ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଦେହାନ୍ତ
ଭୁବନେଶ୍ୱର: ଆଉନାହାନ୍ତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ... The post ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଦେହାନ୍ତ appeared first on .
ଭୁବନେଶ୍ୱର: ଆଉନାହାନ୍ତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା। ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଗତ ଦୁଇ ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଡାକ୍ତର ସୁରେନ୍ଦ୍ର ନାଥ ସେନାପତିଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲେ।
ସେ ୧୯୮୪ରେ ଦୈନିକ ସମାଜର ଭ୍ରାମ୍ୟମାଣ ପ୍ରତିନିଧି ଭାବରେ ସାମ୍ବାଦିକତା ଆରମ୍ଭ କରିଥିଲେ। ଜଣେ ନିର୍ଭୀକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ଥିଲା। କଟକ ସମେତ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାଜର ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ। ଜଣେ ସାମ୍ବାଦିକ ହେବା ସହିତ ଜଣେ ସୁବକ୍ତା ଓ ଲେଖକ ଭାବରେ ସେ ବେଶ ଜଣାଶୁଣା ଥିଲେ।
ତାଙ୍କ ଲିଖିତ ଗୋପବନ୍ଧୁ ଐତିହ୍ୟର ବାହକ, ସତ୍ୟମ ବୃୟାତ, କୌଟୁଲ୍ୟ ଅର୍ଥ ଶାସ୍ତ୍ର, ରାଷ୍ଟ୍ର ଭକ୍ତ ଚାଣକ୍ୟ, ଚିନ୍ତା ଚିରନ୍ତନ, ବିପ୍ଲବୀ ଧରଣୀଧର, ଅରଣ୍ୟକ ମଣିଷ, ମସି ମନ୍ଥନ, ସେକାଳ ସକାଳ, ଭାରତୀୟ ସଂସ୍କୃତିରେ ବିଶ୍ୱ ପରିକ୍ରମା ଆଦି ଅନେକ ପୁସ୍ତକର ସେ ରଚୟିତା ଥିଲେ। ସେ ୧୯୪୬ ରେ ଛାତ୍ର ଆନ୍ଦୋଳନ ରେ ଭାଗ ନେଇ ୧୮ମାସ କାରବାରଣ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ସାମ୍ବାଦିକତା, ସାହିତ୍ୟିକ ତଥା ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ଖବରରେ ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ କାନନ ଦାସ, ପ୍ରମୋଦ ମହାପାତ୍ର, ବିଧାୟକ ମହମ୍ମଦ ମୋକିମ, ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱଳ, ମେୟର ସୁବାସ ସିଂ ସମୀର ଦେ ଜିଲ୍ଲାପାଳ ନରହରି ସେଠି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
The post ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଦେହାନ୍ତ appeared first on .