ଆକ୍ସନ ମୋଡ଼ରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର, ବିପୁଳ ପରିମାଣର କଫ୍ ସିରପ ଜବତ

ଭୁବନେଶ୍ୱର ୦୧/୦୮: ଟୁଇନସିଟିରେ ଏସଟିଏଫ୍ ର ମାରାଥନ୍ ରେଡ୍।  କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ । ବିହାରରୁ କୋରଅର୍‌ରେ ଆସିଥିଲା ବିପୁଳ କଫ୍ ସିରପ୍। ମଞ୍ଚେଶ୍ୱରରେ ଥିବା ଟ୍ରାକନ୍ କୋରିଅରରେ ଏସଟିଏଫ୍ ଓ ଜିଲ୍ଲା ପ୍ରଶାସନର ଚଢାଉ । ପେଟି ପେଟି କଫ୍ ସିରପ ହୋଇଛି ଜବତ୍। ଓଡ଼ିଶାର ସବୁଠୁ ବଡ କଫ୍ ଶିରପ୍ ରେଡ୍ ହୋଇଥିବା ଅନୁମାନ । କଫ୍ ସିରପ୍ ସ୍ମଗଲିଂର ଚେର ଖୋଜୁଛି ଏସଟିଏଫ୍ । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା । ସୂଚନା ଥାଉକି, କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ବାଦାମବାଡ଼ିର ନିଉ ଏଲ୍‌ଆଇସି କଲୋନୀରେ ଥିବା ଏକ କୋରିଅର୍‌ ସଂସ୍ଥାରେ ଚଢ଼ଉ କରି ଏହି କଫ୍‌ ସିରପ୍‌ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ କୋରିଅର୍‌ ସଂସ୍ଥାର ଜଣେ  କର୍ମଚାରୀଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ବିନସେରେକ୍ସ କଫ୍‌ସିରପ୍‌ ନାଁରେ କୋଡାଇନ୍‌ ଫସ୍‌ଫେଟ୍‌  ମିଶ୍ରିତ କଫ୍‌ ସିରପ୍‌ ପ୍ରସ୍ତୁତ ହେଉଥିଲା । ଏହି କଫ୍‌  ସିରପ୍‌କୁ କଟକର ଏକ ବେନାମୀ ଔଷଧ ଏଜେନ୍ସି  କୋରିଅର ସଂସ୍ଥା ମାଧ୍ୟମରେ ଆମଦାନୀ କରୁଥିଲା । ଏନେଇ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌ (ସ୍ପେସାଲ୍‌ ଟାସ୍କ  ଫୋର୍ସ) ସୂଚନା ପାଇଥିଲା । ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଟ୍ରାକ୍‌  କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍‌ଆଇସି କଲ

ଆକ୍ସନ ମୋଡ଼ରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର, ବିପୁଳ ପରିମାଣର କଫ୍ ସିରପ ଜବତ

ଭୁବନେଶ୍ୱର ୦୧/୦୮: ଟୁଇନସିଟିରେ ଏସଟିଏଫ୍ ର ମାରାଥନ୍ ରେଡ୍।  କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ । ବିହାରରୁ କୋରଅର୍‌ରେ ଆସିଥିଲା ବିପୁଳ କଫ୍ ସିରପ୍। ମଞ୍ଚେଶ୍ୱରରେ ଥିବା ଟ୍ରାକନ୍ କୋରିଅରରେ ଏସଟିଏଫ୍ ଓ ଜିଲ୍ଲା ପ୍ରଶାସନର ଚଢାଉ । ପେଟି ପେଟି କଫ୍ ସିରପ ହୋଇଛି ଜବତ୍। ଓଡ଼ିଶାର ସବୁଠୁ ବଡ କଫ୍ ଶିରପ୍ ରେଡ୍ ହୋଇଥିବା ଅନୁମାନ । କଫ୍ ସିରପ୍ ସ୍ମଗଲିଂର ଚେର ଖୋଜୁଛି ଏସଟିଏଫ୍ । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା । 


ସୂଚନା ଥାଉକି, କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ବାଦାମବାଡ଼ିର ନିଉ ଏଲ୍‌ଆଇସି କଲୋନୀରେ ଥିବା ଏକ କୋରିଅର୍‌ ସଂସ୍ଥାରେ ଚଢ଼ଉ କରି ଏହି କଫ୍‌ ସିରପ୍‌ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ କୋରିଅର୍‌ ସଂସ୍ଥାର ଜଣେ  କର୍ମଚାରୀଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ନେଇଥିବା ସୂଚନା ମିଳିଛି । 

ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ବିନସେରେକ୍ସ କଫ୍‌ସିରପ୍‌ ନାଁରେ କୋଡାଇନ୍‌ ଫସ୍‌ଫେଟ୍‌  ମିଶ୍ରିତ କଫ୍‌ ସିରପ୍‌ ପ୍ରସ୍ତୁତ ହେଉଥିଲା । ଏହି କଫ୍‌  ସିରପ୍‌କୁ କଟକର ଏକ ବେନାମୀ ଔଷଧ ଏଜେନ୍ସି  କୋରିଅର ସଂସ୍ଥା ମାଧ୍ୟମରେ ଆମଦାନୀ କରୁଥିଲା । ଏନେଇ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌ (ସ୍ପେସାଲ୍‌ ଟାସ୍କ  ଫୋର୍ସ) ସୂଚନା ପାଇଥିଲା । 


ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଟ୍ରାକ୍‌  କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍‌ଆଇସି କଲୋନୀରେ ଥିବା ଉକ୍ତ କୋରିଅର୍‌ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍‌ ଟିମ୍‌, କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ  ଓ ଡ୍ରଗସ୍‌ କଣ୍ଟ୍ରୋଲରଙ୍କ ପକ୍ଷରୁ ମିଳିତ ଭାବେ  ଚଢ଼ଉ କରାଯାଇଥିଲା। ସେଠାରୁ ମୋଟ ୫୬ ପେଟି  ପାର୍ସଲ ଜବତ ହୋଇଛି । ପ୍ରତି ପେଟିରେ ପ୍ରାୟ ୩୦୦  ବୋତଲ କଫ୍‌ସିରପ୍‌ ରହିଥିଲା । ଅର୍ଥାତ ସେଠାରୁ ପ୍ରାୟ ୧୭ ହଜାର ବୋତଲ କଫ୍‌ ସିରପ୍‌ ମିଳିଛି ।  

ଏହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ହେବ ବୋଲି  କୁହାଯାଉଛି । କୋଡାଇନ୍‌ ମିଶ୍ରିତ ଏହି କଫ୍‌ ସିରପ୍‌  ସମ୍ପୂର୍ଣ୍ଣ ନିଷେଧ ହୋଇଥିବା ବେଳେ କଟକର ଏକ  ବେନାମୀ ଔଷଧ ଏଜେନ୍ସି ଏହାକୁ ପ୍ରଚୁର ମାତ୍ରାରେ ମଗାଇ କଟକରେ ବିକ୍ରି କରିବାର ଖୋଳତାଡ଼ ଆରମ୍ଭ  ହୋଇଛି । ଏହି ଲିଙ୍କରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ବି ଚଢ଼ଉ ହୋଇଥିବା ସୂଚନା ମିଳିଛି ।  ଉଭୟ ସହରରୁ କେତେ ମାତ୍ରାର କଫ୍‌ସିରପ୍‌ ଜବତ ହୋଇଛି ଏସ୍‌ଟିଏଫ୍‌ ସ୍ପଷ୍ଟ କରିବ ।