ଆଉ ରହିବନି ସମସ୍ୟା, ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି…

ନୂଆଦିଲ୍ଲୀ,୧୧ା୯: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଛି। ପ୍ରତି ଜରୁରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିଛି ଲୋକଙ୍କ ଆଧାରରେ ଛୋଟମୋଟ ଭୁଲ୍‌ ରହିଯାଉଛି। ଫଳରେ ଜରୁରୀ କାର୍ଯ୍ୟ ସମୟରେ ନାନା ହଇରାଣ ହେବାକୁ ପଡୁଛି। ପୁନର୍ବାର ଆଧାର ଅପ୍‌ଡେଟ୍‌ କରିବା ଲାଗି ପଡୁଛି। ଯେଉଁଥିପାଇଁ ଜନସେବା କେନ୍ଦ୍ର ହେଉ କିମ୍ବା ବ୍ୟାଙ୍କରେ ଧାଡ଼ି ଲଗାଇବାକୁ ପଡୁଛି। ଯାହାକି ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟୁଛି। ଆଧାରରେ ଆଡ୍ରେସ୍‌ ବା ଠିକଣା […] The post ଆଉ ରହିବନି ସମସ୍ୟା, ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି… appeared first on Dharitri Odia News.

ଆଉ ରହିବନି ସମସ୍ୟା, ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି…

ନୂଆଦିଲ୍ଲୀ,୧୧ା୯: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଛି। ପ୍ରତି ଜରୁରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିଛି ଲୋକଙ୍କ ଆଧାରରେ ଛୋଟମୋଟ ଭୁଲ୍‌ ରହିଯାଉଛି। ଫଳରେ ଜରୁରୀ କାର୍ଯ୍ୟ ସମୟରେ ନାନା ହଇରାଣ ହେବାକୁ ପଡୁଛି। ପୁନର୍ବାର ଆଧାର ଅପ୍‌ଡେଟ୍‌ କରିବା ଲାଗି ପଡୁଛି। ଯେଉଁଥିପାଇଁ ଜନସେବା କେନ୍ଦ୍ର ହେଉ କିମ୍ବା ବ୍ୟାଙ୍କରେ ଧାଡ଼ି ଲଗାଇବାକୁ ପଡୁଛି। ଯାହାକି ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟୁଛି। ଆଧାରରେ ଆଡ୍ରେସ୍‌ ବା ଠିକଣା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ। ସହଜରେ ଆପଣ ଆଧାରକାର୍ଡରେ ଠିକଣା ପରିବର୍ତ୍ତନ କରିପାରିବେ। ଘରେ ବସି ମଧ୍ୟ ଆପଣ ଆଧାରକାର୍ଡ ଅପ୍‌ଡେଟ୍‌ କରିପାରିବେ। ତେବେ ଜାଣନ୍ତୁ ଏ ବିଷୟରେ ସବିଶେଷ ତଥ୍ୟ…

ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ହୋମ୍‌ପେଜ୍‌କୁ ଯିବେ। ଏହା ପରେ ଲଗ୍‌ ଇନ୍‌ ଅପ୍‌ସନ ଆସିବ। ଏହା ପରେ ଆପଣଙ୍କ ଫୋନ୍‌କୁ ଏକ ଓଟିପି ଆସିବ। ଏହି ଓଟିପି ଦେଇ ଆପଣ ଲଗ୍‌ଇନ୍‌ କରିବେ। ଏହା ପରେ ଆଧାର ଅପ୍‌ଡେଟ୍‌ ଅପ୍‌ସନ୍‌କୁ ଯିବେ। ଏଠାରେ ପରିବାରର ମୁଖ୍ୟଙ୍କ ଆଧାରକାର୍ଡ ନମ୍ବର ଦେବେ। ଆଧାର ନମ୍ବର ଦେବା ପରେ ଆପଣଙ୍କୁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ଦେବାକୁ ପଡ଼ିବ। ଆପଣଙ୍କ ଯାହାଙ୍କ ନମ୍ବର ଦେବାକୁ ଚାହୁଁଥିବେ ତାଙ୍କ ପାଖକୁ ଏକ ରିକ୍ୱେଷ୍ଟ ଯିବ। ଏହା ପରେ ଏହି ରିକ୍ୱେଷ୍ଟକୁ ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ଆଧାରକାର୍ଡ ଅପଡେଟ୍‌ ହୋଇଯିବ।

The post ଆଉ ରହିବନି ସମସ୍ୟା, ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି… appeared first on Dharitri Odia News.