ଆକାଶରୁ ଖସିଲା ମୃତ୍ୟୁ : ବିଲରେ କାମ କରୁଥିବା ଯୁବତୀଙ୍କ ମୃତ୍ୟୁ, ଆଠ ବର୍ଷର ଛାତ୍ରୀ ଗୁରୁତର
ବାରିପଦା/ଦିଗପହଣ୍ଡି : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଡିପୋଖରୀ ଗ୍ରାମର ସାଗରାମ ମୁର୍ମୁଙ୍କ ଝିଅ ସୁମିତ୍ରା(୧୮)। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାରିପଦା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି […]

ବାରିପଦା/ଦିଗପହଣ୍ଡି : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଡିପୋଖରୀ ଗ୍ରାମର ସାଗରାମ ମୁର୍ମୁଙ୍କ ଝିଅ ସୁମିତ୍ରା(୧୮)। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାରିପଦା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଛି ।
ଅନ୍ୟପଟେ ଦିଗପହଣ୍ଡି ଅଞ୍ଚଳରେ ବଜ୍ରାଘାତରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଆଠ ବର୍ଷର ଛାତ୍ରୀ ଗୁରୁତର ହୋଇଛି। ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଦସେଇପୁର ଗାଁ ମଙ୍ଗଳା ନଗରର ଆଲିସା ନାୟକ ସ୍କୁଲରୁ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତ ପରେ ୧୦୮ ଆମ୍ବୁଲାନ୍ସରେ ପରିବାର ଲୋକ ଆଲିସାକୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।