ଆଖିବୁଜିଲେ ଧରିତ୍ରୀ ଖବରଦାତା
ବାରିପଦା,୪।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଧରିତ୍ରୀ ଖବରଦାତା ଦେବ ରଞ୍ଜନ ବେହେରାଙ୍କ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ରାତି ୨ଟାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଖୁଣ୍ଟା ତଥା ଆଖପାଖ ଅଞ୍ଚଳରେ ଶୋକ ଖେଳିଯାଇଛି। ଦୀର୍ଘ ୧୫ବର୍ଷରୁ ଉଦ୍ଧର୍ବ ଧରିତ୍ରୀରେ ଖବର ପ୍ରସାରଣ କରି ଜନହିତରେ ନିୟୋଜିତ ରହିଥିଲେ। ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। କିଛି […] The post ଆଖିବୁଜିଲେ ଧରିତ୍ରୀ ଖବରଦାତା appeared first on Dharitri Odia News.
ବାରିପଦା,୪।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଧରିତ୍ରୀ ଖବରଦାତା ଦେବ ରଞ୍ଜନ ବେହେରାଙ୍କ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ରାତି ୨ଟାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଖୁଣ୍ଟା ତଥା ଆଖପାଖ ଅଞ୍ଚଳରେ ଶୋକ ଖେଳିଯାଇଛି। ଦୀର୍ଘ ୧୫ବର୍ଷରୁ ଉଦ୍ଧର୍ବ ଧରିତ୍ରୀରେ ଖବର ପ୍ରସାରଣ କରି ଜନହିତରେ ନିୟୋଜିତ ରହିଥିଲେ। ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ। କିଛି ଦି ଧରି ଯକୃତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ପରିବାରରେ ଧର୍ମପତ୍ନୀଙ୍କ ସହ ୩ ଝିଅ ରହିଛନ୍ତି। ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ଗାଁ ମଶାଣୀରେ ଶେଷକୃତ୍ୟ ସମ୍ପାଦନ କରାଯିବ ବୋଲି ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି।
The post ଆଖିବୁଜିଲେ ଧରିତ୍ରୀ ଖବରଦାତା appeared first on Dharitri Odia News.