ଆକ୍ସନ ପାଇଁ ସଜବାଜ ହେଉଛନ୍ତି ସଲ୍ଲୁ
ସଲମାନ ଖାଁ ଓରଫ ସଲ୍ଲୁଙ୍କୁ ନେଇ ଏବେ ବଲିଉଡ୍ରେ ବେଶ୍ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ବର୍ତ୍ତମାନ ସେ ଅଭିନୟ କରୁଥିବା ବିଗ୍-ବଜେଟ୍ ଫିଲ୍ମ ‘ସିକନ୍ଦର’ର ୪୦ଦିନିଆ ଶୁଟିଂ ଆଜିଠାରୁ ଆରମ୍ଭ ହେବ। ହେଲେ ଏହି ସମୟରେ କେବଳ ଆକ୍ସନ ସିକୁଏନ୍ସଗୁଡିକର ଶୁଟିଂ ହେବ ବୋଲି ସୂଚନା ଦେଇଛନ୍ତି ସଲମାନ। ଖାସ୍ କଥା ହେଲା ଏଥିରେ ୧୦,୦୦୦ ବନ୍ଧୁକ ଏବଂ ଗୁଳି ବ୍ୟବହାର କରାଯିବ। ଅନ୍ୟପକ୍ଷରେ ଏହାର ଶୁଟିଂ ପାଇଁ ସଲମାନ୍ ସ୍ବତନ୍ତ୍ର ଭାବେ ସଜ […] The post ଆକ୍ସନ ପାଇଁ ସଜବାଜ ହେଉଛନ୍ତି ସଲ୍ଲୁ appeared first on Dharitri Odia News.
ସଲମାନ ଖାଁ ଓରଫ ସଲ୍ଲୁଙ୍କୁ ନେଇ ଏବେ ବଲିଉଡ୍ରେ ବେଶ୍ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ?
ବର୍ତ୍ତମାନ ସେ ଅଭିନୟ କରୁଥିବା ବିଗ୍-ବଜେଟ୍ ଫିଲ୍ମ ‘ସିକନ୍ଦର’ର ୪୦ଦିନିଆ ଶୁଟିଂ ଆଜିଠାରୁ ଆରମ୍ଭ ହେବ। ହେଲେ ଏହି ସମୟରେ କେବଳ ଆକ୍ସନ ସିକୁଏନ୍ସଗୁଡିକର ଶୁଟିଂ ହେବ ବୋଲି ସୂଚନା ଦେଇଛନ୍ତି ସଲମାନ। ଖାସ୍ କଥା ହେଲା ଏଥିରେ ୧୦,୦୦୦ ବନ୍ଧୁକ ଏବଂ ଗୁଳି ବ୍ୟବହାର କରାଯିବ। ଅନ୍ୟପକ୍ଷରେ ଏହାର ଶୁଟିଂ ପାଇଁ ସଲମାନ୍ ସ୍ବତନ୍ତ୍ର ଭାବେ ସଜ ହେଉଛନ୍ତି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ସାଜିଦ ନାଦିଓ୍ବାଦଓ୍ବାଲା। ନିର୍ଦ୍ଦେଶନା ଦେଉଛନ୍ତି ଦକ୍ଷିଣ ଭାରତୀୟ ସିନେମାର ନାମୀ ନିର୍ଦ୍ଦେଶକ ଏ.ଆର.ମୁରୁଗୋଡସ। ସଲମାନଙ୍କ ବ୍ୟତୀତ ଏଥିରେ ସୁନୀଲ ସେଟ୍ଟି, ରଶ୍ମିକା ମନ୍ଦାନା, ସତ୍ୟରାଜ, ପ୍ରତୀକ ବବ୍ବର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଇଦ୍ରେ ପରଦା ଉପରକୁ ଆସିବାର ଯୋଜନା ରହିଛି।
The post ଆକ୍ସନ ପାଇଁ ସଜବାଜ ହେଉଛନ୍ତି ସଲ୍ଲୁ appeared first on Dharitri Odia News.