ଆଉଟ୍ ଖେଳାଳି କେମିତି ହେଲେ ନଟ୍‌ ଆଉଟ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ ଭଡକିଲେ ସାଙ୍ଗକାରା

ମୁମ୍ୱାଇ ୦୪/୦୫: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ । ମେ ୨ରେ ଖେଳାଯାଇଥିଲା ହାଇଦ୍ରବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ । ଏହି ମୁକାବିଲାରେ ରୟାଲ୍ସକୁ ଶେଷ ଓଭରରେ ହରାଇଥିଲା ହାଇଦ୍ରାବାଦ । ତେବେ ଏହି ମ୍ୟାଚ୍‌ରେ ହିରୋ ସାଜିଥିଲେ ଭୁବନେଶ୍ୱର କୁମାର । ଯିଏକି ୩ ଓ୍ୱିକେଟ ନେବା ସହ ଶେଷ ବଲରେ ଖେଳାଳିଙ୍କୁ କରିଥିଲେ ଆଉଟ୍ । ସେହିଭଳି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଇଂନିସ ବେଳେ ଏମିତି ହୋଇଥିଲା କି ଯାହା ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଛିଡା କରିଛି ପ୍ରଶ୍ନବାଚୀ । ୧୫ ଓଭରର ତୃତୀୟ ଗେମ୍‌ରେ ସଞ୍ଜୁ ସାମସନ୍ ଷ୍ଟମ୍ପକୁ ତ୍ରୋ କରିଥିଲେ ବଲ୍ । ଏହା ପରେ ସଞ୍ଜୁ ଏବଂ ଆବେଶ ଖାନ୍‌ ଆଉଟ୍‌ ଅପିଲ୍‌ କରିତିଲଲେ । କିନ୍ତୁ ଥାର୍ଡ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଦେଇଥିଲେ । ଅମ୍ପାୟାରଙ୍କ କହିବା ଅନୁସାରେ ଟ୍ରେବିସ୍ ହେର୍ଡଙ୍କ ବ୍ୟାଟ୍ ପମ୍ପିଂ କ୍ରିଜ୍ ଭିତର ଗ୍ରାଉଣ୍ଡରେ ଥିଲା ।  ରାଜୀବ ଗାନ୍ଧୀ ଷ୍ଟାଡିୟମର ବଡ ସ୍କ୍ରିନ୍ ଉପରେ ଯେତେବେଳେ ଏହି ଫୁଟେଜ୍‌କୁ ଦ୍ୱିତୀୟବାର ଦେଖାଯାଇଥିଲା ସେତେବେଳେ ରାଜସ୍ଥାନ ରୟାଲ୍ସଙ୍କ ହେଡ୍ କୋଚ୍ କୁମାର ସାଙ୍ଗାକାରା ବହୁତ ରାଗିଯାଇଥିଲେ । ପ୍ରକୃତରେ ଏ ଫୁଟେଜ୍‌ରେ ସଫା ସଫା ଦେଖିବାକୁ କି ଟ୍ରେଭିସ ହେଡ୍‌ଙ୍କ ବ୍ୟାଟ୍ ତଳେ ନ ଲାଗି ଉପରକୁ ଉଠି ରହିଥିଲା । ତଥାପି ଅମ୍ପାୟାର ହେଡ୍‌ଙ୍କୁ ନଟ୍‌ ଆଉଟ୍ ବୋଲି ଦିଆଯାଇଥିଲା । ଏହି ନିର୍ଣ୍ଣୟ ସମସ୍ତଙ୍କୁ ଚକିତ କରିଦ

ଆଉଟ୍ ଖେଳାଳି କେମିତି ହେଲେ ନଟ୍‌ ଆଉଟ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ ଭଡକିଲେ ସାଙ୍ଗକାରା

ମୁମ୍ୱାଇ ୦୪/୦୫: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ । ମେ ୨ରେ ଖେଳାଯାଇଥିଲା ହାଇଦ୍ରବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ । ଏହି ମୁକାବିଲାରେ ରୟାଲ୍ସକୁ ଶେଷ ଓଭରରେ ହରାଇଥିଲା ହାଇଦ୍ରାବାଦ । 

ତେବେ ଏହି ମ୍ୟାଚ୍‌ରେ ହିରୋ ସାଜିଥିଲେ ଭୁବନେଶ୍ୱର କୁମାର । ଯିଏକି ୩ ଓ୍ୱିକେଟ ନେବା ସହ ଶେଷ ବଲରେ ଖେଳାଳିଙ୍କୁ କରିଥିଲେ ଆଉଟ୍ । ସେହିଭଳି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଇଂନିସ ବେଳେ ଏମିତି ହୋଇଥିଲା କି ଯାହା ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଛିଡା କରିଛି ପ୍ରଶ୍ନବାଚୀ । 

୧୫ ଓଭରର ତୃତୀୟ ଗେମ୍‌ରେ ସଞ୍ଜୁ ସାମସନ୍ ଷ୍ଟମ୍ପକୁ ତ୍ରୋ କରିଥିଲେ ବଲ୍ । ଏହା ପରେ ସଞ୍ଜୁ ଏବଂ ଆବେଶ ଖାନ୍‌ ଆଉଟ୍‌ ଅପିଲ୍‌ କରିତିଲଲେ । କିନ୍ତୁ ଥାର୍ଡ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଦେଇଥିଲେ । ଅମ୍ପାୟାରଙ୍କ କହିବା ଅନୁସାରେ ଟ୍ରେବିସ୍ ହେର୍ଡଙ୍କ ବ୍ୟାଟ୍ ପମ୍ପିଂ କ୍ରିଜ୍ ଭିତର ଗ୍ରାଉଣ୍ଡରେ ଥିଲା ।  

ରାଜୀବ ଗାନ୍ଧୀ ଷ୍ଟାଡିୟମର ବଡ ସ୍କ୍ରିନ୍ ଉପରେ ଯେତେବେଳେ ଏହି ଫୁଟେଜ୍‌କୁ ଦ୍ୱିତୀୟବାର ଦେଖାଯାଇଥିଲା ସେତେବେଳେ ରାଜସ୍ଥାନ ରୟାଲ୍ସଙ୍କ ହେଡ୍ କୋଚ୍ କୁମାର ସାଙ୍ଗାକାରା ବହୁତ ରାଗିଯାଇଥିଲେ । ପ୍ରକୃତରେ ଏ ଫୁଟେଜ୍‌ରେ ସଫା ସଫା ଦେଖିବାକୁ କି ଟ୍ରେଭିସ ହେଡ୍‌ଙ୍କ ବ୍ୟାଟ୍ ତଳେ ନ ଲାଗି ଉପରକୁ ଉଠି ରହିଥିଲା । ତଥାପି ଅମ୍ପାୟାର ହେଡ୍‌ଙ୍କୁ ନଟ୍‌ ଆଉଟ୍ ବୋଲି ଦିଆଯାଇଥିଲା । ଏହି ନିର୍ଣ୍ଣୟ ସମସ୍ତଙ୍କୁ ଚକିତ କରିଦେଇଥିଲା ।