ଆଉ ସୁରକ୍ଷିତ ନୁହଁନ୍ତି ଭାରତର ଶତ୍ରୁ ! ଚାନ୍ଦିପୁରରୁ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା DRDO

ନୂଆଦିଲ୍ଲୀ: ଚାନ୍ଦିପରରୁ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ। DRDO ପକ୍ଷରୁ ITRରେ ବିକଶିତ ITCM(Indigenous Technology Cruise Missile)। ଆଉ ସୁରକ୍ଷିତ ନୁହଁନ୍ତି ଭାରତର ଶତ୍ରୁ। ସଫଳତାର ସହ ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ କ୍ରୁଜ୍ ମିସାଇଲ୍ ITCMର ପରୀକ୍ଷଣ କରିଛି DRDO।  ଇଣ୍ଡିଜେନିଅସ୍ ଟେକ୍ନୋଲୋଜି Cruise Missile। ଏହି ମିଶାଇଲ ୫୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। DRDO କହିଛି ଯେ ପରୀକ୍ଷଣ ସମୟରେ ସବୁ ସିଷ୍ଟମ ଆଶାନୁରୂପକ ସଫଳତା ଦେଇଥିଲା। #WATCH | DRDO conducted a successful flight test of the Indigenous Technology Cruise Missile (ITCM) from the Integrated Test Range (ITR), Chandipur off the coast of Odisha.During the test, all subsystems performed as per expectation. The missile performance was monitored by… pic.twitter.com/En4sJVImU8— ANI (@ANI) April 18, 2024ସବୁଠୁ ବଡ଼ କଥା ହେଲା- ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମିଶାଇଲକୁ ମନିଟରିଂ କରିଥିଲା ଏକାଧିକ ରେଞ୍ଜ ସେନ୍ସର । ଯେପରିକି ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (EOTS) ଏବଂ ITR ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି। ଏହି କ୍ଷେପଣାସ୍ତ୍ରର ଉଡ଼ାଣକୁ ଭାରତୀୟ ବାୟୁସେନାର Su-30-Mk-

ଆଉ ସୁରକ୍ଷିତ ନୁହଁନ୍ତି ଭାରତର ଶତ୍ରୁ ! ଚାନ୍ଦିପୁରରୁ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା DRDO

ନୂଆଦିଲ୍ଲୀ: ଚାନ୍ଦିପରରୁ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ। DRDO ପକ୍ଷରୁ ITRରେ ବିକଶିତ ITCM(Indigenous Technology Cruise Missile)। ଆଉ ସୁରକ୍ଷିତ ନୁହଁନ୍ତି ଭାରତର ଶତ୍ରୁ। ସଫଳତାର ସହ ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ କ୍ରୁଜ୍ ମିସାଇଲ୍ ITCMର ପରୀକ୍ଷଣ କରିଛି DRDO।  ଇଣ୍ଡିଜେନିଅସ୍ ଟେକ୍ନୋଲୋଜି Cruise Missile। ଏହି ମିଶାଇଲ ୫୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। DRDO କହିଛି ଯେ ପରୀକ୍ଷଣ ସମୟରେ ସବୁ ସିଷ୍ଟମ ଆଶାନୁରୂପକ ସଫଳତା ଦେଇଥିଲା। 

ସବୁଠୁ ବଡ଼ କଥା ହେଲା- ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମିଶାଇଲକୁ ମନିଟରିଂ କରିଥିଲା ଏକାଧିକ ରେଞ୍ଜ ସେନ୍ସର । ଯେପରିକି ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (EOTS) ଏବଂ ITR ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି। ଏହି କ୍ଷେପଣାସ୍ତ୍ରର ଉଡ଼ାଣକୁ ଭାରତୀୟ ବାୟୁସେନାର Su-30-Mk-I ଏୟାରକ୍ରାଫ୍ଟ ଦ୍ୱାରା ମନିଟରିଂ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତିରକ୍ଷାକୁ ଶକ୍ତିଶାଳୀ କରୁଛି ଭାରତ। ଗତ ଏପ୍ରିଲ ୪ରେ ସଫଳତାର ସହ 'ଅଗ୍ନି-ପ୍ରାଇମ' ପରୀକ୍ଷଣ କରିଥିଲା ଭାରତ। ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉତକ୍ଷେପଣ ହୋଇଥିବା ଏକ ନୂତନ ଜେନେରେସର ବାଲାଷ୍ଟିକ୍ ମିଶାଇଲ ଅଗ୍ନି ପ୍ରାଇମ୍ ଆଣବିକ ଅସ୍ତ୍ର ଆଣିବାରେ ସକ୍ଷମ । 

DRDOର ସହଯୋଗରେ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ୧୦୦୦ ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଏହି ମିଶାଇଲର ସଫଳ ପରୀକ୍ଷଣ କରିଥିଲା। ସମୁଦ୍ରରେ ମିଶାଇଲ ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ବାଲିଷ୍ଟିକ୍ ମିଶାଇଲର ବିପଦକୁ ପ୍ରତିହତ କରିବା। ପୃଥିବୀର ଯେକୌଣସି ମାର୍ଗରୁ ଶତ୍ରୁପକ୍ଷଙ୍କ ଆସୁଥିବା ବିପଦକୁ ଅଟକାଇବା ପାଇଁ ଭାରତ ତାର କ୍ଷମତାକୁ ବିକାଶ କରୁଛି।