟ-୧’। ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗିଥିଲା । ଚଳିତ ବର୍ଷ ଆହୁରି ସୁପରହିଟ୍‌ ଫିଲ୍ମ ପ୍ରଭାସ ଭେଟି ଦିଅନ୍ତୁ ବୋଲି ଦର୍ଶକ ଚାହିଁ ରହିଛନ୍ତି। ହେଲେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ ଅଭିନୟରୁ ବିରତି ନେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ‘ବାହୁବଳୀ ୨’ର ସଫଳତାର ୬ବର୍ଷପରେ ପ୍ରଭାସ ‘ସାଲାର ପାର୍ଟ-୧’ରେ ଦମଦାର ଅଭିନୟ କରିଥିଲେ। ବର୍ତ୍ତମାନ ପ୍ରଶଂସକଙ୍କ ତାଙ୍କ ପରବର୍ତ୍ତୀ ଫିଲ୍ମ ‘କଲକୀ 2898 AD’ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ପ୍ରଭାସ ଇଣ୍ଡଷ୍ଟ୍ରିରୁ ଦୂରରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଭାସ ତାଙ୍କ ମନକୁ ସତେଜ ରଖିବା ଏବଂ ସାସ୍ଥ୍ୟ ପାଇଁ ଏହି ପଦକ୍ଷେପ ନେଇଥିବା ଜଣାପଡିଛିି। ତାଙ୍କ କ୍ୟାରିଅର୍‌ ଉପରେ କିଛି ଧ୍ୟାନ ଦେବା ସହ ଜୀବନକୁ ବୁଷ୍ଟ କରିବା ପାଇଁ ସେ ଅଭିନୟରୁ ବିରତି ନେଇଛନ୍ତି। ଯାହାଫଳରେ ସେ ତାଙ୍କ ଅଭିନୟ କ୍ୟାରିୟରକୁ ଏକ ନୂତନ ଢଙ୍ଗରେ ଆଗକୁ ବଢାଇପାରିବେ ।

The post ଆଉ ଫିଲ୍ମ କରିବେନି ସାଉଥ ସୁପରଷ୍ଟାର ପ୍ରଭାସ! ଅଭିନୟରୁ ନେଲେ ବ୍ରେକ୍‌ appeared first on Dharitri Odia News.