ଆଉ ୩ଦିନ ଗୁଳୁଗୁଳି, ୨୦ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୧୮।୬(ଅନୁରାଧା ମହାରଣା):ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ […] The post ଆଉ ୩ଦିନ ଗୁଳୁଗୁଳି, ୨୦ରୁ ପ୍ରବଳ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୧୮।୬(ଅନୁରାଧା ମହାରଣା):ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ। ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଗତ ସପ୍ତାହରେ ଆକଳନ କରାଯାଇଥିଲା। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଥିଲେ। ରଜରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ଲୋକେ ୧୭ ତାରିଖରୁ ବର୍ଷା ଅପେକ୍ଷାରେ ରହିଥିଲେ। ମାତ୍ର ରବିବାର ସେପରି କୌଣସି ସ୍ଥାନରେ ମୌସୁମୀ ବର୍ଷା ହୋଇ ନ ଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସାରେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ଦିନ ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ। ଏହି ସମୟ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ। ମାତ୍ର ଏହା
ଗୁଳୁଗୁଳିକୁ ପ୍ରଶମିତ କରିପାରିବ ନାହିଁ। ୧୭ ତାରିଖ ପରିବର୍ତ୍ତେ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀ ଜୁନ ୮ରେ ଓଡ଼ିଶା ଛୁଇଁଥିଲା। ସ୍ବାଭାବିକଠାରୁ ୨ଦିନ ଆଗୁଆ ମୌସୁମୀ ଛୁଇଁଥିଲେ ମଧ୍ୟ ଏହା କେବଳ ମାଲକାନଗିରି ଜିଲାରେ ହିଁ ସୀମିତ ହୋଇ ରହିଯାଇଛି। ମୌସୁମୀ ଅଗ୍ରସର ହେଉ ନ ଥିବାରୁ ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି। ଅନ୍ୟପଟେ ମୌସୁମୀ ଓଡ଼ିଶା ଛୁଇଁବା ପରେ ମୌସୁମୀର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଥିଲା। ମାତ୍ର ଚଳିତବର୍ଷ ମୌସୁମୀର ଅଗ୍ରସର ସମ୍ପର୍କରେ ବାରମ୍ବାର ମତ ବଦଳାଯାଉଥିବାରୁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।
The post ଆଉ ୩ଦିନ ଗୁଳୁଗୁଳି, ୨୦ରୁ ପ୍ରବଳ ବର୍ଷା appeared first on Dharitri Odia News.